ସୁରକ୍ଷିତ କରିପାରୁନି ସିସିଟିଭି

ଅନୁଗୋଳ ଅଫିସ, ୨୬।୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କଳେବର ବଢ଼ୁଛି। ନୂଆ ନୂଆ ବିଭାଗ ସଂଯୋଗ ହେଉଥିବାବେଳେ ପୂରା ବ୍ୟବସ୍ଥା ଉପରେ ନଜର ରଖିବାକୁ ଶତାଧିକ ସିସିଟିଭି ଲଗାଯାଇଛି। କିନ୍ତୁ ସେଥିରୁ ଅନେକ ଅଚଳ ହୋଇପଡ଼ିଥିବାରୁ ଏହାର ସୁଯୋଗ ନେଉଛନ୍ତି ଗାଡ଼ି ଚୋରି କରୁଥିବା ଦୁର୍ବୃତ୍ତମାନେ। ସେହିପରି ମେଡିକାଲ ଆସୁଥିବା ରୋଗୀମାନଙ୍କୁ କିପରି ସେବା ପ୍ରଦାନ କରାଯାଉଛି ତାହା ମଧ୍ୟ ଜାଣିପାରୁ ନାହାନ୍ତି କର୍ତ୍ତୃପକ୍ଷ। ଏ ନେଇ ରୋଗୀ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ଠାରୁ ଆରମ୍ଭ କରି କାଜୁଆଲଟି, ପଞ୍ଜୀକରଣ, ବିଭିନ୍ନ ଓ୍ବାର୍ଡ, ପାଥୋଲୋଜି ଓ ପଛ ଫାଟକ ଯାଏ ୧୫୦ରୁ ଅଧିକ ସିସିଟିଭି ଲଗାଯାଇଛି। ମେଡିକାଲକୁ କିଏ କେତେବେଳେ ଆସିଲେ ଓ କେଉଁ ସମୟରେ ବାହାରକୁ ଗଲେ ତାହା ସିସିଟିଭିରେ କଏଦ ହେବାର ବ୍ୟବସ୍ଥା ରହିଛି। ଏହାଛଡ଼ା ଚିକିତ୍ସାରେ ଅବହେଳା ଓ ଆର୍ଥିକ ଶୋଷଣ ସମ୍ପର୍କିତ ଆସୁଥିବା ଅଭିଯୋଗର ତଦନ୍ତ ବେଳେ ଏହି ସିସିଟିଭି ଫୁଟେଜ ବଡ଼ ପ୍ରମାଣ ଭାବେ ପରିଣଗିତ ହୋଇଥାଏ। ଏଥିପାଇଁ ଏହାକୁ କର୍ତ୍ତୃପକ୍ଷଙ୍କ ତୃତୀୟ ନୟନ ବୋଲି ମଧ୍ୟ କୁହାଯାଉଛି। ମେଡିକାଲ ଉପରେ ନଜର ରଖୁଥିବା ଏହି ସିସିଟିଭି ପାଇଁ ୪ଟି ମନିଟରିଂ ରୁମ୍‌ କରାଯାଇଛି। ସେଥିରୁ ଗୋଟିଏ ଲେଖାଏ ମ୍ୟାନେଜର ଓ ଏଡିଏମ୍‌ଓ(ମେଡିକାଲ)ଙ୍କ ଚ୍ୟାମ୍ବରରେ ଏବଂ ଗୋଟିଏ ପାଥୋଲାବ୍‌ରେ ରହିଛି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାମ କରୁ ନ ଥିବାରୁ କେତେବେଳେ ଗାଡ଼ି ଷ୍ଟାଣ୍ଡରୁ ବାଇକ୍‌ ଚୋରି ହୋଇଯାଉଛି ତ ଆଉ କେତେବେଳେ ଅନ୍ୟାନ୍ୟ ସାମଗ୍ରୀ କେହି ନେଇଯାଉଛି। ସିସିଟିଭି ଚାଲୁଛି କି ନାହିଁ, ସେ ନେଇ କର୍ତ୍ତୃପକ୍ଷ ଯାଞ୍ଚ କରୁନାହାନ୍ତି। ଏପରି କି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁଛି କି ନାହିଁ ତାହା ମଧ୍ୟ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ଜାଣିପାରୁ ନାହାନ୍ତି। କିଛି ଦିନ ତଳେ ଜଣେ ଲୁଟେରା ହେଲମେଟ୍‌ ପିନ୍ଧି ଗାଡ଼ି ଚୋରି କରୁଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ଫାଣ୍ଡିରେ ଜିମା ଦେଇଥିଲେ। ଗତ ମଙ୍ଗଳବାର ରାତିରେ ଜଣେ କର୍ମଚାରୀଙ୍କ ଗାଡ଼ି ଚୋରି ହୋଇଥିବା ଜଣାପଡ଼ିଛି। ପୁରୁଣା ସିସିଟିଭି ମରାମତି ହୋଇପାରୁ ନ ଥିବାବେଳେ ଏବେ ନୂତନ ଭାବେ ଖୋଲିଥିବା ବିଭିନ୍ନ ୱାର୍ଡରେ ସିସିଟିଭି ଖଞ୍ଜା ଯିବା ଯୋଜନା କେତେ ଫଳପ୍ରଦ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ପୂର୍ଣ୍ଣ ତଥ୍ୟ ନାହିଁ
ମେଡିକାଲରେ କେତୋଟି ସିସିଟିଭି ଅଚଳ ଥିବା ଅବଗତ ଅଛି। ତେବେ ମୋଟ ଉପରେ କେତେ ସିସିଟିଭି ଅଚଳ ରହିଛି ସେ ନେଇ ତଥ୍ୟ ନାହିଁ। ଏ ନେଇ କି ଅସୁବିଧା ଉପୁଜିଛି ତାହାର ଅନୁଧ୍ୟାନ କରାଯିବା ସହ ଅଚଳଗୁଡ଼ିକୁ ସଚନ କରିବାକୁ ମ୍ୟାନେଜରଙ୍କୁ କୁହାଯିବ। ଏଥିସହ ଅଧିକ ସିସିଟିଭି ଲଗାଯିବା ପାଇଁ ଚିଠା ପ୍ରସ୍ତୁତ ହୋଇଛି।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)

ସୁରକ୍ଷା ପ୍ରତି ନଜର ଦିଆଯାଉନି
ମାଳମାଳ ସିସିଟିଭି ଲାଗିଛି। ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ୱେ ମେଡିକାଲ ପରିସରରୁ ଗାଡ଼ି ଚୋରି ହେଉଥିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି। ଯେଉଁ ଉଦ୍ଦେଶ୍ୟରେ ସିସିଟିଭି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା ତାହା ମଧ୍ୟ ପୂରଣ ହେଉନାହିଁ। ମେଡିକାଲ କର୍ତ୍ତୃପକ୍ଷ ସୁରକ୍ଷା ପ୍ରତି ନଜର ଦେଉ ନ ଥିବାରୁ ଏପରି ଘଟୁଛି।
-ସୌମ୍ୟରଞ୍ଜନ ଦାଶ, ଅନୁଗୋଳ

ସିସିଟିଭି ଲଗା ନେଇ ତଦନ୍ତ ହେଉ
ବିପୁଳ ପରିମାଣର ସିସିଟିଭି ଲଗାଯାଇଥିଲେ ମଧ୍ୟ ସେଥିରୁ ଅନେକ ଅଚଳ ହୋଇପଡ଼ିବା ନିମ୍ନମାନର ସାମଗ୍ରୀ ଆଡ଼କୁ ଇଙ୍ଗିତ କରୁଛି। ଏହାଛଡ଼ା ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। ଫଳରେ ସିସିଟିଭିରେ ଲୋକ ଦେଖା ଯାଉଥିଲେ ମଧ୍ୟ ଚିହ୍ନଟ କରାଯାଇପାରୁ ନାହିଁ। ଏ ନେଇ ତଦନ୍ତ କରାଗଲେ ଦୁର୍ନୀତି ହୋଇଛି କି ନାହିଁ ତାହା ଜଣାପଡ଼ନ୍ତା।
-ରଞ୍ଜନ ପାତ୍ର, ଆଇନଜୀବୀ

କର୍ତ୍ତୃପକ୍ଷ ଉପଯୁକ୍ତ ଧ୍ୟାନ ଦେଉନାହାନ୍ତି
ବହୁ ସିସିଟିଭି ଅଚଳ ରହିଥିବାରୁ ଏହାର ଫାଇଦା ଲୁଟେରାମାନଙ୍କୁ ମିଳୁଛି। ସେହିପରି କର୍ମଚାରୀମାନେ ଉପଯୁକ୍ତ ସେବା ଯୋଗାଉଛନ୍ତି କି ନାହିଁ ସେ ନେଇ କର୍ତ୍ତୃପକ୍ଷ ଅବଗତ ହୋଇପାରୁ ନାହାନ୍ତି। ତେଣୁ ଏପରି କର୍ମଚାରୀମାନେ କାର୍ଯ୍ୟରେ ଅବହେଳା କଲେ ଦେଖିବାକୁ କେହି ନାହିଁ। ଏ ଦିଗରେ କର୍ତ୍ତୃପକ୍ଷଙ୍କ ଧ୍ୟାନ ରହୁ ନ ଥିବାରୁ ସମସ୍ୟା ଉପୁଜୁଛି।
-ସୌରଭ ପାଢ଼ୀ, ଯୁବଗୋଷ୍ଠୀ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?