ଗୋଟିଏ କାନ୍ଥରେ ୩ ସୂଚନା ଫଳକ, ଅନ୍ୟ ପଞ୍ଚାୟତରେ ୨ ସୂଚନା ଫଳକର କାର୍ଯ୍ୟ

ଭବାନୀପାଟଣା,୨୧ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ହାବସପୁର ଗ୍ରାମରେ ଥିବା ଏକ ଘରର କାନ୍ଥରେ ୩ଟି ସୂଚନା ଫଳକ କରାଯାଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଣି ୩ଟି ସୂଚନାଫଳକ ସ୍ଥାନୀୟ ୩ ପଞ୍ଚାୟତର କାର୍ଯ୍ୟ ବିଷୟରେ ଉଲ୍ଲେଖ ରହିଛି। ଯାହାକି ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଗୋଟିଏ ସୂଚନା ଫଳକରେ ହାବସପୁର ପଞ୍ଚାୟତର କଛିମ ଡୋଲାଠାରୁ ଶ୍ମଶାନ ରାସ୍ତାର ଉନ୍ନତିକରଣ ପାଇଁ ଲଗାଯାଇଛି। ଏଥିରେ ଆର୍ଥିକ ବର୍ଷ ୨୦୨୨-୨୩ ଏମ୍‌ପିଙ୍କ ଉନ୍ନୟନ ପାଣ୍ଠିରୁ ଏହା ହୋଇଥିବାବେଳେ ଏଥିପାଇଁ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ଯାହାର କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ବିଷୟରେ କିଛି ଉଲ୍ଲେଖ କରାଯାଇନାହିଁ । ଦ୍ୱିତୀୟ ସୂଚନାଫଳକ ମହିଚଲା ଓ ଚକୁଳି ଗ୍ରାମରେ ସପପିଟ୍‌ ନିର୍ମାଣ କାର୍ଯ୍ୟ ପାଇଁ ଲଗାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ଏହା ହୋଇଥିବାବେଳେ ଏଥିପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ଅଟକଳ ରହିଥିବା ଉଲ୍ଲେଖ କରାଯାଇଛି। ଏଠାରେ ମଧ୍ୟ କେବେ କାର୍ଯ୍ୟ ଆରମ୍ଭ ହେଲା ଓ ଶେଷ ହେଲା ତାହା ଉଲ୍ଲେଖ କରାଯାଇନାହିଁ ।

ସେହିପରି ତୃତୀୟ ଫଳକରେ ଗୌଡ଼ଛେଣ୍ଡିଆ ପଞ୍ଚାୟତ ଚିକିଲି ଗ୍ରାମରେ ହୋଇଥିବା ଧାନଖଳା ନିର୍ମାଣ ପାଇଁ ଉଲ୍ଲେଖ କରାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ଏହା ହୋଇଥିବାବେଳେ ୭ଲକ୍ଷ ୩୨ ହଜାର ଟଙ୍କା ଏହାର ବ୍ୟୟ ଅଟକଳ ରହିଛି। ଏଠାରେ ମଧ୍ୟ କାର୍ଯ୍ୟ ଆରମ୍ଭ କେବେ ଓ ଶେଷ କେବେ ତାହା ଉଲ୍ଲେଖ କରାଯାଇନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦ୍ୱିତୀୟ ଓ ତୃତୀୟ ସୂଚନା ଫଳକ ଅଲଗା ପଞ୍ଚାୟତର କାର୍ଯ୍ୟ ହୋଇଥିବାବେଳେ ହାବସପୁର ପଞ୍ଚାୟତରେ ଥିବା ଏହି ଘରର କାନ୍ଥରେ ସେମାନେ ଏହାକୁ କେମିତି କଲେ ଯାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ ଯନ୍ତ୍ରୀ କେମିତି ଏହି କାର୍ଯ୍ୟର ବିଲ୍‌ କଲେ ତାହା ତଦନ୍ତ ସାପେକ୍ଷ। ଏ ନେଇ ଡାକାସିଂହ ମାଝୀଙ୍କୁ ପଚାରିବାରୁ ମୁଁ ଜାଣି ନ ଥିଲି ଏବେ ଜାଣୁଛି। ସ୍ଥାନୀୟ ଗ୍ରାମରେ ଜଣେ ପେଣ୍ଟର ପ୍ରାକ୍ଟିସ କରିବା ପାଇଁ ଏପରି ଲେଖିଦେଇଛି ବୋଲି ଅତି ହାଲୁକା ଭାବେ ସଫେଇ ଦେଇଥିଲେ। ସେହିପରି ପେଣ୍ଟର ଜଣକ ଯଦି ସୂଚନାଫଳକର ସବୁ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛି ତେବେ କାର୍ଯ୍ୟାରମ୍ଭ ଓ ଶେଷ ତାରିଖକୁ କାହିଁକି ଲେଖିନାହାନ୍ତି ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ପାରିନଥିଲେ। ଏହି ଘଟଣାର ଉଚ୍ଚସ୍ତରୀୟ ତଥା ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?