୩୦ ଟନ୍‌ ଆମ୍ବ ଗଲା ରାୟପୁର

କୋରାପୁଟ,୨୭ା୫(ଅମିତାଭ ବେହେରା): ଚଳିତ ବର୍ଷ କୋରାପୁଟ ଜିଲାରେ ପ୍ରଚୁର ପରିମାଣରେ ଆମ୍ବ ଆସିଛି। ଆମ୍ବ ଚାଷୀମାନଙ୍କୁ ଆମ୍ବର ଉଚିତ୍‌ ମୂଲ୍ୟ ଦେବାକୁ ମିଶନ ଶକ୍ତି ମହିଳା ଗୋଷ୍ଠୀ ଓ କମ୍ପାନୀ ଆଗେଇ ଆସିଛି। କୋରାପୁଟ ଜିଲାରେ ହେଉଥିବା ଆମ୍ବରେ ଗୁଣାତ୍ମକମାନ ସର୍ବାଧିକ ରହୁଥିବାରୁ ଏହି ଅଞ୍ଚଳର ଆମ୍ବର ଚାହିଦା ରାୟପୁର, ଭିଲାଇ ବମ୍ବେ, ଦଲ୍ଲୀ ଆଦି ବିଭିନ୍ନ ସହରରେ ଅଧିକ ରହୁଛି।
ଜିଲାର ଦଶମନ୍ତପୁର ବ୍ଲକ ଅଞ୍ଚଳରେ ବିଗତ ବର୍ଷରେ ପ୍ରଚୁର ଆମ୍ବ ହୋଇଥିଲେ ମଧ୍ୟ ବିକ୍ରି ହୋଇ ନ ପାରି ଚାଷୀ ଉଚିତ୍‌ ମୂଲ୍ୟ ନ ପାଇ ବହୁ କ୍ଷତି ସହିଥିଲେ। ଏହାକୁ ଦୃଷ୍ଟିରେ ରଖି ଆମ୍ବ ଚାଷୀ କିପରି ଆମ୍ବର ଉଚିତ୍‌ ମୂଲ୍ୟ ପାଇବେ ସେ ନେଇ ଚଳିତ ବର୍ଷ ସିୱାଇଏସ୍‌ଡି ସହାୟତାରେ ଡଙ୍ଗରରାଣୀ କୃଷି ଉପତ୍ାଦକ କମ୍ପାନୀ ଲିମିଟେଡ ଜିଲାର ଦଶମନ୍ତପୁର ଅଞ୍ଚଳରେ ଉତ୍ପାଦିତ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରି ବିକ୍ରି ଲାଗି ଛତିଶଗଡର ଭିଲାଇ ଓ କଟକ ସହରକୁ ପଠାଇଛି। ଗତ ଦୁଇଦିନ ମଧ୍ୟରେ ଜିଲାର ଦଶମନ୍ତପୁର ବ୍ଲକର ପଟ୍ଟାମାଳିଗୁଡା, କର୍ତାସ, ଜାନିଗୁଡା, କାଉଗୁଡା, ପାଟଖଣ୍ଡା, ଆଡମୁଣ୍ଡା ଅଞ୍ଚଳରୁ ୩୦ଟନ୍‌ରୁ ଉର୍ଦ୍ଧ୍ୱ ଦସେରି, ଆମ୍ରପଲ୍ଲି, ମଲ୍ଲିକା, ଲେଙ୍ଗଡା, ବମ୍ବେ ଗ୍ରୀନ ଆଦି ବିଭିନ୍ନ କିସମର ଆମ୍ବ ଉପରୋକ୍ତ ଦୁଇ ସହରକୁ ପଠାଯାଇଥିବା କମ୍ପାନୀର ସିଇଓ ଯାଜ୍ଞଦତ୍ତ ମହାରଣା ରବିବାର ସୂଚନା ଦେଇଛନ୍ତି।। ଦଶମନ୍ତପୁର ବ୍ଲକର ପୋଡାଗଡ ପଞ୍ଚାୟତର ପଟ୍ଟାମାଳିଗୁଡା ଗ୍ରାମରୁ ଲେଙ୍ଗଡା ଆମ୍ବ ୬୦ କୁଇଣ୍ଟାଲ, ଆମ୍ରପାଲ୍ଲି ୧୦ କୁଇଣ୍ଟାଲ, ବମ୍ବେ ଗ୍ରୀନ ଆମ୍ବ ୫୦ କୁଇଣ୍ଟାଲ ଏପର ମୋଟ ୧୨୦ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିଲା। ସେହିପରି କାଉଗୁଡା ଗ୍ରାମରୁ ଦସେରି ଆମ୍ବ ୧୫ କୁଇଣ୍ଟାଲ, ମଲ୍ଲିକା ଆମ୍ବ ୫ କୁଇଣ୍ଟାଲ, ଆମ୍ରପଲ୍ଲି ୧୦ କୁଇଣ୍ଟାଲ ଏପରି ୩୦ କୁଇଣ୍ଟାଲ, ପାଟ ଝଙ୍କାର ଗ୍ରାମରୁ ଦସେରି ଆମ୍ବ ୨୭ କୁଇଣ୍ଟାଲ, ଆମ୍ରପଲ୍ଲି ୩୦ କୁଇଣ୍ଟାଲ, ମଲ୍ଲିକା ୩ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଛି। ସେହିପରି କର୍ତାସ ଗ୍ରାମରୁ ଦସେରି ସମେତ ଆମ୍ରପଲ୍ଲି , ମଲ୍ଲିକା ଆଦି ବିଭିନ୍ନ କିସମର ୭୫ କୁଇଣ୍ଟାଲ ଆମ୍ବ ସଂଗ୍ରହ କରାଯାଇଛି। ବ୍ଲକର ଜାନିଗୁଡା ଗ୍ରାମରୁ ଆମ୍ରପଲ୍ଲି ଓ ଦସେରି ୧୪ କୁଇଣ୍ଟାଲ ଆମ୍ବ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିବା ସିୱାଇଏସଡି ସଂଯୋଜକ ଆନନ୍ଦ ମଲ୍ଲିକ କହିଛନ୍ତି। ସଂଗୃହୀତ ଆମ୍ବ ମଧ୍ୟରେ ଦସେରି ଆମ୍ବ କେଜି ପ୍ରତି ୨୫ ଟଙ୍କା, ଆମ୍ରପଲ୍ଲି କେଜି ପ୍ରତି ୧୨ ଟଙ୍କା, ମଲ୍ଲିକା କେଜି ପ୍ରତି ୧୦ ଟଙ୍କା, ଲେଙ୍ଗଡା କେଜି ପ୍ରତି ୧୩ ଟଙ୍କା ଓ ବମ୍ବେ ଗ୍ରୀନ ଆମ୍ବ କେଜି ପ୍ରତି ୧୩ ଟଙ୍କା ଦରରେ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଥିବା କମ୍ପାନୀ ସଭାପତି ସାବିତ୍ରୀ ପାଇକ ସୂଚନା ଦେଇଛନ୍ତି। ଆଗକୁ ଜିଲାର ଲକ୍ଷ୍ମୀପୁର , କାକିରିଗୁମ୍ମା ସମେତ ବିଭିନ୍ନ ଅଞ୍ଚଳରୁ ଏପରି ଆମ୍ବ ସଂଗ୍ରହ କରି ଚାଷୀମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ସିଇଓ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?