୩ ଜଙ୍ଗଲୀ ବିରାଡ଼ି ଚମଡା ଜବତ: ଜଣେ ଗିରଫ

ବିଶୋଇ,୧୭।୪ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ବନାଞ୍ଚଳ ଅଧୀନରେ ଶନିବାର ୩ ଜଙ୍ଗଲୀ ବିରାଡ଼ି ଚମଡା ଜବତ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ମଣଦା ପଞ୍ଚାୟତ ରାଧାନଗର ଗ୍ରାମର କୁଶା ବିରୁଆ(୫୫)। ସୂଚନାଥାଉକି, କୁଶା ନିଜ ଘରର ବାଡ଼ିରେ ଏହି ୩ ଗୋଟି ଜଙ୍ଗଲ ବିରାଡ଼ିର ଚମଡା ଶୁଖାଇ ରଖିଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବରପାଇ ସକାଳ ସମୟରେ ମଣଦା ବନାଞ୍ଚଳ ଅଧିକାରୀ ଧରିତ୍ରୀ ମୁର୍ମୁଙ୍କ ନେତୃତ୍ୱରେ ବନପାଳ ସୁଶାନ୍ତ ପାତ୍ର, ବନରକ୍ଷୀ ହିମାଂଶୁ ସେଠି, ବନରକ୍ଷୀ ସୁନୀଲ ମହାନ୍ତ, ବନରକ୍ଷୀ ଚକ୍ରଧର ମହାନ୍ତ ପ୍ରମୁଖ ପହଞ୍ଚି ଅଭିଯୁକ୍ତ କୁଶାଙ୍କୁ ଗିରଫ କରିଥିଲେ। ଜବତ ୩ ଗୋଟି ଚମଡ଼ାର ଲମ୍ବ ଓ ଓସାର ଯଥାକ୍ରମେ ୨୨/୪ ଇଞ୍ଚ, ୨୬/୪ ଇଞ୍ଚ ଓ ୨୨/୫ ଇଞ୍ଚ। ଏହି ଚମଡାର ଆନୁମାନିକ ମୂଲ୍ୟ ୩୦ରୁ ୪୦ ହଜାର ହେବ। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ତେବେ,ଏହି ଜଙ୍ଗଲୀ ବିରାଡ଼ିଙ୍କୁ ମଣଦା ବନାଞ୍ଚଳରେ ଶିକାର କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri