ଅସ୍ଥାୟୀ ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ନୟାଗଡ଼,୩।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ପୋଲ ଭାଙ୍ଗିବାର ୨୦ ମାସ ବିତି ଯାଇଛି । ହେଲେ ସରକାର ପୋଲ ନିର୍ମାଣ କରିବାରେ ସକ୍ଷମ ହେଲେ ନାହିଁ । ଏଭଳି ସ୍ଥଳେ ମଙ୍ଗଳବାର ସନ୍ଧ୍ୟାରୁ ଲାଗି ରହିଥିବା ଲଗାଣ ବର୍ଷାରେ ପୋଲ ନିକଟରେ ହୋଇଥିବା ଅସ୍ଥାୟୀ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଗୋଡିପଡ଼ା ସମେତ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଛି। ଅନ୍ୟପକ୍ଷେ ପୋଲ ନିର୍ମାଣ ପାଇଁ ଏକ ସୂଚନା ଫଳକ ଝୁଲୁଥିଲେ ମଧ୍ୟ କାମ ଆରମ୍ଭ ହେଉନି । ନିର୍ମାଣ ବିଭାଗ ପକ୍ଷରୁ ୧୧.୪୬ କୋଟି ଟଙ୍କା ପୋଲ ନିର୍ମାଣ ପାଇଁ ଅଟକଳ କରାଯାଇଛି । ୧୯।୨।୨୦୨୫ରେ ପୋଲ କାର୍ଯ୍ୟ ଶେଷ ହେବ ବୋଲି ଉଲ୍ଲେଖ ରହିଛି ।
ପ୍ରାୟ ୪୦ ବର୍ଷ ତଳେ ତକତ୍ାଳୀନ ରଣପୁର ବିଧାୟକ ରମାକାନ୍ତ ମିଶ୍ର ଦୁଆଣ୍ଟ ନଦୀର ପୋଲକୁ ଉଦ୍‌ଘାଟନ କରିଥିଲେ । ପୋଲଟି ବହୁ ବର୍ଷର ପୁରୁଣା ହୋଇଥିଲେ ହେଁ ଭଲ ଥିଲା । ବାଲି ଚୋରମାନେ ନଦୀର ଶଯ୍ୟା ଖୋଳି ବାଲି ନେଇ ଯିବା ପରେ ବନ୍ୟା ଜଳ ପୋଲର ରାଫ୍ଟ ଫାଉଣ୍ଡେଶନର ପାର୍ଶ୍ୱରେ ଗତ୍ତର୍ର୍ କରି ରହିଥିଲା । ରାଫ୍ଟ ଫାଉଣ୍ଡେଶନର ଗତ୍ତର୍ର୍କୁ ମରାମତି ନେଇ ସ୍ଥାନୀୟ ଲୋକ ଦାବି କରିଥିଲେ ହେଁ ପୂର୍ତ୍ତ ବିଭାଗ ଅଣଦେଖା କରିଥିଲା । ଫଳରେ ପୋଲଟି ୨୦୨୧ ଡିସେମ୍ବର ୨୯ରେ ଦବି ଯାଇଥିଲା । ସରକାର ପୋଲକୁ ବିପଦସଙ୍କୁଳ ଘୋଷଣା କରି ଚୁପ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୋଲ ନିକଟରେ ନଦୀ ମଧ୍ୟରେ ପୂର୍ତ୍ତ ବିଭାଗ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲା । ତେବେ ବର୍ଷା ହେଲେ ସଂଯୋଗ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥାଏ । ଏଣୁ ଗୋଡିପଡ଼ା, ଡମସାହି, ପଞ୍ଚୁମୁ, ଭାଲିଆଡିହି ପରି ୧୫ ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ୱ ଗଁା ବିଛିନ୍ନ ହୋଇ ରହୁଛି । ମଙ୍ଗଳବାର ସନ୍ଧ୍ୟାରୁ ଲଗାଣ ବର୍ଷା ଲାଗି ରହିବାରୁ ବନ୍ୟା ଜଳ ଅସ୍ଥାୟୀ ରାସ୍ତା ଉପରେ ଚାଲିଛି । ଅଳ୍ପ କେତେକ କାର, ଜିପ୍‌, ଆମ୍ବୁଲାନ୍ସ, ଅଟୋରିକ୍ସା ବିପଦସଙ୍କୁଳ ଭାବେ ପାଣି ଭିତରେ ଯାତାୟତ କରୁଛନ୍ତି । ତେବେ ଅସ୍ଥାୟୀ ରାସ୍ତା କଟ୍‌ ଅପ୍‌ ହୋଇଗଲେ ପୁରା ଗୋଡିପଡ଼ା ଓ ଆଖପାଖ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇ ଯିବ । ବନ୍ୟା ଜଳ ଯେଉଁ ଭାବେ ବଢ଼ୁଛି ରାତିରେ ଅସ୍ଥାୟୀ ରାସ୍ତା କଟ୍‌ଅପ୍‌ ହୋଇଯିବାର ସମ୍ଭାବନା ରହିଛି ।
ଏନେଇ ଗୋଡିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ସାମାଜିକ କର୍ମୀ ରବି ନାରାୟଣ ଦାଶ, ପୂର୍ବତନ ଡିମଶର ସରପଞ୍ଚ ସତ୍ୟବାନ ନାୟକ, ଭିକାରୀ ଜେନା ଓ ସୂର୍ଯ୍ୟମଣି ନାୟକ, ପଞ୍ଜୁମୁ ର ପୂର୍ବତନ ସରପଞ୍ଚ କୁବେର ବିଶୋଇ କୁହନ୍ତି,ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇ ଚାଲିଛି । ବର୍ଷା ହେଲେ ଗୋଡିପଡ଼ା ଓ ଆଖପାଖ ପଞ୍ଚାୟତରୁ ବିଚ୍ଛିନ୍ନ ହୋଇ ରହୁଛି । ଏବେ ସେହି ପରିସ୍ଥିତି ସୃଷ୍ଟି ହୋଇଛି । ଗୋଡିପଡ଼ା କଲେଜକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଛାତ୍ରୀଛାତ୍ର ହଇରାଣ ହେବେ । ପୁଣି ପନିପରିବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଗୋଡିପଡ଼ା ଉପରେ ନିର୍ଭର କରୁଥିବା ଲୋକ ଚିନ୍ତାରେ ପଡିଛନ୍ତି ା ସରକାର ମଞ୍ଜୁର କରିଥିବା ଅର୍ଥରେ ଶୀଘ୍ର ପୋଲ କାମ ଆରମ୍ଭ ହେଉ ବୋଲି ସେମାନେ ଦାବି କରିଛନ୍ତି ା
ଡିମିଶର ଦୁଆଣ୍ଟ ନଦୀ ପାଖରେ ଟେଷ୍ଟ ଫାଇଲର ଲୋଡ ଟେଷ୍ଟ ହେବାରେ ବିଳମ୍ବ ଯୋଗୁ ପୋଲ କାମ ଆରମ୍ଭ ହୋଇ ପାରୁ ନ ଥିବା ସୂଚନା ମିଳିଛି ।ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଭିଷେକ ଓଝା କୁହନ୍ତି, ନଦୀ ପାଖରେ ନିର୍ମାଣ କରାଯାଇଥିବା ଟେଷ୍ଟ ଫାଇଲର ଲୋଡ ଟେଷ୍ଟ ହୋଇଗଲେ ପୋଲ କାମ ଆରମ୍ଭ ହେବ । ତେବେ ଟିକେ ସମସ୍ୟା ଯୋଗୁ ଡେରି ହୋଇ ଯାଇଛି । ସେହି କାମ କିପରି ଶୀଘ୍ର ଶେଷ ହେବ ସେ ନେଇ ଗୁରୁତ୍ୱ ଦିଆଯାଉଛି । ଅନ୍ୟପକ୍ଷେ ପୋଲ ପାଖ ନଦୀ ଭିତର ସଂଯୋଗ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ନେଇ ଅବଗତ ନ ଥିଲି । ଆମେ ନଜର ରଖିଛୁ । ବନ୍ୟାଜଳ ହ୍ରାସ ପାଇବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?