ସୁରକ୍ଷିତ କରିପାରୁନି ସିସିଟିଭି

ଅନୁଗୋଳ ଅଫିସ, ୨୬।୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କଳେବର ବଢ଼ୁଛି। ନୂଆ ନୂଆ ବିଭାଗ ସଂଯୋଗ ହେଉଥିବାବେଳେ ପୂରା ବ୍ୟବସ୍ଥା ଉପରେ ନଜର ରଖିବାକୁ ଶତାଧିକ ସିସିଟିଭି ଲଗାଯାଇଛି। କିନ୍ତୁ ସେଥିରୁ ଅନେକ ଅଚଳ ହୋଇପଡ଼ିଥିବାରୁ ଏହାର ସୁଯୋଗ ନେଉଛନ୍ତି ଗାଡ଼ି ଚୋରି କରୁଥିବା ଦୁର୍ବୃତ୍ତମାନେ। ସେହିପରି ମେଡିକାଲ ଆସୁଥିବା ରୋଗୀମାନଙ୍କୁ କିପରି ସେବା ପ୍ରଦାନ କରାଯାଉଛି ତାହା ମଧ୍ୟ ଜାଣିପାରୁ ନାହାନ୍ତି କର୍ତ୍ତୃପକ୍ଷ। ଏ ନେଇ ରୋଗୀ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି କାଜୁଆଲଟି, ପଞ୍ଜୀକରଣ, ବିଭିନ୍ନ ଓ୍ବାର୍ଡ, ପାଥୋଲୋଜି ଓ ପଛ ଫାଟକ ଯାଏ ୧୫୦ରୁ ଅଧିକ ସିସିଟିଭି ଲଗାଯାଇଛି। ମେଡିକାଲକୁ କିଏ କେତେବେଳେ ଆସିଲେ ଓ କେଉଁ ସମୟରେ ବାହାରକୁ ଗଲେ ତାହା ସିସିଟିଭିରେ କଏଦ ହେବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଚିକିତ୍ସାରେ ଅବହେଳା ଓ ଆର୍ଥିକ ଶୋଷଣ ସମ୍ପର୍କିତ ଆସୁଥିବା ଅଭିଯୋଗର ତଦନ୍ତ ବେଳେ ଏହି ସିସିଟିଭି ଫୁଟେଜ ବଡ଼ ପ୍ରମାଣ ଭାବେ ପରିଣଗିତ ହୋଇଥାଏ। ଏଥିପାଇଁ ଏହାକୁ କର୍ତ୍ତୃପକ୍ଷଙ୍କ ତୃତୀୟ ନୟନ ବୋଲି ମଧ୍ୟ କୁହାଯାଉଛି। ମେଡିକାଲ ଉପରେ ନଜର ରଖୁଥିବା ଏହି ସିସିଟିଭି ପାଇଁ ୪ଟି ମନିଟରିଂ ରୁମ୍‌ କରାଯାଇଛି। ସେଥିରୁ ଗୋଟିଏ ଲେଖାଏ ମ୍ୟାନେଜର ଓ ଏଡିଏମ୍‌ଓ(ମେଡିକାଲ)ଙ୍କ ଚ୍ୟାମ୍ବରରେ ଏବଂ ଗୋଟିଏ ପାଥୋଲାବ୍‌ରେ ରହିଛି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାମ କରୁ ନ ଥିବାରୁ କେତେବେଳେ ଗାଡ଼ି ଷ୍ଟାଣ୍ଡରୁ ବାଇକ୍‌ ଚୋରି ହୋଇଯାଉଛି ତ ଆଉ କେତେବେଳେ ଅନ୍ୟାନ୍ୟ ସାମଗ୍ରୀ କେହି ନେଇଯାଉଛି। ସିସିଟିଭି ଚାଲୁଛି କି ନାହିଁ, ସେ ନେଇ କର୍ତ୍ତୃପକ୍ଷ ଯାଞ୍ଚ କରୁନାହାନ୍ତି। ଏପରି କି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁଛି କି ନାହିଁ ତାହା ମଧ୍ୟ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ଜାଣିପାରୁ ନାହାନ୍ତି। କିଛି ଦିନ ତଳେ ଜଣେ ଲୁଟେରା ହେଲମେଟ୍‌ ପିନ୍ଧି ଗାଡ଼ି ଚୋରି କରୁଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ଫାଣ୍ଡିରେ ଜିମା ଦେଇଥିଲେ। ଗତ ମଙ୍ଗଳବାର ରାତିରେ ଜଣେ କର୍ମଚାରୀଙ୍କ ଗାଡ଼ି ଚୋରି ହୋଇଥିବା ଜଣାପଡ଼ିଛି। ପୁରୁଣା ସିସିଟିଭି ମରାମତି ହୋଇପାରୁ ନ ଥିବାବେଳେ ଏବେ ନୂତନ ଭାବେ ଖୋଲିଥିବା ବିଭିନ୍ନ ୱାର୍ଡରେ ସିସିଟିଭି ଖଞ୍ଜା ଯିବା ଯୋଜନା କେତେ ଫଳପ୍ରଦ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ପୂର୍ଣ୍ଣ ତଥ୍ୟ ନାହିଁ
ମେଡିକାଲରେ କେତୋଟି ସିସିଟିଭି ଅଚଳ ଥିବା ଅବଗତ ଅଛି। ତେବେ ମୋଟ ଉପରେ କେତେ ସିସିଟିଭି ଅଚଳ ରହିଛି ସେ ନେଇ ତଥ୍ୟ ନାହିଁ। ଏ ନେଇ କି ଅସୁବିଧା ଉପୁଜିଛି ତାହାର ଅନୁଧ୍ୟାନ କରାଯିବା ସହ ଅଚଳଗୁଡ଼ିକୁ ସଚନ କରିବାକୁ ମ୍ୟାନେଜରଙ୍କୁ କୁହାଯିବ। ଏଥିସହ ଅଧିକ ସିସିଟିଭି ଲଗାଯିବା ପାଇଁ ଚିଠା ପ୍ରସ୍ତୁତ ହୋଇଛି।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)

ସୁରକ୍ଷା ପ୍ରତି ନଜର ଦିଆଯାଉନି
ମାଳମାଳ ସିସିଟିଭି ଲାଗିଛି। ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ୱେ ମେଡିକାଲ ପରିସରରୁ ଗାଡ଼ି ଚୋରି ହେଉଥିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି। ଯେଉଁ ଉଦ୍ଦେଶ୍ୟରେ ସିସିଟିଭି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା ତାହା ମଧ୍ୟ ପୂରଣ ହେଉନାହିଁ। ମେଡିକାଲ କର୍ତ୍ତୃପକ୍ଷ ସୁରକ୍ଷା ପ୍ରତି ନଜର ଦେଉ ନ ଥିବାରୁ ଏପରି ଘଟୁଛି।
-ସୌମ୍ୟରଞ୍ଜନ ଦାଶ, ଅନୁଗୋଳ

ସିସିଟିଭି ଲଗା ନେଇ ତଦନ୍ତ ହେଉ
ବିପୁଳ ପରିମାଣର ସିସିଟିଭି ଲଗାଯାଇଥିଲେ ମଧ୍ୟ ସେଥିରୁ ଅନେକ ଅଚଳ ହୋଇପଡ଼ିବା ନିମ୍ନମାନର ସାମଗ୍ରୀ ଆଡ଼କୁ ଇଙ୍ଗିତ କରୁଛି। ଏହାଛଡ଼ା ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। ଫଳରେ ସିସିଟିଭିରେ ଲୋକ ଦେଖା ଯାଉଥିଲେ ମଧ୍ୟ ଚିହ୍ନଟ କରାଯାଇପାରୁ ନାହିଁ। ଏ ନେଇ ତଦନ୍ତ କରାଗଲେ ଦୁର୍ନୀତି ହୋଇଛି କି ନାହିଁ ତାହା ଜଣାପଡ଼ନ୍ତା।
-ରଞ୍ଜନ ପାତ୍ର, ଆଇନଜୀବୀ

କର୍ତ୍ତୃପକ୍ଷ ଉପଯୁକ୍ତ ଧ୍ୟାନ ଦେଉନାହାନ୍ତି
ବହୁ ସିସିଟିଭି ଅଚଳ ରହିଥିବାରୁ ଏହାର ଫାଇଦା ଲୁଟେରାମାନଙ୍କୁ ମିଳୁଛି। ସେହିପରି କର୍ମଚାରୀମାନେ ଉପଯୁକ୍ତ ସେବା ଯୋଗାଉଛନ୍ତି କି ନାହିଁ ସେ ନେଇ କର୍ତ୍ତୃପକ୍ଷ ଅବଗତ ହୋଇପାରୁ ନାହାନ୍ତି। ତେଣୁ ଏପରି କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କଲେ ଦେଖିବାକୁ କେହି ନାହିଁ। ଏ ଦିଗରେ କର୍ତ୍ତୃପକ୍ଷଙ୍କ ଧ୍ୟାନ ରହୁ ନ ଥିବାରୁ ସମସ୍ୟା ଉପୁଜୁଛି।
-ସୌରଭ ପାଢ଼ୀ, ଯୁବଗୋଷ୍ଠୀ


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତିରେ ଖୋର୍ଦ୍ଧା ଉପଖଣ୍ଡର ସମସ୍ତ ଦେବାଳୟରେ ୧୪୪ ଧାରା

ଖୋର୍ଦ୍ଧା ଅଫିସ,୧୪ା୧: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ସମସ୍ତ ଦେବାଳୟରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ...

ସୁଶାନ୍ତ ସିଂଙ୍କୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୯।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଝାରସୁଗୁଡ଼ା ଉପନିର୍ବାଚନରୁ ଦୂରେଇ ରଖାଯାଇଛି। ବରିଷ୍ଠ ପର୍ଯ୍ୟବେକ୍ଷକ କିମ୍ବା ବିଜେଡି ବ୍ଲକ ଓ ମ୍ୟୁନିସିପାଲିଟି...

କରୋନା ଟିକା ପ୍ରସ୍ତୁତ କରିଥିବା ଦାବିକଲେ ଯୁବକ: ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଖୋଳତାଡ଼ ଆରମ୍ଭ

ବରଗଡ଼ ଅଫିସ,୨୬।୯: ବିଶ୍ୱରେ କରୋନା(କୋଭିଡ-୧୯) ସଂକ୍ରମଣ ବ୍ୟାପି ଚାଲିଛି । ଏ ପର୍ଯ୍ୟନ୍ତ ଏହାର କୌଣସି ଠୋସ ପ୍ରତିଷେଧକ ଔଷଧ କିମ୍ବା ଭ୍ୟାକସିନ୍‌ ବାହାରି ପାରି...

‘ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ୫୦ହଜାର ଘରେ ନ ପହଞ୍ଚତ୍ଲେ ଭଲ ହେବନି’

ଭୁବନେଶ୍ୱର,୩୦।୯(ବ୍ୟୁରୋ): ବର୍ଷକୁ କୋଟି କୋଟି କମାଉଛୁ, କିନ୍ତୁ ପଚାଶ ହଜାର ଦେବୁ ନାହିଁ କାହିଁକି? ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ମୋର କିଛି ଶୁଣିବାର ନାହିଁ। ଦୁର୍ଗା...

ଛତିଶଗଡ଼ କଥାରେ ଖୋଲିବନି ଫାଟକ: ମନ୍ତ୍ରୀ

ଭୁବନେଶ୍ବର,୧୫ା୮(ବ୍ୟୁରୋ): ମହାନଦୀକୁ ନେଇ ଏବେ ପୁଣି ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ମହାନଦୀରେ ଜଳସ୍ତର ବଢ଼ିବା କାରଣରୁ ଛତିଶଗଡ଼ ପଟେ ବନ୍ୟା...

ଆଜିଠାରୁ ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା: ଯୋଗଦେବେ ୧୮୦ କୁନି ବୈଜ୍ଞାନିକ

ଅନୁଗୋଳ ଅଫିସ, ୨୧।୧୨- ଅନୁଗୋଳ ହାଇସ୍କୁଲରେ ଶନିବାର ଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ୪୬ ତମ ବିଜ୍ଞାନମେଳା। ୩ ଦିନ ଧରି ହେବାକୁ ଥିବା ଏହି...

୯ ଦିନ ପରେ ୨ ପଜିଟିଭ୍‌ ଚିହ୍ନଟ

ଅନୁଗୋଳ ଅଫିସ, ୨୦।୫ – ଅନୁଗୋଳ ଜିଲାରେ ୯ଦିନ ପରେ ପୁଣି ୨ଜଣ କରୋନା ପଜିଟିଭ୍‌ ବାହାରିଛନ୍ତି। ଏହି ଦୁଇଜଣଙ୍କୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା...

ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି

କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି...

Advertisement
Archives

Model This Week