୩ ଅଧ୍ୟାଦେଶ, ୫ ବିଲ୍‌ ଉପସ୍ଥାପିତ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଶୁକ୍ରବାର ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ୩ଟି ଅଧ୍ୟାଦେଶ ଏବଂ ୫ଟି ବିଲ୍‌କୁ ଗୃହରେ ଆଗତ କରାଯାଇଛି। ଆଗତ ଅଧ୍ୟାଦେଶ ମଧ୍ୟରୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚୁକ୍ତିଭିତ୍ତିକ ଶ୍ରମିକ(ବିନିୟମ ଓ ଉଚ୍ଛେଦ) ଓଡ଼ିଶା ସଂଶୋଧନ ଅଧ୍ୟାଦେଶ-୨୦୨୦ ଏବଂ କମ୍ପାନୀ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ-୨୦୨୦କୁ ଉପସ୍ଥାପନ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁ ସମ୍ପଦ ବିପଣନ (ବିକାଶ ଓ ସୁଗମତା) ଦ୍ୱିତୀୟ ଅଧ୍ୟାଦେଶ-୨୦୨୦କୁ ଗୃହରେ ଉପସ୍ଥାପନ କରିଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଓଡ଼ିଶା ଲୋକାୟୁକ୍ତ(ସଂଶୋଧନ) ବିଲ୍‌-୨୦୨୦ ଏବଂ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌-୨୦୨୦ ଗୃହରେ ଉପସ୍ଥାପନ କରିଥିଲେ। ଏହାସହ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା (ସଂଶୋଧନ) ବିଲ୍‌- ୨୦୨୦କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଓଡ଼ିଶା ସାମୁଦ୍ରିକ ପରିଷଦ ବିଲ୍‌-୨୦୨୦କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଓଡ଼ିଶା ଔଦ୍ୟୋଗିକ ଭିିତ୍ତିଭୂମି ଉନ୍ନୟନ ନିଗମ (ସଂଶୋଧନ) ବିଲ୍‌-୨୦୨୦କୁ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ଉପସ୍ଥାପନ କରିଥିଲେ। ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୧୫-କ ଅନୁଯାୟୀ ବିଧାନସଭାର ଗତ ଅଧିବେଶନରେ ପ୍ରାରମ୍ଭିକ ବୈଠକ ଦିବସ ଅର୍ଥାତ୍‌ ସେପ୍ଟେମ୍ବର ୨୯ ଠାରୁ ରାଜ୍ୟପାଳଙ୍କ ସମ୍ମତି ଲାଭ କରିଥିବା ବିଲ୍‌ ବିଧାନସଭା ସଚିବ ଦାଶରଥି ଶତପଥୀ ଉପସ୍ଥାପନ କରିଥିଲେ। ଶୁକ୍ରବାର ଗୃହରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ ଆଗତ ହୋଇଥିବା ବେଳେ ଆସନ୍ତା ୩ ଦିନ ଖର୍ଚ୍ଚ ଦାବି ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ବେକାରି ଝଡ଼

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟରେ ବେକାରି ସଂଖ୍ୟା ବଢ଼ିଚାଲିଛି। ନିଯୁକ୍ତି ନ ପାଇ ଯୁବତୀଯୁବକମାନେ ନିଶାଗ୍ରସ୍ତ ହେଉଛନ୍ତି। ରାଜ୍ୟରେ ଦିନକୁ ଦିନ ଡ୍ରଗ୍ସ କାରବାର ବଢ଼ିଚାଲିଛି। ଚୋରି, ଡକାୟତି,...

୬,୮୧୭ ଜଣ ସରକାରୀ ଅଫିସରଙ୍କ ନାଁରେ ଭିଜିଲାନ୍ସ ମାମଲା: ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜ୍ୟ ଭିଜିଲାନ୍ସ ବିଭାଗ ୬ ହଜାର ୮୧୭ ଜଣ ସରକାରୀ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ କରିଛି। ୨୦୧୯...

ଏହି ସବୁ ଜିଲାରେ କୋହଳ ହେଲା କଟକଣା

ଭୁବନେଶ୍ୱର,୩୦।୫(ବ୍ୟୁରୋ): ପୁଣି ୧୬ ଦିନ ପାଇଁ ଲକ୍‌ଡାଉନ ବଢ଼ାଇଛନ୍ତି ରାଜ୍ୟ ସରକାର। ଜୁନ ୧ ତାରିଖରେ ଲକ୍‌ଡାଉନ ଶେଷ ହେବାର ଥିଲା। କିନ୍ତୁ କରୋନା ସଂକ୍ରମଣର...

ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅନ୍‌ଲାଇନ୍‌ ଠକ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସେକେଣ୍ଡ୍‌ ହ୍ୟାଣ୍ଡ୍‌ ହେଲେ ମଧ୍ୟ କମ୍‌ ଦାମ୍‌ରେ ଏକ ନମ୍ବର କ୍ୱାଲିଟିର ଜିନିଷ ମିଳିବ। ଟଙ୍କା ଦେଲେ ସହଜରେ ଘରେ ପହଞ୍ଚତ୍ବ ସାମଗ୍ରୀ। ଟ୍ରାନ୍ସପୋର୍ଟେଶନ...

୨ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡା ଅଫିସ, ୬ା୬: ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ଖବର ପ୍ରସାରଣ ରୋକିବା ପାଇଁ କେନ୍ଦ୍ରାପଡ଼ା ସହର ଓ ଏହାର ଆଖାପାଖ ଅଞ୍ଚଳରେ ୪୮ ଘଣ୍ଟା ଅର୍ଥାତ୍‌...

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ସୋମବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଷ୍ଟ୍ରପତି ଦ୍ରୌପଦୀ...

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ...

ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଅଡୁଆରେ ବିଜେଡି ପଦାଧିକାରୀ

ଚନ୍ଦାହାଣ୍ଡି, ୨୮।୩: ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଜିଲା ବିଜେଡି ସଂଯୋଜକ ଏବେ ଅଡୁଆରେ। କଂଗ୍ରେସ କର୍ମୀ ଜିଲା ସଂଯୋଜକ ପ୍ରମୋଦ...

Advertisement
Archives

Model This Week