୩ କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟକୁ କ୍ରୀଡ଼ା ହବ୍‌ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସ ଜରିଆରେ ୩ଟି କ୍ରୀଡ଼ା ଭିତ୍ତିଭୂମିକୁ ଉଦ୍‌ଘାଟନ କରିଛନ୍ତି। ଗଞ୍ଜାମ ଜିଲାର ହିଞ୍ଜିଳିକାଟୁରେ ଇନ୍‌ଡୋର ଷ୍ଟାଡିୟମ୍‌, ଛତ୍ରପୁରରେ ୩ଟି ବ୍ୟାଡମିଣ୍ଟନ କୋର୍ଟ ସହିତ ୩ଟି ଇନ୍‌ଡୋର ଷ୍ଟାଡିୟମ୍‌ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୦ ମିଟର ଏବଂ ୫୦ ମିଟର ଶୁଟିଂ ରେଞ୍ଜକୁ ଲୋକାର୍ପିତ କରିଛନ୍ତି। ସେହିପରି ହକି କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଲାଗି ଛତ୍ରପୁରଠାରେ ଏକ ସିନ୍ଥେଟିକ ଟର୍ଫ ହକି ତାଲିମ କେନ୍ଦ୍ର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶୁଟିଂ ରେଞ୍ଜ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ବିକଶିତ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫ଟି ଅଭିନବ ପ୍ରୟାସ ଭଳି ଆଗାମୀ ଦିନରେ କ୍ରୀଡ଼ାର ବିକାଶ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ କରାଯିବ। ଉନ୍ନତମାନର ପ୍ରଶିକ୍ଷଣ ଏବଂ ଭିତ୍ତିଭୂମି ଆମ ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କୁ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବାରେ ସହାୟତା କରିବ। ଆସନ୍ତା ଦଶନ୍ଧିଗୁଡ଼ିକରେ ରାଜ୍ୟରୁ ନୂଆ ପିଢ଼ିର ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍‌ ସୃଷ୍ଟି ହେବେ। ହିଞ୍ଜିଳିକାଟୁ ରାଜ୍ୟର ଏକ ଉତ୍ତମ ଇନ୍‌ଡୋର ଷ୍ଟାଡିୟମ ଭାବେ ପରିଚିତ ହୋଇଛି। ସେହି ଅଞ୍ଚଳରେ ବ୍ୟାଡମିଟନ କୋର୍ଟ ସହିତ ଟେବୁଲ ଟେନିସ, ଯୋଗ, ଜିମ୍‌, ଫିଜିଓଥେରାପି ଭିତ୍ତିଭୂମି କ୍ରୀଡ଼ାବିତ୍‌ମାନଙ୍କୁ ସହାୟତା କରିବ। ଏହି ଷ୍ଟାଡିୟମ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଛତ୍ରପୁର ଇନ୍‌ଡୋର ଷ୍ଟାଡିୟମରେ ୩ଟି ବ୍ୟାଡମିଣ୍ଟନ କୋର୍ଟ ରହିଛି। ଛତ୍ରପୁର ଏକ ବୃହତ କ୍ରୀଡ଼ା ସେଣ୍ଟରରେ ପରିଣତ ହୋଇଛି।
ସେହିପରି କଳିଙ୍ଗ ଷ୍ଟାଡିୟମ ପରିସରରେ ଉନ୍ନତମାନର ‘ଓଡ଼ିଶା ଆଦିତ୍ୟ ବିର୍ଲା- ଗଗନ ନାରଙ୍ଗ ଶୁଟିଂ ହାଇ ପରଫରମାନ୍ସ ସେଣ୍ଟର’ ରହିଛି। ଏଥିରେ ୨୨ ଲେନ୍‌ ୧୦ ମିଟର ରେଞ୍ଜରେ ୧୦ ଇଲେକ୍ଟ୍ରିକାଲ ଲେନ୍‌ ଓ ୧୨ ମାନୁଆଲ ଲେନ୍‌ ଲକ୍ଷ୍ୟ ଭେଦ ରହିଛି। ଏକାସଙ୍ଗରେ ୬୦ କ୍ରୀଡ଼ାବିତଙ୍କୁ ଦୈନିକ ପ୍ରଶିକ୍ଷଣ ଦିଆଯାଇପାରିବ। ପୂର୍ବ ଭାରତର ଏକ ଉତ୍ତମ ଷ୍ଟାଡିୟମ ମଧ୍ୟରୁ ଏହା ଅନ୍ୟତମ। ରାଜ୍ୟ ବାହାରୁ ମଧ୍ୟ କ୍ରୀଡ଼ାବିତମାନେ ପ୍ରଶିକ୍ଷଣ ନେବାକୁ ଆସିବେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ, ନ୍ୟାଶନାଲ ରାଇଫଲ ଫେଡେରେଶନ ଅଫ ଇଣ୍ଡିଆର ବରିଷ୍ଠ ଉପ ସଭାପତି କଳିକେଶ ନାରାୟଣ ସିଂଦେଓ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ବିଶାଳ ଦେବ ପ୍ରମୁଖ ଯୋଗ ଦେଇଥିଲେ। ଗଞ୍ଜାମରୁ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ଆସ୍କା ଏମ୍‌ପି ପ୍ରମିଳା ବିଶୋଇ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri