Posted inଜାତୀୟ

୩ ଦକ୍ଷିଣୀ ରାଜ୍ୟରେ ସରକାର-ରାଜ୍ୟପାଳ ବିବାଦ

ନୂଆଦିଲ୍ଲୀ,୯।୧୧: ୩ ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ ଏବଂ ତେଲଙ୍ଗାନାରେ ରାଜ୍ୟପାଳ ଏବଂ ଶାସକ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏହି ୩ ରାଜ୍ୟର ରାଜ୍ୟପାଳମାନେ କେନ୍ଦ୍ରର ସଖୀ କଣ୍ଢେଇ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଉପରୋକ୍ତ ରାଜ୍ୟର ରାଜ୍ୟପାଳଙ୍କ ବିରୋଧରେ ଏକାଧିକ ବିକ୍ଷୋଭ ଶୋଭାଯାତ୍ରା କରିବା ଲାଗି ଶାସକ ଦଳଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି। ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ପଡ଼ୋଶୀ ରାଜ୍ୟ ରାଜନୀତିରେ ମୁଣ୍ଡ ପୂରାଉଥିବା ତାମିଲନାଡୁର ଶାସକ ଦଳ ଡିଏମ୍‌କେ ଅଭିଯୋଗ କରିଛି। ରାଜ୍ୟପାଳ ଦାୟିତ୍ୱ ନେବା ପୂର୍ବରୁ ସୌନ୍ଦରାରାଜନ ତାମିଲନାଡୁରେ ଭାଜପାର ବରିଷ୍ଠ ନେତା ଥିଲେ। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିଯୁକ୍ତିକୁ ନେଇ ତେଲଙ୍ଗାନାର ଶାସକ ଦଳ ଟିଆର୍‌ଏସ୍‌ ରାଜ୍ୟପାଳଙ୍କ କାର୍ଯ୍ୟକୁ ବିରୋଧ କରୁଛି। ରାଜନୀତି କରିବାକୁ ହେଲେ ସୌନ୍ଦରାରାଜନ ରାଜ୍ୟପାଳ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଡିଏମକେ ମୁଖପତ୍ର ମୁରାସୋଲିରେ କୁହାଯାଇଛି। ସେହିପରି ତାମିଲନାଡୁ ରାଜ୍ୟପାଳ ଆର୍‌. ଏନ୍‌. ରବି ସମ୍ବିଧାନ ବିରୋଧରେ କାର୍ଯ୍ୟ କରୁଥିବା ନେଇ ଡିଏମ୍‌କେ ସମଭାବାପନ୍ନ ଏମ୍‌ପିମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରି ତାଙ୍କ ବହିଷ୍କାର ଦାବି କରିଥିଲା। ସେଠାରେ ୨୦ଟି ବିଲ୍‌ ରାଜ୍ୟପାଳଙ୍କ ମଞ୍ଜୁରୀ ଅପେକ୍ଷାରେ ପଡ଼ିରହିଛି।
ସେହିପରି କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ ଏବଂ ସିପିଆଇ(ଏମ୍‌) ନେତୃତ୍ୱାଧୀନ ସରକାରଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ଏର୍ନାକୁଲମ ଗେଷ୍ଟହାଉସ୍‌ରେ ଖବରଦାତା ସମ୍ମିଳନୀରୁ ୨ଟି ଟିଭି ଚ୍ୟାନେଲକୁ ତଡ଼ିଦେବା ଘଟଣାରେ ରାଜ୍ୟପାଳ ସାମ୍ବାଦିକମାନଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅଗଣତାନ୍ତ୍ରିକ ବ୍ୟବହାରକୁ ରାଜ୍ୟ ସାମ୍ବାଦିକ ସଂଘ ନିନ୍ଦା କରିଛି। କେରଳର କାର୍ଯ୍ୟକାରୀ ସାମ୍ବାଦିକ ସଂଘ ପକ୍ଷରୁ ରାଜଭବନ ଅଭିମୁଖେ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା। ମୁଖ୍ୟ ବିଲ୍‌ଗୁଡ଼ିକୁ ରାଜ୍ୟପାଳ ବିଳମ୍ବିତ କରୁଥିବା ରାଜ୍ୟ ସରକାର ଅଭିଯୋଗ ଆଣିଛନ୍ତି। ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦେବା ପ୍ରତିବାଦରେ ଗତମାସ ୨୬ରେ ବାମଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରିକି ରାଜ୍ୟପାଳ ପଦବୀ ହଟାଇଦେବାକୁ ସିପିଆଇ(ଏମ୍‌) ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

ଡାଇମଣ୍ଡ ଲିଗ୍‌ ଫାଇନାଲ୍ସ ପାଇଁ ଯୋଗ୍ୟତା ହାସଲ କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ…

ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲ୍‌ପିଜି ଗ୍ୟାସ୍‌ ଟ୍ୟାଙ୍କର

ଲାଞ୍ଜିଗଡ଼, ୨୮ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ନର୍ଲା ଥାନା ଅନ୍ତର୍ଗତ ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିକୁଡ଼ା ରାସ୍ତାର ବଞ୍ଜାରୀ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

କୋକସରା,୨୮ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଭାଲିଆଯୋର ଗ୍ରାମର ଜୟସିଂ ଧଙ୍ଗଡାମାଝୀ (୪୫) ପେଟପାଟଣା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri