ନ୍ୟାୟ ନ ପାଇ ବିଧାନସଭା ମୁହାଁ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଗାଁଠୁ ସହର ସବୁଠି ସତେଯେମିତି ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ଅପହଞ୍ଚ ହୋଇଯାଉଛି। ଥାନାରୁ ଲୋକେ ଠିକ୍‌ ଭାବେ ନ୍ୟାୟ ପାଉନାହାନ୍ତି। ପୋଲିସର ତଦନ୍ତ ଠିକ୍‌ ସମୟରେ ଶେଷ ହେଉ ନାହିଁ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କେହି ଶୁଣୁ ନାହାନ୍ତି। ସେପଟେ ପ୍ରମାଣକୁ ଭିତ୍ତି କରି ଚାଲୁଥିବା କୋର୍ଟ କଚେରିରେ ବିଚାର ବ୍ୟବସ୍ଥାରେ ମଧ୍ୟ ବିଳମ୍ବ ହେଉଛି। ଦୀର୍ଘଦିନ ଧରି ନ୍ୟାୟକୁ ଅପେକ୍ଷା କରି ନିରାଶ ହେବା ପରେ ଶେଷରେ ଅନେକ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ବା ଆତ୍ମାହୁତି ଭଳି ପନ୍ଥାକୁ ଆପଣାଉଛନ୍ତି। ଗତ ୫ଦିନ ମଧ୍ୟରେ ବିଧାନସଭା ସମ୍ମୁଖରେ ୩ ଆତ୍ମାହୁତି ଉଦ୍ୟମ ଘଟଣାରୁ ଏଭଳି ପ୍ରସଙ୍ଗ ଏବେ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ‘ନ୍ୟାୟ କେଉଁଠି’। ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଏଫରି କି ଆଇନରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ହେଲେ ଦିନକୁ ଦିନ ରାଜ୍ୟ ଆଇନ ଶୃଙ୍ଖଳାରେ ଅନେକ ଦୁର୍ବଳତା ପଦାକୁ ଆସୁଛି। ବହୁ କ୍ଷେତ୍ରରେ ପୋଲିସ ଅଫିସରଙ୍କ ଦାୟିତ୍ୱହୀନତା ପାଇଁ ଖାକି ନିନ୍ଦା ସାଉଁଟୁଛି। ସାଧାରଣ ଲୋକ ପୋଲିସ ଉପରେ ଆସ୍ଥା ହରାଉଛନ୍ତି। ଉପରିସ୍ଥ ଅଧିକାରୀ, ନେତାମନ୍ତ୍ରୀଙ୍କ ଭୟ ଓ ଚାପ ଯୋଗୁ ରାଜ୍ୟର ତୃଣମୂଳସ୍ତରରେ ତଦନ୍ତ ବାଟବଣା ହେଉଛି। ଟଙ୍କା ଓ କ୍ଷମତା ବଳରେ ସବୁ କିଛି ବି ଓଲଟପାଲଟ କରିବା ସହଜ ହେଉଛି। ଫଳରେ ବିଧାନସଭା ସମ୍ମୁଖରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, କ’ଣ ଜଣେ ସାଧାରଣ ନାଗରିକ ନ୍ୟାୟ ପାଇବା ପାଇଁ କ’ଣ ବିଧାନସଭାର ଅଧିବେଶନକୁ ଚାହିଁ ବସିବ?


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଆରୋହୀ ଦମ୍ପତିଙ୍କ ଉପରେ ଚଢ଼ିଗଲା କାର୍‌

ପୁରୁଷୋତ୍ତମପୁର,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୂଖ୍ୟ ରାସ୍ତାର ଭାଟକୁମରଡା କଲେଜ ସମ୍ମୁଖରେ ରବିବାର ଏକ କାର ମୋଟର ସାଇକେଲ ଆରୋହୀଙ୍କ ଉପରେ...

ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗଠନ ହେଲା ସବ୍‌କମିଟି

ଭୁବନେଶ୍ୱର,୩ା୪(ବ୍ୟୁରୋ)-ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ ବୃଦ୍ଧି ପାଇଁ କ୍ୟାବିନେଟ୍‌ ସବ୍‌କମିଟି ଗଠନ କରାଯାଇଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି...

ନିଖୋଜ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀ ଉଦ୍ଧାର

ଢେଙ୍କାନାଳ ଅଫିସ,୧୮ା୨: ନିଖୋଜ ସମିତିସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଶୁକ୍ରବାର ସକାଳୁ ଉଦ୍ଧାର କରାଯାଇଛି। ସିମିଳିଆ ଓଭର ବ୍ରିଜ୍‌ ନିକଟରୁ ପୋଲିସ ଉଦ୍ଧାରକରିଛି। ବନ୍ଧୁକ...

ବଢ଼ିବ ବିଦ୍ୟୁତ୍‌ ଦର

ଭୁବନେଶ୍ୱର, ୧୯ା୩(ବ୍ୟୁରୋ):ପୁଣି ବିଦ୍ୟୁତ୍‌ ଦର ବଢ଼ିବ। ରାଜ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ୍‌ ଦର ବୃଦ୍ଧି କରିବାକୁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓଡ଼ିଶା ବିଦ୍ୟୁତ୍‌ ନିୟାମକ...

କିଡ୍‌ନୀ ଦେଇ ୨ଜଣଙ୍କୁ ବଞ୍ଚାଇଲେ ‘ସିଦ୍ଧି’

ଭୁବନେଶ୍ୱର (ବ୍ୟୁରୋ) /କଟକ ଅଫିସ/ ଭଞ୍ଜନଗର (ଡି.ଏନ୍‌.ଏ.),୧୮।୫: ନିଜେ ସିନା ଚାଲିଗଲେ କିନ୍ତୁ କିଡ୍‌ନୀ ଦାନ କରି ବଞ୍ଚାଇ ଦେଲେ ଆଉ ଦୁଇଜଣଙ୍କ ଜୀବନ। ଦଶମ...

୪ ଜିଲାରେ ନିର୍ମାଣ ହେବ ବାତ୍ୟା ନିରୋଧ ବିଦ୍ୟୁତ୍‌ ଭିତ୍ତିଭୂମି

ଭୁବନେଶ୍ୱର,୨୬ା୬(ବ୍ୟୁରୋ):ଉପକୂଳବର୍ତ୍ତୀ ଜିଲାଗୁଡିକୁ ସବୁ ସମୟରେ ବାତ୍ୟା ଭୟ ରହିଛି। ବାତ୍ୟା ଯୋଗୁ ବିଦ୍ୟୁତ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା...

ରାଜ୍ୟରେ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ: ସର୍ବାଧିକ ସୁନ୍ଦରଗଡ଼, ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୩୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ଷ୍ଟେଶନ ପ୍ଲାଟଫର୍ମରେ ପଡ଼ି ମହିଳା ମୃତ

ପୁରୀ ଅଫିସ,୯ା୧: ପୁରୀ ରେଲଓ୍ବେ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଷ୍ଟେଶନର ୬ନଂ. ପ୍ଲାଟଫର୍ମରେ ଠେଲାପେଲାରେ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା...

Advertisement
Archives

Model This Week