୩୦ ମିନିଟ ବ୍ୟାୟାମ, ୧୫ ମିନିଟ ଧ୍ୟାନ କର

ଭୁବନେଶ୍ୱର,୨୨ା୮(ଅନିଲ ଦାସ):ସୁସ୍ଥ ଶରୀର, ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ଆଧାର। ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ୱାସ ବଢ଼ିବ। ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ ଓ ୧୫ ମିନିଟ୍‌ ଧ୍ୟାନରେ ବସିଲେ ସ୍ମୃତିଶକ୍ତି ବଢ଼ିବ। ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଜନତା ମଇଦାନଠାରେ ଅନୁଷ୍ଠିତ ୫-ଟି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରୁ ଆସିଥିବା ଛାତ୍ରୀଛାତ୍ରମାନଙ୍କ ସହ ୫-ଟି ସଚିବ ଭାବବିନିମୟ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏବେ ପ୍ରତିଯୋଗିତାର ସମୟ। ପରିଶ୍ରମ କରିବାକୁ ପଡ଼ିବ।
କ୍ରୀଡ଼ା, ଯୋଗ, ସାଇକ୍ଲିଂ କରି ଫିଟ୍‌ ରହିବାକୁ ହେବ। ଜୀବନରେ ଯାହା ପରିସ୍ଥିତି ଆସିବ, ମୁକାବିଲା କରିବାକୁ ପଡ଼ିବ। ଜୀବନରେ ଭଲ ସାଙ୍ଗର ବହୁତ ପ୍ରଭାବ ଥାଏ। ତେଣୁ ଭଲ ସାଙ୍ଗ ବାଛନ୍ତୁ। ଆତ୍ମବିଶ୍ୱାସ କମାଉଥିବା ସାଙ୍ଗଠାରୁ ଦୂରରେ ରହିବାକୁ ୫-ଟି ସଚିବ କହିଛନ୍ତି। ଗୁରୁ ଓ ଭଗବାନ ଏକା ସମୟରେ ଆସିଲେ, ଗୁରୁଙ୍କୁ ଆଗ ମୁଣ୍ଡିଆ ମାରିବେ। କାରଣ ସେମାନେ ପିଲାଙ୍କୁ ଭଗବାନଙ୍କ ସହ ପରିଚିତ କରାନ୍ତି ବୋଲି ୫ଟି ସଚିବ କହିଛନ୍ତି। କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି। ଗୁରୁମାନେ ଲିଡର ବାହାର କରନ୍ତି। ପିଲାମାନେ ନିଶା, ସୋସିଆଲ ମିଡିଆ, ମଦଠାରୁ ଦୂରରେ ରହିବା ଏବଂ ଭଲ ପାଠ ପଢ଼ି ଓଡ଼ିଶାକୁ ଗର୍ବିତ କରିବାକୁ ୫-ଟି ସଚିବ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି।
ନୂତନ ଓଡ଼ିଶା ଗଠନ ପାଇଁ ଷ୍ଟୁଡେଣ୍ଟ ହେଲ୍‌ପ ଲାଇନ୍‌ ପାଇଁ ଆସିଥିବା ପ୍ରସ୍ତାବକୁ ପାଇବେ। କଠିନ ପରିଶ୍ରମ କରିବେ, ଉଜ୍ଜ୍ୱଳ ହେବେ, ସଫଳ ଜୀବନ ପାଇ ତାଙ୍କୁ ଇମେଲ୍‌ କରିବାକୁ ୫-ଟି ସଚିବ ଛାତ୍ରୀଛାତ୍ରଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜଲାର ୭୦ଟି ଯୁକ୍ତ୨ ଓ ୩୮ ଡିଗ୍ରୀ କଲେଜକୁ ୫-ଟିରେ ସାମିଲ କରିଛନ୍ତି। ୫-ଟିରେ କଲେଜର ସମ୍ପୂର୍ଣ୍ଣ ରୂପାନ୍ତର ୬ ମାସ ଭିତରେ ହେବ। ଏଥିପାଇଁ ୬୬.୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ରାଜ୍ୟର ରୂପାନ୍ତର ପାଇଁ ନୂଆ ଓଡ଼ିଶା ଲକ୍ଷ୍ୟ ରଖିଛନ୍ତି। ନୂଆ ଓଡ଼ିଶାର ମୁଖ୍ୟ ଶକ୍ତି ହେଉଛନ୍ତି ଛାତ୍ରୀଛାତ୍ର। ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ୫-ଟି ସଚିବ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ପ୍ରୟାସ କରୁଛନ୍ତି। ବ୍ୟକ୍ତିଗତ ଜୀବନ ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାର ସମସ୍ତ କଲେଜର ଛାତ୍ରୀଛାତ୍ର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri