Posted inଜାତୀୟ

୧୦୦ ବିଲିୟନ ଡଲାର କ୍ଷତି

ମୁମ୍ବାଇ,୩ା୨:ଜାନୁୟାରୀ ୨୪ରେ ନ୍ୟୁୟର୍କର ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କର୍ପୋରେଟ୍‌ ଜାଏଣ୍ଟ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଏହି ଗ୍ରୁପ୍‌ ଅଧୀନ ଆଦାନୀ ଏଣ୍ଟରପ୍ରାଇଜେସ୍‌ ସମେତ ୭ଟି କମ୍ପାନୀର ଶେୟାର ମୂଲ୍ୟକୁ ଅଧିକ ଲାଭ ଆଶାରେ ଜାଣିଶୁଣି ବଢ଼ାଇ ଦିଆଯାଇଛି। ଏପରି କି କମ୍ପାନୀଗୁଡ଼ିକର ଆକାଉଣ୍ଟରେ ମଧ୍ୟ ଅନେକ ଅନିୟମିତତା ରହିଥିବା ନେଇ ନାଥନ୍‌ ଆଣ୍ଡର୍ସନଙ୍କ ଫରେନ୍ସିକ୍‌ ଫାଇନାନ୍ସିଆଲ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରଘଟ କରିଥିଲା। ଏଥିସହ ଜାଲିଆତି ସମ୍ପର୍କରେ ଆଦାନୀ ଗ୍ରୁପ୍‌କୁ ୮୮ଟି ପ୍ରଶ୍ନ କରିଥିଲା। ଆଦାନୀ ଗ୍ରୁପ୍‌ ରବିବାର ୪୧୩ ପୃଷ୍ଠା ସମ୍ବଳିତ ଏକ ବିବୃତି ଜାରି କରି ହିଣ୍ଡେନ୍‌ବର୍ଗକୁ ଜବାବ ଦେଇଥିଲା। ଇତିମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ଅଣାଯାଇଥିବା ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍‌ ପବ୍ଲିକ୍‌ ଅଫର (ଏଫ୍‌ପିଓ)କୁ ନିବେଶକମାନେ ୧.୧୨ ଥର ସବ୍‌ସ୍କ୍ରାଇବ୍‌ କରିଥିଲେ। ତେବେ ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟରେ ଲଗାତର ହ୍ରାସ ପାଇବାରେ ଲାଗିଥିଲା। ବୁଧବାର ଟ୍ରେଡିଂ ସେସନ୍‌ରେ ଏହି ଏଫ୍‌ପିଓର ପ୍ରାଇସ୍‌ ବ୍ୟାଣ୍ଡ (ନିର୍ଦ୍ଧାରିତ ମୂଲ୍ୟ) ୩,୧୧୨-୩,୨୭୬ରୁ ୩୪% ତଳକୁ ଖସିବା ପରେ ଆଦାନୀ ବୋର୍ଡ ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲା। ଶେୟାର ମାର୍କେଟ ଭୋଲାଟିଲିଟି (ଉଠାପକା) ଯୋଗୁ ଏଫ୍‌ପିଓ ରଦ୍ଦ କରିବା ସହ ନିବେଶକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁରୁବାର କ୍ଲୋଜିଂ ଡେ’ରେ ମଧ୍ୟ ଅନୁରୂପ ସ୍ଥିତି ଲାଗିରହିଥିବାରୁ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଶେୟାର ମୂଲ୍ୟରେ ୨୩% ଅବକ୍ଷୟ ଦେଖିବାକୁ ମିଳିଛି। ନିବେଶକମାନେ ମଧ୍ୟ କମ୍ପାନୀକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିବାରୁ ଆଦାନୀ ଗ୍ରୁପ୍‌ର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। ସପ୍ତାହେ ମଧ୍ୟରେ ଆଦାନୀଙ୍କ କମ୍ପାନୀଗୁଡ଼ିକୁ ୧୦୦ ବିଲିୟନ୍‌ ଡଲାରରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡ଼ିଛି। ଫଳରେ ଏକଦା ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ତିନି ନମ୍ବର ସ୍ଥାନ ଅଧିକାର କରିଥିବା ଆଦାନୀ ଏବେ ପଞ୍ଚଦଶ ସ୍ଥାନକୁ ଖସିଆସିଛନ୍ତି। ଅନ୍ୟପକ୍ଷେ ଆଦାନୀଙ୍କୁ ପଛରେ ପକାଇ ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ଆଇଏଲ୍‌) ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଏସିଆର ସବୁଠୁ ଧନୀ ମାନ୍ୟତା ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ...

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ...

କରୋନା ମହାମାରୀ ଯୋଗୁ ପଛେଇ ଯାଇଛି ଟିବି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯।୯: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁ ଟିବି କାର୍ଯ୍ୟକ୍ରମ ପଛେଇ ଯାଇଛି। ଏନେଇ ଶନିବାର ରାଜ୍ୟସଭାରେ ଭାଜପା ଏମ୍‌ପି କେ.ଜେ....

ଆମ ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ଭିକାରି, ସବୁଠୁ କମ୍‌ ରହିଛି …

ନୂଆଦିଲ୍ଲୀ,୧୧।୩: ଆମ ଦେଶର ଅଧିକାଂଶ ରାଜ୍ୟରେ ଲୋକେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ଏହି ଭିକାରିଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ। ତେବେ ସବୁଠୁ ଅଧିକ...

ମୁଁ ଜନତାଙ୍କ ଜଣେ ସେବକ: ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୨୧।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ନିର୍ବାଚନୀ ରାଲିରେ ବିଭିନ୍ନ ଦଳ ପକ୍ଷରୁ ବାକ୍‌ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାମଲାରେ ୬ ଗିରଫ…

ନୂଆଦିଲ୍ଲୀ,୧୦।୮: ଅଗଷ୍ଟ ୮ ରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଭାରତ ଜୋଡୋ ଆନ୍ଦୋଳନ ସମୟରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ସ୍ଲୋଗାନ ଦେଇଥିବା ଅଭିଯୋଗରେ ସୁପ୍ରିମକୋର୍ଟର...

ମାର୍ଚ୍ଚ ୧୦ରେ ମିଳିଯିବ ଜବାବ: ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହର୍‌ଦୋଇରେ ବିରୋଧୀ ଦଳ ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତୁଷ୍ଟୀକରଣ ରାଜନୀତି ପାଇଁ ଆମକୁ ଆମର...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪...

Advertisement
Archives

Model This Week