Odisha Elections 2024

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି।

ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୋମବାର ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା ମଙ୍ଗଳବାର ନାମାଙ୍କନ ଦାଖଲ କରିବା ଲାଗି ରିଟର୍ନିଂ ଅଫିସରଙ୍କ ନିକଟରେ ପହଞ୍ଚିଛନ୍ତି। ମାତ୍ର ଶାସକ ବିଜୁ ଜନତା ଦଳ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଟିକେଟ ଦେଇ ନ ଥିବା ଜଣାପଡ଼ିିଛି।

ଗଞ୍ଜାମ ଜିଲାର ସମସ୍ତ ପ୍ରାର୍ଥୀଙ୍କୁ ନାମାଙ୍କନ ଲାଗି ଦଳ ଟିକେଟ ଦେଇସାରିଥିବା ବେଳେ ସୂର୍ଯ୍ୟମଣିଙ୍କୁ ଏଯାବତ ଟିକେଟ ଦେଇନାହିଁ। ଏଠାରେ ଦଳୀୟ ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ବିଜେଡି ଚିନ୍ତାରେ ପଡିଯାଇଛି। ସୂର୍ଯ୍ୟମଣିଙ୍କୁ ଦଳ ଟିକେଟ ଦେବ ନା ଲବିରେ ରହିଥିବା ଅନ୍ୟ ନେତାଙ୍କୁ ଟିକେଟ ମିଳିବ ସେ ନେଇ ସସ୍‌ପେନ୍ସ ଲାଗି ରହିଛି।

ଦଳର ଏଭଳି ସ୍ଥିତିରେ ଟିକେଟ ବିଳମ୍ବ ଯେତିକି ହେଉଛି କର୍ମୀଙ୍କ ମହଲରେ ସେତିକି ଅସନ୍ତୋଷ ବଢି ଚାଲିଛି। ଏପରି କି ଟିକେଟ ବିଳମ୍ବ ଯୋଗୁ କର୍ମୀମାନେ ହତୋତ୍ସାହିତ ହୋଇ ଦଳ ଛାଡ଼ିବାରେ ଲାଗିଛନ୍ତି। ଶେଷ ସମୟରେ ଟିକେଟ ଦେଲେ ପ୍ରାର୍ଥୀ କ’ଣ କରିବେ, ଭୋଟରଙ୍କ ସହ କିପରି ଭେଟି ବିଜୟୀ ହେବେ ସେ ନେଇ ନେତା ଏବଂ କର୍ମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେଡିର ଏହି ସ୍ଥିତିକୁ ନେଇ ଭାଜପା ଫାଇଦା ଉଠାଇ ଜନସମ୍ପର୍କ ମାଧ୍ୟମରେ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଛି। ଟିକେଟ ବିଳମ୍ବ ଦଳ ଲାଗି ନିଶ୍ଚୟ କାଳ ହେବ ବୋଲି ନାମଗୋପନ ରଖି କେତେଜଣ ଦଳୀୟ ବରିଷ୍ଠ ନେତା ପ୍ରକାଶ କରିଛନ୍ତି।

ବଢୁଛି ଅସନ୍ତୋଷ


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

ଖଲ୍ଲିକୋଟ ନିର୍ବାଚନୀ ହିଂସା: କଡ଼ା ନିର୍ଦ୍ଦେଶ ଦେଲେ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ,୧୭।୫(ଅସମାପିକା ସାହୁ): ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT)ଖଲ୍ଲିକୋଟ ହତ୍ୟା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି।...

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri