କ୍ରିକେଟ ଖେଳି ଫେରିବା ବେଳେ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ଭବାନୀପାଟଣା,୮।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଡକାବାହାଲି ଗ୍ରାମର ଅକ୍ଷୟ ଗୌଡ଼, ଟୁଟୁ ଚଣ୍ଡୀ ଓ ରଘୁ ଗୌଡ଼।

ସମ୍ପୃକ୍ତ ୩ ଯୁବକ ସ୍ଥାନୀୟ ଉତ୍କେଲାରୁ କ୍ରିକେଟ ଖେଳି ବାଇକ୍‌(ନଂ.ଓଡି୦୮ଜେ ୦୮୬୬)ରେ ଗାଁକୁ ଫେରୁଥିଲେ। ହେଲେ ବେଳାମାଲ ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର (ନଂ.ଟିଏନ୍‌୮୮ସି-୩୫୮୫) ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାଇକ୍‌ ଆରୋହଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ସମ୍ପର୍କୀୟ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କେସିଙ୍ଗା-ଭବାନୀପାଟଣା ମଧ୍ୟରେ ଯାତାୟାତ ବନ୍ଦ ରହିଛି। ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଇଥିବା କଥା ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା...

ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର...

ଦିଲ୍ଲୀ ରାଜପଥରେ ୭୧ତମ ସାଧାରଣତନ୍ତ୍ର ଦିବସ: ଗଡ଼ିଲା ଓଡ଼ିଶାର ରୁକୁଣା ରଥର ପ୍ରଜ୍ଞାପନ ମେଢ଼

ପୁରୁଣା ଭୁବନେଶ୍ୱର, ୨୬। ୧ (ଡି.ଏନ.ଏ.): ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ପ୍ରଜ୍ଞାପନ...

ସାଢେ ୪ କୋଟି ଓଡିଆଙ୍କ ବିଜୟ : ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨ା୬(ବ୍ୟୁରୋ)-ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କେତେକ ସର୍ତ୍ତ ଅନୁଯାୟୀ ପୁରୀରେ ରଥଯାତ୍ରା...

ପରିବହନ ସଂସ୍ଥାର ମନମୁଖି ଦର ଧାର୍ଯ୍ୟକୁ ବିରୋଧ: ଏସ୍‌ପିଙ୍କୁ ଭେଟିଲେ ଟ୍ରକ୍‌ ମାଲିକ ସଂଘ

କୋରେଇ,୬।୧୨ (ସ୍ବ.ପ୍ର.)- ଖଣିରେ କ୍ରୋମାଇଟ୍‌ ଲୋଡିଂକୁ ନେଇ ଫାଷ୍ଟ କମ୍‌ ଫାଷ୍ଟ ଲୋଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। କିନ୍ତୁ ପରିବହନ କମ୍ପାନୀ ମନଇଚ୍ଛା ଦରଧାର୍ଯ୍ୟକରି ଗାଡି ଲୋଡିଂ...

ବୁଲା କୁକୁରଙ୍କ ପାଇଁ ଦରଦ

ରାଉରକେଲା ଅଫିସ,୧୧ା୪: ପେଶାରେ ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ହେଲେ ମନରେ ତାଙ୍କର ଜୀବେ ଦୟା ନୀତି ଭରି ରହିଛି। କରୋନା ପାଇଁ ଲକ୍‌...

କେନ୍ଦ୍ରାପଡ଼ାରେ ବାଲି ଚୋରି ଅଣାୟତ୍ତ

କେନ୍ଦ୍ରାପଡ଼ା ଅଫିସ, ୫ା୧୧: କେନ୍ଦ୍ରାପଡ଼ା ଜିଲାରେ ବାଲି ସଇରାତଗୁଡ଼ିକରୁ ବେଆଇନ ଉଠାଣ ଅଣାୟତ୍ତ ହୋଇପଡ଼ିଛି। ନିଲାମ ଅବଧି ସରିବା ପରେ ମଧ୍ୟ ବାଲି ଉଠାଣକୁ ରୋକାଯାଇପାରୁନାହିଁ।...

କେସିଙ୍ଗାରେ ଅପରାଜିତା ଷଡ଼ଙ୍ଗୀ: ରାସ୍ତାକଡ଼ ଲୋକଙ୍କୁ ପଚାରି ବୁଝିଲେ ସୁଖଦୁଃଖ

କେସିଙ୍ଗା,୧୪।୧୧(ଡି.ଏନ୍‌.ଏ.): ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର କଳାହାଣ୍ଡି ଜିଲା କେସିଙ୍ଗା ଗସ୍ତ କରିଛନ୍ତି। ସେ କେସିଙ୍ଗା ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ଭାଜପା ପକ୍ଷରୁ...

Advertisement
Archives

Model This Week