ଜିରୋ ବାଲାନ୍ସ ଆକାଉଣ୍ଟରୁ ୩୦୦ କୋଟି ଆଦାୟ

ନୂଆଦିଲ୍ଲୀ,୧୨।୪:  ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ (ବିଏସ୍‌ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ ଲାଗୁ କରୁଥିବା ଆଇଆଇଟି ବମ୍ବେ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କ ମଧ୍ୟ ଏହି ବ୍ୟାଙ୍କ ମଧ୍ୟରେ ସାମିଲ ରହିଛି। ସାଧାରଣ ଜମା ଆକାଉଣ୍ଟରୁ ପ୍ରତି ୪ରୁ ଅଧିକ ଥର ଡେବିଟ ନେଣଦେଣ ପରେ ଏସ୍‌ବିଆଇ ୧୭.୭୦ ଟଙ୍କା ଚାର୍ଜ ଲାଗୁ କରୁଛି। ଏହା ଠିକ୍‌ ନୁହେଁ ବୋଲି ଜମାକାରୀ କହିଛନ୍ତି। ୨୦୧୫ରୁ ୨୦୨୦ ଅବଧିରେ ବ୍ୟାଙ୍କ ସର୍ଭିସ ଚାର୍ଜ ବାବଦକୁ ସାଧାରଣ ଜମା ଆକାଉଣ୍ଟରୁ ୩୦୦ କୋଟି ଟଙ୍କାର ଅର୍ଥ ଆଦାୟ କରିଛି। ଏହା ମଧ୍ୟରେ ମୋଟ ୧୨ କୋଟି ଆକାଉଣ୍ଟଧାରୀ ରହିଛନ୍ତି। ଦେଶର ଦ୍ୱିତୀୟ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କୁହାଯାଉଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସମାନ ଅବଧିରେ ୩.୯ କୋଟି ଆକାଉଣ୍ଟରୁ ୯.୯ କୋଟି ଟଙ୍କା ଆଦାୟ କରିଛି।
ମାସକୁ ୪ଥରରୁ ନିର୍ଦ୍ଧାରିତ ଉଠାଣ ପରେ ପ୍ରତି ଥର ଉଠାଣ ପରେ ଏସ୍‌ବିଆଇ ୧୭.୭୦ ଟଙ୍କା ଚାର୍ଜ କରୁଥିବାରୁ ଏହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଜମା ଆକାଉଣ୍ଟ ନେଇ ରିଜର୍ଭ ବ୍ୟାଙ୍କର ନିୟମକୁ ଏସ୍‌ବିଆଇ ସମେତ କିଛି ବ୍ୟାଙ୍କ ଉଲ୍ଲଘଂନ କରୁଥିବା ଆକାଉଣ୍ଟ ଧାରୀଙ୍କ ପକ୍ଷରୁ ଅଭିଯୋଗ ଆସିଛି। ଏହିବାବଦକୁ ୨୦୧୮-୨୯ରେ ଏସ୍‌ବିଆଇ ୭୨ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୧୫୮ କୋଟି ଟଙ୍କା ଆଦାୟ କରିଥିବା ଆଇଆଇଟି ବମ୍ବେର ପ୍ରଫେସର ଆସିସ ଦାସଙ୍କ ପକ୍ଷରୁ ହୋଇଥିବା ଅଧ୍ୟନୟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ବିକଳ୍ପ ନେଇ ରାଜ୍ୟଗୁଡିକୁ ଅବଗତ କରାଗଲା

ନୂଆଦିଲ୍ଲୀ,୩୦।୮: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ଆବଶ୍ୟକତା ପୂରଣ ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୨ ବିକଳ୍ପ ପ୍ରଦାନ କରିଛନ୍ତି। ୪୧ତମ ଜିଏସ୍‌ଟି...

ଚନ୍ଦା କୋଚ୍ଚର, ସ୍ବାମୀଙ୍କ ବିରୋଧରେ ଇଡି ଚାର୍ଜଶିଟ୍‌

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ଋଣ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ...

ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀରେ ମିଶୋ ସାମିଲ

ନୂଆଦିଲ୍ଲୀ,୨୪।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ କରିଛି। ବିଶେଷକରି ବ୍ରାଣ୍ଡ୍‌ ଚଳିତ ବର୍ଷରେ ବିଶ୍ୱର...

ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି।...

ରିଲାଏନ୍ସର ୨୦% ଅଂଶଧନ କିଣିବ ଆରାମ୍‌କୋ

ସଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ସଉଦି ଆରାମ୍‌କୋ ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ସଉଦି କମ୍ପାନୀ...

କେନ୍ଦୁଝରରେ ମାକଏ’ର ଡିଲର ମିଟ୍‌

ଭୁବନେଶ୍ୱର,୨୫।୮:ଦେଶର ପ୍ରମୁଖ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ମାକଏ ପକ୍ଷରୁ କେନ୍ଦୁଝରର ଶ୍ରୀକ୍ଷେତ୍ର ଇଣ୍ଟନ୍ୟାଶନାଲଠାରେ ଏକ ଡିଲର ମିଟ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଷ୍ଟ୍ରିବ୍ୟୁଟର...

ରାଣା କପୁରଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ସହ ପ୍ରମୋଟର ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଗିରଫ କରିଛି। ମହାରାଷ୍ଟ୍ର ଭିତ୍ତିକ ପିଏମ୍‌ସି ବ୍ୟାଙ୍କରୁ ୪,୩୦୦ କୋଟି...

ପିଲାଙ୍କ ମନୋବଳ ବଢ଼ାଇବାକୁ ପଡ଼ିବ: ଶ୍ରୀରାମ ପଣ୍ଡା

କୋଭିଡ୍‌ ଯୋଗୁ ଅଫ୍‌ଲାଇନ୍‌ ଶିକ୍ଷା ବନ୍ଦ ହେବାରୁ ଅନ୍‌ଲାଇନ୍‌ ଶିକ୍ଷା ପିଲାଙ୍କୁ ଅଳସୁଆ କରିଦେଇଛି । ଗତ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷାନୁଷ୍ଠାନର...

Advertisement
Archives

Model This Week