ପିକ୍‌ଅପ୍‌ ଭ୍ୟାନରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଆର.ଉଦୟଗିରି,୧୬ା୮(ଡି.ଏନ.ଏ.)- ମୋହନା ପୋଲିସ ଏକ ଗାଡ଼ି ସହ ୧୩ ବସ୍ତା ଗଞ୍ଜେଇ ଜବତ କରିଛି। ଆର୍‌.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମୋହନା ଆଇଆଇସି ସୁନିଲ କୁମାର ନାୟକ ସଦଳବଳ ରବିବାର ସକାଳ ପ୍ରାୟ ୯.୩୦ରେ ଲୁହାଗୁଡ଼ି-ଚାନ୍ଦିପୁଟ ମଝିରେ କଳାମାରୀ ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବାବେଳେ ଚାନ୍ଦିପୁଟ ପଟୁ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡି୦୫ଜେଡ-୯୪୪୪)କୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୩ ବସ୍ତା ଗଞ୍ଜେଇ ମିଳିଥିଲା। ମୋହନା ବିଡ଼ିଓଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ୩ କୁଇଣ୍ଟାଲ ୯୧କେଜି ୭୦୦ ଗ୍ରାମ ହୋଇଥିଲା। ଯାହାର ବଜାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଗାଡ଼ି ଜବତ କରିବା ସହ ମାଲିକ ପାଉଲ ପାଣି ଓ ଚାଳକ ଅନୁଗ୍ରହ ଲିମାଙ୍କୁ ପୋଲିସ ଗିରଫ କରିବା ସହ ଗାଡି ଜବତ କରିଛି। ଏନେଇ ମୋହନା ଥାନାରେ ନଂ.୧୨୯/୨୦ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ : ଭୁବନେଶ୍ୱରରେ ଟ୍ରାଫିକ କଟକଣା

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମରେ ହକିର ମେଗା ଇଭେଣ୍ଟ ଆରମ୍ଭ ହେବ। ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ପାଇଁ...

ଶାଖା କେନାଲ ରାସ୍ତା ମଝିରେ ଗର୍ତ୍ତ

ମାହାଙ୍ଗା ୧୩ା୮(ସ୍ବ.ପ୍ର.): ମାହାଙ୍ଗା ବ୍ଲକ ଅନ୍ତର୍ଗତ ତଥା ନିଶ୍ଚିିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧୀନରେ ଥିବା ୮ ଏଫ୍‌ ଶାଖା କେନାଲ ବନ୍ଧ ଗ୍ରାମ୍ୟ...

ଲକ୍‌ଡାଉନରେ ମାତିଛନ୍ତି ଲୁଟେରା

ପାଟପୁର,୨୦ା୪- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ୨ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବାବେଳେ ଜଣେ...

ରାଜଧାନୀରୁ ଆଉ ୩୯୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୩।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୭୯...

ରାଜ୍ୟରୁ ସୁସ୍ଥ ହେଲେ ୧୦୯୫ କରୋନା ଆକ୍ରାନ୍ତ

ଭୁବନେଶ୍ବର,୨୧।୨(ବ୍ୟୁରୋ) : ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ଧିରେଧିରେ କମୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ସୋମବାର ରାଜ୍ୟରେ ୧୦୯୫ ଜଣ କରୋନା ଆକ୍ରାନ୍ତ...

ଭୋଟ ନ ଦେଲେ ରାଶନ କାର୍ଡ କଟିବା ଧମକ

ଯାଜପୁର ଅଫିସ,୩୧।୧: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତିନି ପ୍ରମୁଖ ଦଳର ପ୍ରଚାର ସେତେ ତେଜିବାରେ ଲାଗିଛି। ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁ...

ଦିନକୁ ୨୦ହଜାର ଟେଷ୍ଟ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ)- କୋଭିଡ୍‌ ଆକ୍ରାନ୍ତଙ୍କ ଚିହ୍ନଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଅଗଷ୍ଟରୁ ୧୨ହଜାର ବଦଳରେ ଦୈନିକ ୨୦ହଜାର ଟେଷ୍ଟ କରାଯିବ ବୋଲି...

ରାଜଧାନୀରେ ବଢ଼ୁଛି ଆରୋଗ୍ୟ ହାର

ଭୁବନେଶ୍ୱର,୧୫।୯ (ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ ୩ଦିନ ହେବ କ୍ରମାଗତ ଭାବେ...

Advertisement
Archives

Model This Week