Posted inଜାତୀୟ

ଆଜିଠୁ ଲାଗୁ ହେଲା ୩ ନୂଆ ଆଇନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି। ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ। ଗତବର୍ଷ ଡିସେମ୍ବର ୨୧ରେ ୩ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ଆସିବ। ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବା ବାଧ୍ୟତାମୂଳକ ହେବ। ବଳାତ୍କାର ପୀଡ଼ିତାଙ୍କ ବୟାନ ଜଣେ ମହିଳା ପୋଲିସ ଅଫିସର ରେକର୍ଡ କରିବେ। ଏହି ସମୟରେ ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ଡାକ୍ତରୀ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ହେବ। ନୂଆ ଆଇନରେ ସଂଗଠିତ ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞା ନିରୂପଣ କରାଯାଇଛି। ଏଥିରେ ରାଜଦ୍ରୋହ ସ୍ଥାନରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସମସ୍ତ ତଲାସି ତଥା ଜବତ ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ହୋଇଛି। ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ ସାମିଲ କରାଯାଇଛି। ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ପ୍ରାଧାନ୍ୟ ଦିଆଯାଇଛି।
ମିଥ୍ୟା ବିବାହ ପ୍ରତିଶ୍ରୁତି, ନାବାଳିକା ଗଣବଳାତ୍କାର, ଭିଡ଼ହିଂସା, ଛିନ୍‌ତାଇ ଆଦିର ବିଚାର ଲାଗି ଆଇପିସିରେ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିଲା, ଯାହା ନୂଆ ଆଇନରେ ରହିଛି। ପୁରୁଣା ଆଇନ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ରେ ୫୧୧ ଧାରା ରହିଥିବାବେଳେ ନୂଆ ଆଇନରେ କେତେକ ଧାରାକୁ ଏକତ୍ର ଏବଂ ସରଳ କରାଯାଇ ମୋଟ ଧାରା ସଂଖ୍ୟା ୩୫୮ରେ ସୀମିତ କରାଯାଇଛି। ୩ ଆଇନ ନ୍ୟାୟ, ସ୍ବଚ୍ଛତା ଓ ନିରପେକ୍ଷତା ଆଧାରରେ ହୋଇଛି। ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥାରେ ଜଣେ ଯେକୌଣସି ଥାନାରେ ଏତଲା ଦାଏର କରିପାରିବେ। ଏହା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହ ଅପରାଧର ତୁରନ୍ତ ରିପୋର୍ଟିଂ ହୋଇପାରିବ। ଜଣେ ବ୍ୟକ୍ତି ଗିରଫ ହେବା ପରେ ସେ ତାଙ୍କ ସ୍ଥିତି ସମ୍ପର୍କରେ ନିଜର କାହାକୁ ମଧ୍ୟ ଜଣାଇପାରିବାର ଅଧିକାର ନୂଆ ଆଇନରେ ରହିଛି। ଫଳରେ ଗିରଫ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ମିଳିପାରିବ। ଗିରଫ ସମ୍ପର୍କିତ ବିବରଣୀ ଥାନା ଏବଂ ଜିଲା ମୁଖ୍ୟାଳୟଗୁଡ଼ିକରେ ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ। ଫଳରେ ତାଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସହଜରେ ପାଇପାରିବେ। ଗମ୍ଭୀର ଅପରାଧ ମାମଲାରେ ଫୋରେନ୍‌ସିକ ବିଶେଷଜ୍ଞ ଅପରାଧ ସ୍ଥଳକୁ ଯାଇ ତଥ୍ୟପ୍ରମାଣ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି। ଏହା ମାମଲା ଏବଂ ତଦନ୍ତକୁ ଅଧିକ ବଳିଷ୍ଠ କରିବ। ନୂତନ ଆଇନରେ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ମାମଲାରେ ପୀଡ଼ିତାଙ୍କୁ ମାଗଣାରେ ଡାକ୍ତରୀ ଚିକିତ୍ସା ସମସ୍ତ ହସ୍ପିଟାଲରେ ଯୋଗାଇଦିଆଯିବାର ଗ୍ୟାରେଣ୍ଟି ରହିଛି।
ଇଲେକ୍ଟ୍ରୋନିକ୍‌ ମୋଡ୍‌ରେ ସମନ ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହ କାଗଜପତ୍ର କାମ ହ୍ରାସ ପାଇବ ଏବଂ ସବୁ ପକ୍ଷଙ୍କ ମଧ୍ୟରେ ଯୋଗାଯୋଗ ଅଧିକ ପ୍ରଭାବୀ ହୋଇପାରିବ। କେତେକ ମହିଳା ଅପରାଧ ମାମଲାରେ ମହିଳା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏବଂ ତାଙ୍କ ଅନୁପସ୍ଥିତିରେ ଜଣେ ପୁରୁଷ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ସେହି ସମୟରେ ପୀଡ଼ିତାଙ୍କ ଜଣେ ମହିଳା ସମ୍ପର୍କୀୟ ଉପସ୍ଥିତ ରହିବେ। ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତ ୧୪ ଦିନ ମଧ୍ୟରେ ଏତଲା, ପୋଲିସ ରିପୋର୍ଟ, ବୟାନ, ସ୍ବୀକାରୋକ୍ତି ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ନକଲ ପାଇବାକୁ ହକ୍‌ଦାର। ଠିକ୍‌ ସମୟରେ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରାଇବା ପାଇଁ ଅଦାଲତ ସର୍ବାଧିକ ୨ ଥର ଶୁଣାଣି ଘୁଞ୍ଚାଇପାରିବେ।
ନୂଆ ଆଇନ ଅନୁଯାୟୀ ସାକ୍ଷୀଙ୍କ ସୁରକ୍ଷା ଓ ସହଯୋଗକୁ ସୁନିଶ୍ଚିତ କରିବା ଏବଂ ନ୍ୟାୟିକ ବିଚାର ପ୍ରକ୍ରିୟାର ବିଶ୍ୱସନୀୟତା ଏବଂ ପ୍ରଭାବଶାଳିତାକୁ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ ସରକାର ସାକ୍ଷୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବେ। ସମାବେଶୀ ଏବଂ ସମାନତା ବଢ଼ାଇବା ପାଇଁ ‘ଲିଙ୍ଗ’ ସଂଜ୍ଞାରେ କିନ୍ନରଙ୍କୁ ସାମିଲ କରାଯାଇଛି। ମହିଳା, ୧୫ ବର୍ଷରୁ କମ୍‌ ବୟସର ପିଲା, ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି, ଭିନ୍ନକ୍ଷମ କିମ୍ବା ଅତ୍ୟଧିକ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଥାନାରେ ହାଜର ହେବାରୁ ବାଦ୍‌ ଦିଆଯାଇଥିବାବେଳେ ସେମାନେ ନିଜ ଘରେ ରହି ପୋଲିସ ସହାୟତା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?