୩ ଦିନ କୁହୁଡ଼ି

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ଶୀତ ହଠାତ୍‌ ହ୍ରାସ ପାଇଛି। ରାତ୍ରିର ତାପମାତ୍ରା ୫ରୁ ୧୦ ଡିଗ୍ରୀ ସେଲ୍‌ସିୟସ ଯାଏ ବଢ଼ିଯାଇଛି। କିନ୍ତୁ କୁହୁଡ଼ି ଆରମ୍ଭ ହୋଇଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ହେବା ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ମେଘୁଆ ପାଗ ରହୁଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୧୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ ୧୫ରୁ ୨୦ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ୍‌ ଲୋକାର୍ପିତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ନରେ ଲୋକାର୍ପିତ ହୋଇଛି ା କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ...

କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍‌ରୋଗରେ ମୃତ୍ୟୁ ଘଟିଛି। ଆସାମ...

ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବାରୁ…

ବାଙ୍ଗିରିପୋଷି,୨୮।୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶିମିଳାରେ ଏକ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ପାଇଁ ବଚସାକୁ କେନ୍ଦ୍ରକରି ନିଜ କକାଙ୍କୁ ହାଣି ହତ୍ୟା...

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।...

ଟିଟାନସ୍‌ ବଦଳରେ ଦେଇଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ: ହସ୍ପିଟାଲରେ ଉତ୍ତେଜନା

ନୀଳଗିରି,୧୬ା୧୨(ସ୍ବ.ପ୍ର.): ଟିଟାନସ୍‌ ଇଞ୍ଜେକ୍ସନ ବଦଳରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ନେଇ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ: ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୬(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ସୋମବାର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର...

ଭାଜପା ଛାଡିଲେ ଦାମ ରାଉତ: କହିଲେ ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଭାଜପାର ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ...

କଟକରୁ ଆଜି ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୭।୯-କଟକ ସହରରୁ ଆଜି ଆଉ ୧୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌...

Advertisement
Archives

Model This Week