ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ କୋର୍ସରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁଲାଇ ୪ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି। ତେବେ ପ୍ରଥମ ଦିନରେ ରାତି ୮ଟା ସୁଦ୍ଧା ୪,୫୦୭ଜଣ ପଞ୍ଜୀକରଣ କରିଥିବାବେଳେ ୪,୪୭୬ଜଣ ଅନ୍‌ଲାଇନରେ ଦେୟ ପୈଠ କରିଛନ୍ତି। ୨୧ ଜୁନ୍‌ରୁ ଜୁଲାଇ ୭ ମଧ୍ୟରେ ଆବେଦନକାରୀ ତଥ୍ୟ ପରିବର୍ତ୍ତନ କରିପାରିବେ। କଟ୍‌ଅଫ୍‌ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୪ରେ ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ ଅପରାହ୍ଣ ୨ଟାରେ ଓ ତୃତୀୟ ପର୍ଯ୍ୟାୟ ଅଗଷ୍ଟ ୯ରେ ପ୍ରକାଶ ପାଇବ। କଲେଜଗୁଡ଼ିକର ଅବଶିଷ୍ଟ ଆସନରେ ନାମ ଲେଖାଇବା ପାଇଁ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୨୧ରେ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର ୧ରେ ଓ ଶେଷ ତଥା ଷଷ୍ଠ ପର୍ଯ୍ୟାୟ ମେଧା ଚାଲିକା ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇବ। ପ୍ରତ୍ୟେକ ଡିଗ୍ରୀ କଲେଜ କର୍ତ୍ତୃପକ୍ଷ ନିଜ ନିଜ କଲେଜରେ ନାମଲେଖାଇଥିବା ଛାତ୍ରୀଛାତ୍ରଙ୍କ ବିବରଣୀ ସହ ଖାଲିପଡ଼ିଥିବା ଆସନ ସମ୍ପର୍କରେ ଇ-ସ୍ପେସ୍‌ରେ ସୂଚନା ଦେବେ।
ସୂଚନାଯୋଗ୍ୟ, ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍‌ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…

କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…

ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…

ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ

ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍‌ (ବିଜେଏମ୍‌ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…

ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…

ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା

ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…

ଜୀରାନଦୀରେ ରିଂ ରୋଡ୍‌ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍‌ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ: ବାଲି ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ…

ଜୟପୁର, ୮।୭(ପବନ ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri