Posted inଖେଳ

୨୦୨୦ କ୍ୟାଲେଣ୍ଡରରେ ୩ ନୂଆ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି

ପ୍ୟାରିସ୍‌, ୨୫।୭ (ଏପି)-କରୋନା ଭାଇରସ୍‌ ମହାମାରୀ ଯୋଗୁ ୨୦୨୦ରେ ବ୍ରାଜିଲ, କାନାଡା, ମେକ୍ସିକୋ ଓ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ରେ ହେବାକୁଥିବା ୪ ଫର୍ମୁଲା ଓ୍ବାନ୍‌ ରେସ୍‌କୁ ବାତିଲ କରାଯାଇଥିବାବେଳେ କ୍ୟାଲେଣ୍ଡରରେ ଅନ୍ୟ ୩ଟି ରେସ୍‌ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଅକ୍ଟୋବର ୧୧ରେ ଜର୍ମାନୀର ଆଇକନିକ୍‌ ନୁର୍‌ବର୍ଗରିଙ୍ଗ୍‌ଠାରେ ଇଫିଲ ଗ୍ରାଁ ପ୍ରି ଏବଂ ଏହାର ଦୁଇ ସପ୍ତାହ ପରେ ପୋର୍ଟିମାଓଠାରେ ପର୍ତ୍ତୁଗୀଜ୍‌ ଗ୍ରାଁ ପ୍ରି ଆୟୋଜିତ ହେବ। ନଭେମ୍ବର ୧ରେ ଇଟାଲିରେ ଇମିଲିଆ-ରୋମାଗନା ଗ୍ରାଁ ପ୍ରି ହେବ। ୟୁ.ଏସ୍‌. ଗ୍ରାଁ ପ୍ରି ଅକ୍ଟୋବର ଶେଷ ଭାଗରେ ଏବଂ ବ୍ରାଜିଲ ଓ ମେକ୍ସିକୋରେ ରେସ୍‌ ନଭେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଥିଲା। ଜୁନ୍‌ ମଧ୍ୟଭାଗରେ ହେବାକୁଥିବା କାନାଡ଼ାରେ ରେସ୍‌ ସ୍ଥଗିତ ହୋଇସାରିଛି। ତିନୋଟି ନୂଆ ରେସ୍‌ ଯୋଗୁ ଏହି ସିଜନରେ ୟୁରୋପରେ ମୋଟ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୩ରେ ପହଞ୍ଚତ୍ଛି। ବାହାରିନ୍‌ ଓ ଆବୁଧାବି ପରେ ଡିସେମ୍ବର ମଧ୍ୟଭାଗରେ ରେସ୍‌ ସିଜନ ଶେଷ ହେବା ବେଳକୁ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଥିବା ଏହାର ଚେୟାରମ୍ୟାନ ଚେଜ୍‌ କାରେ ପ୍ରକାଶ କରିଛନ୍ତି।କାନାଡ଼ାରେ ରେସ୍‌ ସ୍ଥଗିତ ହୋଇ ସାରିଛି। ତିନୋଟି ନୂଆ ରେସ୍‌ ଯୋଗୁ ଏହି ସିଜନରେ ୟୁରୋପରେ ମୋଟ ଫର୍ମୁଲା ଓ୍ବାନ ରେସ୍‌ ସଂଖ୍ୟା ୧୩ରେ ପହଞ୍ଚତ୍ଛି। ବାହାରିନ୍‌ ଓ ଆବୁଧାବି ପରେ ଡିସେମ୍ବର ମଧ୍ୟ ଭାଗରେ ରେସ୍‌ ସିଜନ ଶେଷ ହେବା ବେଳକୁ ଫର୍ମୁଲା ଓ୍ବାନ କର୍ତ୍ତୃପକ୍ଷ ୧୫ରୁ ୧୮ ରେସ୍‌ ଆୟୋଜନ କରିବା ଲାଗି ଆଶା ରଖିଥିବା ଏହାର ଚେୟାରମ୍ୟାନ ଚେଜ୍‌ କାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାକୁ ଆଉ ୩ ରୌପ୍ୟ

ଭୁବନେଶ୍ୱର, ୧୨।୧୦(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଚାଲିଥିବା ୩୬ତମ ନ୍ୟାଶନାଲ ଗେମ୍ସରେ ଓଡ଼ିଶା ମଙ୍ଗଳବାର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି। କାୟାକିଂ ମହିଳା କେ-୧ ୨୦୦ମିଟରରେ...

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ ୩୬ ଘଣ୍ଟିଆ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୧୮ା୯ (ପ.ଟି.)-ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କ ଅନୁରୋଧ ରକ୍ଷା କରାଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଲାଗି ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରୁ...

ଲାରାଙ୍କ ପଛକୁ ହୋପ୍‌

କଟକ, ୨୩0।୧୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚରେ ୫୦ ବଲ୍‌ରୁ ୪୨ ରନ ସଂଗ୍ରହ କରିଛନ୍ତି ୱେଷ୍ଟଇଣ୍ଡିଜ ଓପନର...

ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା

ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍‌ ଏହି...

ଫୁଟ୍‌ବଲର ମାର୍ଟାଙ୍କୁ କରୋନା

ସାଓପାଉଲୋ, ୨୩ା୧୧ (ଏପି)-କରୋନା ସଂକ୍ରମିତ ହୋଇଥିବାରୁ ଛଅ ଥର ଓ୍ବାଲର୍‌ଡ ପ୍ଲେୟର ଅଫ୍‌ ଦି ଇୟର ମାର୍ଟା ଇକ୍ୱେଡର ବିପକ୍ଷ ବ୍ରାଜିଲର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ନିରାଶ କଲେ ଦୂତୀ

ଦୋହା,୨୯।୯(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୧୭ତମ ସଂସ୍କରଣ ଦ୍ୱିତୀୟ ଦିବସରେ ପହଞ୍ଚିଛି। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଆଥଲେଟମାନେ...

କୋହଲି ଦ୍ରୁତତମ ଅଧିନାୟକ

ବେଙ୍ଗାଲୁରୁ,୨୦।୧ – ବିରାଟ କୋହଲି ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର...

୯୯ବର୍ଷୀୟ ପୂର୍ବତନ ରଣ୍‌ଜୀ ଖେଳାଳିଙ୍କୁ ଭେଟିଲେ ତେନ୍ଦୁଲକର, ଓ୍ବ

ମୁମ୍ବାଇ, ୧୪ା୧(ପି.ଟି.)- କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ସୋମବାର ବସନ୍ତ ରାଇଜୀଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଜୀବିତ ଥିବା...

Advertisement
Archives

Model This Week