Posted inଜାତୀୟ

୧୦୦ ବିଲିୟନ ଡଲାର କ୍ଷତି

ମୁମ୍ବାଇ,୩ା୨:ଜାନୁୟାରୀ ୨୪ରେ ନ୍ୟୁୟର୍କର ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କର୍ପୋରେଟ୍‌ ଜାଏଣ୍ଟ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଏହି ଗ୍ରୁପ୍‌ ଅଧୀନ ଆଦାନୀ ଏଣ୍ଟରପ୍ରାଇଜେସ୍‌ ସମେତ ୭ଟି କମ୍ପାନୀର ଶେୟାର ମୂଲ୍ୟକୁ ଅଧିକ ଲାଭ ଆଶାରେ ଜାଣିଶୁଣି ବଢ଼ାଇ ଦିଆଯାଇଛି। ଏପରି କି କମ୍ପାନୀଗୁଡ଼ିକର ଆକାଉଣ୍ଟରେ ମଧ୍ୟ ଅନେକ ଅନିୟମିତତା ରହିଥିବା ନେଇ ନାଥନ୍‌ ଆଣ୍ଡର୍ସନଙ୍କ ଫରେନ୍ସିକ୍‌ ଫାଇନାନ୍ସିଆଲ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରଘଟ କରିଥିଲା। ଏଥିସହ ଜାଲିଆତି ସମ୍ପର୍କରେ ଆଦାନୀ ଗ୍ରୁପ୍‌କୁ ୮୮ଟି ପ୍ରଶ୍ନ କରିଥିଲା। ଆଦାନୀ ଗ୍ରୁପ୍‌ ରବିବାର ୪୧୩ ପୃଷ୍ଠା ସମ୍ବଳିତ ଏକ ବିବୃତି ଜାରି କରି ହିଣ୍ଡେନ୍‌ବର୍ଗକୁ ଜବାବ ଦେଇଥିଲା। ଇତିମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ଅଣାଯାଇଥିବା ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍‌ ପବ୍ଲିକ୍‌ ଅଫର (ଏଫ୍‌ପିଓ)କୁ ନିବେଶକମାନେ ୧.୧୨ ଥର ସବ୍‌ସ୍କ୍ରାଇବ୍‌ କରିଥିଲେ। ତେବେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟରେ ଲଗାତର ହ୍ରାସ ପାଇବାରେ ଲାଗିଥିଲା। ବୁଧବାର ଟ୍ରେଡିଂ ସେସନ୍‌ରେ ଏହି ଏଫ୍‌ପିଓର ପ୍ରାଇସ୍‌ ବ୍ୟାଣ୍ଡ (ନିର୍ଦ୍ଧାରିତ ମୂଲ୍ୟ) ୩,୧୧୨-୩,୨୭୬ରୁ ୩୪% ତଳକୁ ଖସିବା ପରେ ଆଦାନୀ ବୋର୍ଡ ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲା। ଶେୟାର ମାର୍କେଟ ଭୋଲାଟିଲିଟି (ଉଠାପକା) ଯୋଗୁ ଏଫ୍‌ପିଓ ରଦ୍ଦ କରିବା ସହ ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁରୁବାର କ୍ଲୋଜିଂ ଡେ’ରେ ମଧ୍ୟ ଅନୁରୂପ ସ୍ଥିତି ଲାଗିରହିଥିବାରୁ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଶେୟାର ମୂଲ୍ୟରେ ୨୩% ଅବକ୍ଷୟ ଦେଖିବାକୁ ମିଳିଛି। ନିବେଶକମାନେ ମଧ୍ୟ କମ୍ପାନୀକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିବାରୁ ଆଦାନୀ ଗ୍ରୁପ୍‌ର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ସପ୍ତାହେ ମଧ୍ୟରେ ଆଦାନୀଙ୍କ କମ୍ପାନୀଗୁଡ଼ିକୁ ୧୦୦ ବିଲିୟନ୍‌ ଡଲାରରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡ଼ିଛି। ଫଳରେ ଏକଦା ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ତିନି ନମ୍ବର ସ୍ଥାନ ଅଧିକାର କରିଥିବା ଆଦାନୀ ଏବେ ପଞ୍ଚଦଶ ସ୍ଥାନକୁ ଖସିଆସିଛନ୍ତି। ଅନ୍ୟପକ୍ଷେ ଆଦାନୀଙ୍କୁ ପଛରେ ପକାଇ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ଆଇଏଲ୍‌) ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଏସିଆର ସବୁଠୁ ଧନୀ ମାନ୍ୟତା ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?