Advertisement
Posted inଜାତୀୟ

ଯାଆଁଳା ପ୍ରସବ ପରେ ମା’ ସମେତ ୩ ଜଣଙ୍କ ମୃତ୍ୟୁ

ଟୁମାକୁରୁ,୪।୧୧(ଆଇଏଏନ୍‌ଏସ୍‌): ସନ୍ତାନ ପ୍ରସବ ଲାଗି ଯାଇଥିବା ଜଣେ ମହିଳାଙ୍କୁ ଜିଲା ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦେବା ପରେ ସେ ନିଜ ଘରେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଏହାର କିଛି ସମୟରେ ଉଭୟ ନବଜାତକ ଓ ମାଆଙ୍କର ମୃତ୍ୟୁ ହୋଇଯାଇଛି। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ହସ୍ପିଟାଲରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀମାନଙ୍କ ନିଲମ୍ବନ ଦାବି କରିଛନ୍ତି। ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ମୃତଦେହକୁ କବର ଦେବେନାହିଁ ବୋଲି ମହିଳାଙ୍କ ପରିବାର ଓ ସମ୍ପର୍କୀୟମାନେ ଜିଦ୍‌ରେ ଅଟଳ ରହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ତାମିଲନାଡୁ ଟୁମକୁରୁ ସହରର ଭାରତୀନଗରରେ ରହୁଥିବା କସ୍ତୁରୀ(୩୦) ସନ୍ତାନ ପ୍ରସବ ଲାଗି ବୁଧବାର ସନ୍ଧ୍ୟାରେ ଜିଲା ହସ୍ପିଟାଲକୁ ଯାଇଥିଲେ। ତେବେ ଆଧାର ଏବଂ ମାତୃତ୍ୱ କାର୍ଡ ନ ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ତାଙ୍କୁ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲ ଯିବାକୁ କୁହାଯାଇଥିଲା। ଟଙ୍କା ନ ଥିବାରୁ ମହିଳା ଜଣକ ଘରକୁ ଫେରି ତା ପରିଦିନ ସକାଳେ ଯମଜ ପୁତ୍ରସନ୍ତାନ ଜନ୍ମଦେଇଥିଲେ। ତେବେ ପ୍ରବଳ ରକ୍ତସ୍ରାବ ଯୋଗୁ ମାଆ ଓ ପରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ

ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି...

ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଲା

ନୂଆଦିଲ୍ଲୀ,୧୦।୫: ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥ ହାର ୩୦ ପ୍ରତିଶତ ଟପିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ସୁସ୍ଥ...

ଖବରଦାତାଙ୍କ ରିପୋର୍ଟ ଆସିଲା ପଜିଟିଭ

ବେଙ୍ଗାଲୁରୁ,୨୫।୪: କର୍ନାଟକ ମେଡିକାଲ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର ଶନିବାର ସୂଚନା ଦେଇ କହିଛନ୍ତି, ବେଙ୍ଗାଲୁରୁ ସହରାଞ୍ଚଳର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪...

ପୈତୃକ ଗାଁରେ ହେବ ପଞ୍ଜାବୀ ଗାୟକଙ୍କ ଅନ୍ତିମ ସଂସ୍କାର. ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଚଣ୍ଡିଗଡ଼,୩୧ ।୫: ପଞ୍ଜାବି ଗାୟକ ସିଦ୍ଧୁ ମୁସେୱାଲାଙ୍କ ପରଲୋକ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି।...

ଏମ୍ସ୍‌ ନେଲା ଆୟୁର୍ବେଦର ସହାୟତା: ଡାଇବେଟିସ୍‌ ସମସ୍ୟା ଦୂର କରିବାରେ କାଞ୍ଚନ ଗଛର ପ୍ରଭାବ ସମ୍ପର୍କରେ ହେବ ଅଧ୍ୟୟନ

ନୂଆଦିଲ୍ଲୀ,୧୮।୧: ଏମ୍ସ୍‌ ଏବେ ଆୟୁର୍ବେଦର ସହାୟତା ନେବାକୁ ମନସ୍ଥ କରିଛି। କାଞ୍ଚନ ଗଛର ମଣିଷ ଶରୀର ଉପରେ କିଭଳି ପ୍ରଭାବ ଅନୁଭୁତ ହେଉଛି ସେ ନେଇ...

୭୨ ଏନ୍‌କାଉଣ୍ଟରରେ ୧୭୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୧୭।୯: ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୭ ସୁଦ୍ଧା ଗତ ୯ ମାସ ମଧ୍ୟରେ ଆତଙ୍କବାଦ ବିରୋଧୀ ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିିଳିଛି।...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର...

Advertisement
Archives

Model This Week