୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩ ବର୍ଷ ପରେ ପୁଣି ଚମତ୍କାର ହୋଇଛି। ହାର୍ଟ ପୁଣି ସ୍ବାଭାବିକ ଭାବେ କାମ କରିବା ଆରମ୍ଭ କରିଛି। ନୋଏଡାଠାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩ ବର୍ଷ ପୂର୍ବେ ଜଣେ ଇରାକ ନାଗରିକଙ୍କ କ୍ଷେତ୍ରରେ ଏହି ଚମତ୍କାର ଘଟିଛି।

ତିନି ବର୍ଷ ଧରି ବ୍ୟକ୍ତି ଜଣକ କୃତ୍ରିମ ହାର୍ଟର ସାହାଯ୍ୟରେ ଜୀବିତ ଥିଲେ, କିନ୍ତୁ ପରେ ତାକୁ ଏବେ ବାହାର କରି ଦିଆଯାଇଛି। ଡାକ୍ତରମାନେ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାକ୍ତରଙ୍କ ଅନୁଯାୟୀ ଏହା ଭାରତରେ ପ୍ରଥମ ଘଟଣା। କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେବଳ ୨ ରୁ ୩ ଟି ଏଭଳି ଘଟଣା ଘଟିଛି। ଯେତେବେଳେ ଜଣଙ୍କର ହାର୍ଟ ଅକାମେୀ ହୋଇଯାଏ ସେତେବେଳେ ତାଙ୍କୁ ମେସିନ ଦ୍ୱାରା ସାଧାରଣତଃ ଜୀବିତ ରଖାଯାଇଥାଏ। ଏହାକୁ ଲାଇଫ୍‌ ସପୋର୍ଟ କୁହାଯାଇଥାଏ।

ସୂଚନା ଅନୁଯାୟୀ, ନୋଏଡାର ଫୋର୍ଟିସ ହାର୍ଟ ଏବଂ ଭାସ୍କୁଲାର ଇନଷ୍ଟିଚ୍ୟୁଟରେ ଏହି ମାମଲା ସାମ୍ନାକୁ ଆସିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ଅଜୟ କୌଲ। ବ୍ୟକ୍ତିଙ୍କ ନାମ ହନି ଜବାଦ ମହମ୍ମଦ। ସେ ୨୦୧୮ରେ ହସ୍ପିଟାଲକୁ ଆସିଥିଲେ। ହୃଦୟ ପ୍ରତିରୋପଣ ପାଇଁ ହାର୍ଟ ପାଇବା ସହଜ ନ ଥିଲା । ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ କୃତ୍ରିମ ହାର୍ଟ ଅର୍ଥାତ୍‌ ଭେଣ୍ଟ୍ରିକଲ ଆସିଷ୍ଟ ଡିଭାଇସରେ ରଖିଥିଲେ।

ତାଙ୍କ ହାର୍ଟ କାମ କରିବାରୁ ଦୁଇ ସପ୍ତାହ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଚିକିତ୍ସା ପରେ ବ୍ୟକ୍ତି ଜଣକ ଇରାକ ପଳାଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ତେବେ ତାଙ୍କୁ ପ୍ରତି ଛଅ ମାସରେ ଚେକଅପ ପାଇଁ ଆସିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବ୍ୟାପୀ ମାମଲାରେ ମୁସଲିମ ପକ୍ଷକୁ ବଡ ଝଟକା, ଏଏସଆଇ ସର୍ଭେକୁ ମଞ୍ଜୁରୀ ଦେଲେ ବାରାଣସୀ କୋର୍ଟ

ବାରାଣସୀ,୨୧।୭: ବାରାଣସୀ କୋର୍ଟ ଶୁକ୍ରବାର ଜ୍ଞାନବ୍ୟାପୀ ସର୍ଭେ ପକ୍ଷରେ ଶୁଣାଣି କରିଛନ୍ତି। କୋର୍ଟ ଏଏସଆଇ ସର୍ଭେକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିବାଦୀୟ ଅଂଶକୁ ଛାଡି ସମ୍ପୂର୍ଣ୍ଣ...

ସିରିଏଲ୍‌ କିଲର୍‌ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍‌ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲ୍‌ର ୟୁନିଭର୍ସିଟିରେ ଡିଏଗୋ ଏଲ୍ବେସ୍‌...

ଅନଲାଇନ୍‌ କ୍ଲାସ୍‌ କରୁ କରୁ ବାପାଙ୍କ ଆକାଉଣ୍ଟରୁ ପୁଅ ସାରିଦେଲା ୨ ଲକ୍ଷ ଟଙ୍କା

ଝାନ୍‌ସୀ,୧୫।୭: କରୋନା ସମୟରେ ଅନଲାଇନ କ୍ଲାସ ହେତୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ମୋବାଇଲ ଦେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଟିକିଏ ଅସାବଧାନତା ମଧ୍ୟ ସେମାନଙ୍କ ପାଇଁ...

ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି।...

ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ

ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍‌ଏସ୍‌ଏଲ୍‌ ହ୍ବିପ୍ସ୍‌ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ...

ଭୂପେନ୍ଦ୍ର ପଟେଲ କିଏ? କାହିଁକି ତାଙ୍କୁ କରାଗଲା ଗୁଜରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧୨।୯:ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲଙ୍କ ନାମ ଘୋଷଣା କରାଯାଇଛି। ଭାଜପା ବିଧାନସଭା ପାର୍ଟି ବୈଠକରେ ତାଙ୍କ ନାମ ସହମତି ପ୍ରକାଶ...

ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍‌ପିଙ୍କୁ ଧମକାଇବାର ପ୍ରୟାସ

ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ...

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ

ମୁମ୍ବାଇ,୨୪।୫: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ ବୁଧବାରକୁ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିବା ନେଇ...

Advertisement
Archives

Model This Week