Posted inଫୁରସତ

ହେଲ୍‌ମେଟ୍‌ ପିନ୍ଧି ନିର୍ବନ୍ଧ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ ନିଆରା ନିର୍ବନ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିଜର ଅନନ୍ୟ ରୀତିନୀତି ହେତୁ ଏବେ ଏହି ନିର୍ବନ୍ଧ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଡୋଙ୍ଗରଗଡ ବ୍ଲକର ଜରୱାହି ନିବାସୀ ବୀରେନ୍ଦ୍ର ସାହୁ ଓ କାରିଆଟୋଲା ଗ୍ରାମ ନିବାସୀ ଜ୍ୟୋତି ସାହୁଙ୍କ ମଧ୍ୟରେ ଶନିବାର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧର ସମସ୍ତ ରୀତିନୀତି ସରିବା ପରେ ଉଭୟ ବୀରେନ୍ଦ୍ର ଓ ଜ୍ୟୋତି ପରସ୍ପରକୁ ହେଲ୍‌ମେଟ୍‌ ପିନ୍ଧାଇ ସଡ଼କ ସୁରକ୍ଷାର ସଚେତନତାର ବାର୍ତ୍ତା ଦେଇଥିଲେ। ଉଭୟ କନ୍ୟା ଏବଂ ବର ପରସ୍ପରକୁ ହେଲମେଟ ପିନ୍ଧାଉଥିବା ଦେଖି ନିର୍ବନ୍ଧରେ ଯୋଗଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ପରିପ୍ରେକ୍ଷୀରେ ବୀରେନ୍ଦ୍ର କହିଛନ୍ତି, ୨୦୨୨ରେ ତାଙ୍କ ବାପା ପଞ୍ଚରମ ସାହୁଙ୍କର ଏକ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ହେଲ୍‌ମେଟ ପିନ୍ଧି ନ ଥିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ବଞ୍ଚାଯାଇପାରି ନ ଥିଲା। ସେବେଠାରୁ ସେ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ହେଲ୍‌ମେଟ ପିନ୍ଧିବା ନେଇ ଲୋକଙ୍କୁ ସଚେତନ କରାଇବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି...

ବାବା ଭେଙ୍ଗା ମହିଳା ନା ପୁରୁଷ ଥିଲେ, ସତ ଜାଣିଲେ ଉଡିବ ହୋସ

ଆପଣ କେବେ ନା କେବେ ବାବା ଭେଙ୍ଗା ଏବଂ ତାଙ୍କର ଭବିଷ୍ୟବାଣୀ ବିଷୟରେ ଶୁଣିଥିବ। ସେ ବିଶ୍ୱ ବିଷୟରେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ...

‘ଦେଶର ସୁରକ୍ଷାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଅବଦାନ ଅତୁଳନୀୟ’

ପ୍ରତିବର୍ଷ ଜାନୁଆରୀ ୧୯ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ପ୍ରତିଷ୍ଠା ଦିବସ ପାଳନ କରାଯାଏ। ୨୦୦୬ରେ ଏହି ବାହିନୀ ଗଠନ ହେବା ପରଠାରୁ କର୍ମଚାରୀମାନେ...

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

କାଉ କେତେ ବର୍ଷ ବଞ୍ଚିଥାଏ? ଉତ୍ତର ଜାଣିଲେ ଚମକି ପଡ଼ିବେ…

ସବୁଠାରୁ ଚାଲାକ ପକ୍ଷୀଙ୍କ କଥା ଉଠିଲେ କାଉର ନାଁ ମନକୁ ଆସିଥାଏ। କାଉ ବାସ୍ତବରେ ବେଶ ଚାଲାକ। ଏହାକୁ ନେଇ ଅନେକ କାହାଣୀ ଲୋକପ୍ରିୟ ହୋଇ...

ଭାରତର ଏଭଳି ଭାଷା, ଯାହାକୁ ସିଧା କି ଓଲଟା ପଢ଼ିଲେ ବଦଳେ ନାହିଁ ନାମ; ଜାଣନ୍ତୁ…

ଭାରତ ଏହାର ଧର୍ମ, ସଂସ୍କୃତି ଏବଂ ଭାଷାକୁ ନେଇ ପରିଚିତ। ହେଲେ କେବଳ ଗୋଟିଏ ଭାଷା ଏଭଳି ରହିଛି ଯାହାକୁ ଓଲଟା ପଢ଼ କିମ୍ବା ସିଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri