କଟକ-ଭୁବନେଶ୍ୱର ରୋଡର ୩ ବାର୍‌ ସିଲ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍‌। ରଙ୍ଗିନ୍‌ ହେଉଥିଲା ରାତି। ଖୋଲାଖୋଲି ନିୟମର ଉଲ୍ଲଂଘନ କରାଯାଉଥିଲା। ଏଭଳି ଅଭିଯୋଗ ପାଇବା ପରେ ମଙ୍ଗଳବାର କଟକର ଫ୍ଲାଇଂ ସ୍କ୍ବାଡ୍‌, ଇଆଇବି ଓ ଭୁବନେଶ୍ୱର ଅବକାରୀ ଟିମ୍‌ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ଏକକାଳୀନ ଚଢ଼ାଉ କରିଛନ୍ତି। ବିନା ଲାଇସେନ୍‌ସରେ ନାଚଗୀତ ଚାଲୁଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ୩ ବାର୍‌ ଯଥା ଲିଭ୍‌-ଇଟ୍‌ ଅପ୍‌, ନସା ଓ ଏକାମ୍ର ବାର୍‌କୁ ଅବକାରୀ ବିଭାଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି। ଏହି ୩ ବାର୍‌ର ମ୍ୟୁଜିକ୍‌ ଓ ଡ୍ୟାନ୍ସଫ୍ଲୋର୍‌ ଲାଇସେନ୍ସ ନ ଥିଲା। ସେହିପରି କଟକ ରୋଡ୍‌ସ୍ଥିତ ସେଲ୍ଫି ଓ ଅଶୋକା ଡ୍ୟାନ୍ସ, ଚନ୍ଦ୍ରଶେଖରପୁରସ୍ଥିତ ଏମ୍ବାସି ଏବଂ ୟୁନିଟ୍‌-୮ସ୍ଥିତ ଅଜିତ୍‌ ବାରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଓ ଅବକାରୀ ଆଇନ ଉଲ୍ଲଂଘନ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା। ତେଣୁ ଏଗୁଡିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏଥିସହ ଉକ୍ତ ବାର୍‌ ଗୁଡ଼ିକରେ ନାଚୁଥିବା ୧୫ରୁ ଊର୍ଦ୍ଧ୍ୱ ବଙ୍ଗୀୟ ଯୁବତୀଙ୍କୁ ଅବକାରୀ ଟିମ୍‌ ପଚରାଉଚରା ପରେ ଛାଡ଼ିଦେଇଛି। ଏନେଇ ବାର୍‌ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳଙ୍କୁ ଅବକାରୀ ବିଭାଗ ରିପୋର୍ଟ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଜଧାନୀରେ ବିଭିନ୍ନ ବାରରେ ବିନା ଲାଇସେନ୍ସରେ ଅନେକ ବାର ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏପରିକି ବିନା ଲାଇସେନ୍ସରେ କେତେକ ବାର ବାଦ୍ୟଯନ୍ତ୍ର ବଜେଇବା ସହ ନାଚଗୀତ ଆସର ଜମାଉଥିବା ଅଭିଯୋଗ ହେବା ପରେ ଅବକାରୀ କମିଶନର ଆଶିଷ ସିଂ ଓ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତି ୧୦ଟା ପରେ କଟକ ଫ୍ଲାଇଂସ୍କ୍ବାଡ୍‌, କଟକର ଇଣ୍ଟେଲିଜେନ୍‌ସ ୟୁନିଟ ଓ ଭୁବନେଶ୍ୱର ଅବକାରୀ ଟିମ୍‌ ମିଳିତ ଭାବେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ଚଢ଼ାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?