Posted inଖେଳ

୨୦୨୦ କ୍ୟାଲେଣ୍ଡରରେ ୩ ନୂଆ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି

ପ୍ୟାରିସ୍‌, ୨୫।୭ (ଏପି)-କରୋନା ଭାଇରସ୍‌ ମହାମାରୀ ଯୋଗୁ ୨୦୨୦ରେ ବ୍ରାଜିଲ, କାନାଡା, ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ହେବାକୁଥିବା ୪ ଫର୍ମୁଲା ଓ୍ବାନ୍‌ ରେସ୍‌କୁ ବାତିଲ କରାଯାଇଥିବାବେଳେ କ୍ୟାଲେଣ୍ଡରରେ ଅନ୍ୟ ୩ଟି ରେସ୍‌ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଅକ୍ଟୋବର ୧୧ରେ ଜର୍ମାନୀର ଆଇକନିକ୍‌ ନୁର୍‌ବର୍ଗରିଙ୍ଗ୍‌ଠାରେ ଇଫିଲ ଗ୍ରାଁ ପ୍ରି ଏବଂ ଏହାର ଦୁଇ ସପ୍ତାହ ପରେ ପୋର୍ଟିମାଓଠାରେ ପର୍ତ୍ତୁଗୀଜ୍‌ ଗ୍ରାଁ ପ୍ରି ଆୟୋଜିତ ହେବ। ନଭେମ୍ବର ୧ରେ ଇଟାଲିରେ ଇମିଲିଆ-ରୋମାଗନା ଗ୍ରାଁ ପ୍ରି ହେବ। ୟୁ.ଏସ୍‌. ଗ୍ରାଁ ପ୍ରି ଅକ୍ଟୋବର ଶେଷ ଭାଗରେ ଏବଂ ବ୍ରାଜିଲ ଓ ମେକ୍ସିକୋରେ ରେସ୍‌ ନଭେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଥିଲା। ଜୁନ୍‌ ମଧ୍ୟଭାଗରେ ହେବାକୁଥିବା କାନାଡ଼ାରେ ରେସ୍‌ ସ୍ଥଗିତ ହୋଇସାରିଛି। ତିନୋଟି ନୂଆ ରେସ୍‌ ଯୋଗୁ ଏହି ସିଜନରେ ୟୁରୋପରେ ମୋଟ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୩ରେ ପହଞ୍ଚତ୍ଛି। ବାହାରିନ୍‌ ଓ ଆବୁଧାବି ପରେ ଡିସେମ୍ବର ମଧ୍ୟଭାଗରେ ରେସ୍‌ ସିଜନ ଶେଷ ହେବା ବେଳକୁ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଥିବା ଏହାର ଚେୟାରମ୍ୟାନ ଚେଜ୍‌ କାରେ ପ୍ରକାଶ କରିଛନ୍ତି।କାନାଡ଼ାରେ ରେସ୍‌ ସ୍ଥଗିତ ହୋଇ ସାରିଛି। ତିନୋଟି ନୂଆ ରେସ୍‌ ଯୋଗୁ ଏହି ସିଜନରେ ୟୁରୋପରେ ମୋଟ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୩ରେ ପହଞ୍ଚତ୍ଛି। ବାହାରିନ୍‌ ଓ ଆବୁଧାବି ପରେ ଡିସେମ୍ବର ମଧ୍ୟ ଭାଗରେ ରେସ୍‌ ସିଜନ ଶେଷ ହେବା ବେଳକୁ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଥିବା ଏହାର ଚେୟାରମ୍ୟାନ ଚେଜ୍‌ କାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri