୩ ବାଘ ଛାଲ ଜବତ, ଅଭିଯୁକ୍ତ ଗିରଫ

ରାୟଗଡ଼ା ଅଫିସ,୨୬ା୫: ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଟିମ୍‌ ଦ୍ୱାରା ଗୁରୁବାର ରାୟଗଡ଼ାରୁ ୩ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଡମ୍ବୁରୁଧର ମାଝିଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ା ହୁଣ୍ଡିବର ଗ୍ରାମରେ ଅଭିଯୁକ୍ତ ଡମ୍ବୁରୁଧରଙ୍କ ଘର ବୋଲି ଜଣାପଡିଛି। ଏଥିସହ ଜବତ ବାଘଛାଲକୁ ପରୀକ୍ଷା ନିମନ୍ତେ ଡେରାଡୁନ୍‌ସ୍ଥିତ ବନ୍ୟଜନ୍ତୁ ପରୀକ୍ଷାଗାରକୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ଏକ ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଗୁରୁବାର ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଶିରିଗୁଡ଼ା ନିକଟସ୍ଥ ସ୍ବର୍ଗଧାମ ଛକଠାରେ ଡମ୍ବୁରୁଧର ନାମକ ଅଭିଯୁକ୍ତ ଶୀକାର କରି ଆଣିଥିବା ବାଘ ଛାଲର ଡିଲ୍‌ କରୁଥିଲେ। ଏହି ସମୟରେ ଏସ୍‌ଟିଏଫ ଟିମ୍‌ ଅଚାନକ ଚଢାଉ କରି ଘଟଣାସ୍ଥଳରୁ ଡମ୍ବୁରୁଧରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୩ଟି ବାଘ ଛାଲ ସହ ଅନ୍ୟ କିଛି ଆପରାଧିକ ସାମଗ୍ରୀ ଜବତ କରିଥିଲା। ଗିରଫ ପରେ ରାୟଗଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଚାଲାଣ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମାସୀ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ସାରସକଣା,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ସୀମାନ୍ତରେ ଥିବା ଏକ ଫାର୍ମାସୀ କଲେଜର ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାରା ଅଞ୍ଚଳରେ ଏବେ...

୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ବାଲିଗୁଡ଼ା,୨୦ା୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁଠୁ ସହର ସବୁଠି ସଙ୍ଗୀନ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କନ୍ଧମାଳ ଜିଲାର ବିଭିନ୍ନ ନଦୀ...

୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି

ଜଗତ୍‌ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍‌ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ...

ଡାକ୍ତରଖାନାରେ ବିଦ୍ୟୁତ୍‌ ସମସ୍ୟା

କେନ୍ଦୁଝର,୨୧ା୪(ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡ଼ାକ୍ତରଖାନାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଅନେକ ସମୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସୋମବାର ଏଭଳି ବିଦ୍ୟୁତ ସମସ୍ୟା ଦେଖାଦେବାରୁ...

ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍‌ସାର

ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍‌ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ...

ଆଜିଠୁ ଆଡ଼ପ ଅବଢ଼ା

ପୁରୀ ଅଫିସ,୧୪।୭: ଆଜିଠୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ମିଳିବ॥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏହି ଆଡ଼ପ ଅବଢ଼ା ବାହାରିବ। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର...

୧୨ ଫୁଟର ଅଜଗର ଉଦ୍ଧାର

ଭଦ୍ରକ ଅଫିସ, ୨୬।୫ – ଭଦ୍ରକ ସହର ଉପକଣ୍ଠ ରାନ୍ଦିଆ ପୋଲ ତଳୁ ରବିବାର ସକାଳେ ଏକ ୧୨ ଫୁଟର ଅଜଗର ଉଦ୍ଧାର କରାଯାଇଛି। ରାନ୍ଦିଆ...

ଧାନବୋଝେଇ ଟ୍ରକରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୦ା୬ : ବରଗଡ଼ ଜିଲା ବିଜେପୁର-ଗାଇସିଲେଟ୍‌ ରାସ୍ତାର ନୂଆଁପାଲି ନିକଟରେ ଗୁରୁବାର ଅପରାହ୍ନରେ ଏକ ଧାନ ବୋଝେଇ ଟ୍ରକ(ଓଆର ୧୩ ଏମ୍‌ ୧୩୬୨)ରେ ଆକସ୍ମିକ...

Advertisement
Archives

Model This Week