୩ କ୍ରୀଡ଼ା ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟକୁ କ୍ରୀଡ଼ା ହବ୍‌ରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନଫରେନ୍ସ ଜରିଆରେ ୩ଟି କ୍ରୀଡ଼ା ଭିତ୍ତିଭୂମିକୁ ଉଦ୍‌ଘାଟନ କରିଛନ୍ତି। ଗଞ୍ଜାମ ଜିଲାର ହିଞ୍ଜିଳିକାଟୁରେ ଇନ୍‌ଡୋର ଷ୍ଟାଡିୟମ୍‌, ଛତ୍ରପୁରରେ ୩ଟି ବ୍ୟାଡମିଣ୍ଟନ କୋର୍ଟ ସହିତ ୩ଟି ଇନ୍‌ଡୋର ଷ୍ଟାଡିୟମ୍‌ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୦ ମିଟର ଏବଂ ୫୦ ମିଟର ଶୁଟିଂ ରେଞ୍ଜକୁ ଲୋକାର୍ପିତ କରିଛନ୍ତି। ସେହିପରି ହକି କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଲାଗି ଛତ୍ରପୁରଠାରେ ଏକ ସିନ୍ଥେଟିକ ଟର୍ଫ ହକି ତାଲିମ କେନ୍ଦ୍ର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶୁଟିଂ ରେଞ୍ଜ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ବିକଶିତ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫ଟି ଅଭିନବ ପ୍ରୟାସ ଭଳି ଆଗାମୀ ଦିନରେ କ୍ରୀଡ଼ାର ବିକାଶ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ କରାଯିବ। ଉନ୍ନତମାନର ପ୍ରଶିକ୍ଷଣ ଏବଂ ଭିତ୍ତିଭୂମି ଆମ ରାଜ୍ୟର କ୍ରୀଡ଼ାବିତ୍‌ମାନଙ୍କୁ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବାରେ ସହାୟତା କରିବ। ଆସନ୍ତା ଦଶନ୍ଧିଗୁଡ଼ିକରେ ରାଜ୍ୟରୁ ନୂଆ ପିଢ଼ିର ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍‌ ସୃଷ୍ଟି ହେବେ। ହିଞ୍ଜିଳିକାଟୁ ରାଜ୍ୟର ଏକ ଉତ୍ତମ ଇନ୍‌ଡୋର ଷ୍ଟାଡିୟମ ଭାବେ ପରିଚିତ ହୋଇଛି। ସେହି ଅଞ୍ଚଳରେ ବ୍ୟାଡମିଟନ କୋର୍ଟ ସହିତ ଟେବୁଲ ଟେନିସ, ଯୋଗ, ଜିମ୍‌, ଫିଜିଓଥେରାପି ଭିତ୍ତିଭୂମି କ୍ରୀଡ଼ାବିତ୍‌ମାନଙ୍କୁ ସହାୟତା କରିବ। ଏହି ଷ୍ଟାଡିୟମ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଛତ୍ରପୁର ଇନ୍‌ଡୋର ଷ୍ଟାଡିୟମରେ ୩ଟି ବ୍ୟାଡମିଣ୍ଟନ କୋର୍ଟ ରହିଛି। ଛତ୍ରପୁର ଏକ ବୃହତ କ୍ରୀଡ଼ା ସେଣ୍ଟରରେ ପରିଣତ ହୋଇଛି।
ସେହିପରି କଳିଙ୍ଗ ଷ୍ଟାଡିୟମ ପରିସରରେ ଉନ୍ନତମାନର ‘ଓଡ଼ିଶା ଆଦିତ୍ୟ ବିର୍ଲା- ଗଗନ ନାରଙ୍ଗ ଶୁଟିଂ ହାଇ ପରଫରମାନ୍ସ ସେଣ୍ଟର’ ରହିଛି। ଏଥିରେ ୨୨ ଲେନ୍‌ ୧୦ ମିଟର ରେଞ୍ଜରେ ୧୦ ଇଲେକ୍ଟ୍ରିକାଲ ଲେନ୍‌ ଓ ୧୨ ମାନୁଆଲ ଲେନ୍‌ ଲକ୍ଷ୍ୟ ଭେଦ ରହିଛି। ଏକାସଙ୍ଗରେ ୬୦ କ୍ରୀଡ଼ାବିତଙ୍କୁ ଦୈନିକ ପ୍ରଶିକ୍ଷଣ ଦିଆଯାଇପାରିବ। ପୂର୍ବ ଭାରତର ଏକ ଉତ୍ତମ ଷ୍ଟାଡିୟମ ମଧ୍ୟରୁ ଏହା ଅନ୍ୟତମ। ରାଜ୍ୟ ବାହାରୁ ମଧ୍ୟ କ୍ରୀଡ଼ାବିତମାନେ ପ୍ରଶିକ୍ଷଣ ନେବାକୁ ଆସିବେ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନ, ନ୍ୟାଶନାଲ ରାଇଫଲ ଫେଡେରେଶନ ଅଫ ଇଣ୍ଡିଆର ବରିଷ୍ଠ ଉପ ସଭାପତି କଳିକେଶ ନାରାୟଣ ସିଂଦେଓ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କ୍ରୀଡ଼ା ସଚିବ ବିଶାଳ ଦେବ ପ୍ରମୁଖ ଯୋଗ ଦେଇଥିଲେ। ଗଞ୍ଜାମରୁ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ଆସ୍କା ଏମ୍‌ପି ପ୍ରମିଳା ବିଶୋଇ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri