Posted inଖେଳ

ଆଇସୋଲେଶନରେ ୩ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର

କେପ୍‌ ଟାଉନ୍‌, ୨୦ା୧୧ (ପି.ଟି.)-ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପୂର୍ବରୁ କରାଯାଇଥିବା କୋଭିଡ୍‌ ଟେଷ୍ଟରେ ଜଣଙ୍କର ପଜିଟିଭ ଆସିବାରୁ ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟ ଦଳର ୩ ଜଣ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି। କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ତରଫରୁ ଖେଳାଳି ତ୍ରୟଙ୍କ ନାମ ପ୍ରକାଶ କରାଯାଇ ନାହିଁ। ନଭେମ୍ବର ୨୭ରୁ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ ପୂର୍ବରୁ ଏଠାରେ ଜୈବ-ସୁରକ୍ଷିତ ଅଞ୍ଚଳରେ ପ୍ରବେଶ ପୂର୍ବରୁ ଖେଳାଳି ସପୋର୍ଟ ଷ୍ଟାଫ୍‌ଙ୍କର ମୋଟ ୫୦ ଆରଟିପିସିଆର ଟେଷ୍ଟ ହୋଇଥିଲା। ଜଣେ ଖେଳାଳିଙ୍କର ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଦୁଇଜଣ ଖେଳାଳିଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଡାକ୍ତରୀ ଦଳ ତତ୍ତ୍ୱାବଧାନରେ ରଖାଯାଇଥିବା ସିଏସ୍‌ଏ ପ୍ରକାଶ କରିଛି। ଏହି ୩ ଜଣ ଖେଳାଳିଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଅନ୍ତର୍ଜାତୀୟ ଟି୨୦ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ୩ ଖେଳାଳିଙ୍କ ସ୍ଥାନରେ ବଦଳ ଖେଳାଳି ନେବା ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ନାହିଁ। ତେବେ ସପ୍ତାହ ଶେଷରେ ଇଣ୍ଟ୍ରା-ସ୍କ୍ବାର୍ଡ ଓ୍ବାର୍ମଅପ୍‌ ପାଇଁ ଦୁଇ ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ କଲେ ମହିଳା ଅମ୍ପାୟର

ନୂଆଦିଲ୍ଳୀ,୧୧ା୧ (ପି.ଟି.): ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଅମ୍ପାୟର ଭୂମିକାରେ ମ୍ୟାଚ ପରିଚାଳନା କରିଥିଲେ ୩ ଜଣ ମହିଳା। ଜଣେ ପୂର୍ବତନ ସ୍କୋରର,...

କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନାହିଁ ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱ କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟ ବ୍ରଦର୍ସଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ନାମ ସାମିଲ ଅଛି। ଉଭୟ କ୍ରୁନାଲ ପାଣ୍ଡ୍ୟା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା...

ଡବ୍ଲୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିଲେ ଓସାକା

ପ୍ୟାରିସ,୧୨।୮(ଏଏଫ୍‌ପି)- ୟୁଏସ୍‌ ଓ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ନାଓମି ଓସାକା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଫେରିିଛନ୍ତି। ୨୧ ବର୍ଷୀୟ ଜାପାନିଜ ଖେଳାଳି ଗତ ସପ୍ତାହରେ ରୋଜର୍ସ...

କେବେ ଏମିତି ଘଟିବ ଭାବି ନ ଥିଲି, କାହିଁକି ଏପରି କହିଲେ ଦ୍ରାବିଡ

ବେଙ୍ଗାଲୁରୁ,୨୦।୬: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ପ୍ରାୟ ୮ ମାସ ପୂରଣ କରିଛନ୍ତି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା...

ଦଶନ୍ଧିର ଶ୍ରେଷ୍ଠ ୫ କ୍ରିକେଟର୍‌ ତାଲିକାରେ କୋହଲି

ଲଣ୍ଡନ, ୨୬।୧୨- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। କ୍ରିକେଟର ବାଇବେଲ୍‌ ଭାବେ ପରିଚଳିତ ‘ଓ୍ବିଜଡେନ’ ପତ୍ରିକା...

ବଡ଼ ଭାଇଙ୍କୁ ନେଇ ଧୋନୀ ମୁହଁ ଖୋଲନ୍ତି ନାହିଁ କାହିଁକି

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ...

ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ ଆଜିଠାରୁ

ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ ଚାମ୍ପିୟନଶିପ୍‌ର ୨୫ତମ ସଂସ୍କରଣ ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମର ସ୍ପୋଟର୍‌ସ କ୍ଲାଇମ୍ବିଂ ହାଇ ପରଫରମାନ୍ସ ସେଣ୍ଟରରେ ଆରମ୍ଭ ହେବ।...

ବିନା ପରିବର୍ତ୍ତନରେ ଓହ୍ଲାଇଲା ସିଏସ୍‌କେ

ନୂଆଦିଲ୍ଲୀ,୧।୫ : ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ।...

Advertisement
Archives

Model This Week