ଚାଇନାର ୩ ଔଷଧ କମ୍ପାନୀ ବିଲୁପ୍ତ ପ୍ରାଣୀଙ୍କ ଅଂଶକୁ କରୁଛନ୍ତି ବ୍ୟବହାର…

ବେଜିଂ, ୨୩।୧୦: ଚାଇନାର ଔଷଧ କମ୍ପାନୀଗୁଡିକ ବିଷୟରେ ଏକ ପରିବେଶ ଗୋଷ୍ଠୀ ପର୍ଦ୍ଦାଫାଶ କରିଛି। ସାର୍ବଜନୀନ ଭାବରେ ବ୍ୟବସାୟ କରୁଥିବା ଚାଇନାର ୩ ଫାର୍ମାସ୍ୟୁଟିକାଲ କମ୍ପାନୀ ବିଲୁପ୍ତ ପ୍ରାଣୀମାନଙ୍କର କିଛି ଅଂଶକୁ ସେମାନଙ୍କ ଉତ୍ପାଦରେ ଉପାଦାନ ଭାବରେ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ ଏହି କମ୍ପାନୀଗୁଡିକ ୟୂବିଏସ ଏବଂ ଏଚଏସବିସି ପରି ବିଶ୍ୱ ବ୍ୟାଙ୍କଗୁଡ଼ିକୁ ନିଜର ନିବେଶକ ଭାବରେ ବିବେଚନା କରୁଛନ୍ତି ।

ପ୍ରକାଶିତ ଏକ ରିପୋର୍ଟରେ ଲଣ୍ଡନ ସ୍ଥିତ ପରିବେଶ ଯାଞ୍ଚ ଏଜେନ୍ସି ନିବେଶକମାନଙ୍କୁ ତିନୋଟି କମ୍ପାନୀ ବେଜିଂ ଟୋଙ୍ଗ ରେନ ଟାଙ୍ଗ ଗ୍ରୁପ, ତିଆନଜିନ ଫାର୍ମାସ୍ୟୁଟିକାଲ ଗ୍ରୁପ ଏବଂ ଜିଲିନ ଆଡୋଙ୍ଗ ଫାର୍ମାସ୍ୟୁଟିକାଲ ଗ୍ରୁପରେ ସେମାନଙ୍କର ଅଂଶଧନ ବିକ୍ରୟ କରିବାକୁ ଅନୁରୋଧ କରିଛି।

ଏହି ତିନୋଟି କମ୍ପାନୀ ୭୨ ଟି କମ୍ପାନୀର ଏକ ତାଲିକାରେ ଅଛନ୍ତି ବୋଲି ପରିବେଶ ଅଣ-ଲାଭକାରୀ ସଂଗଠନ କହିଛି। ପ୍ରାୟ ୮୮ ଟି ପାରମ୍ପାରିକ ଚାଇନିଜ ମେଡିସିନ (ଟିସିଏମ) ନିଜ ନିଜର ଉତ୍ପାଦରେ ଉପାଦାନ ଭାବରେ ବିଲୁପ୍ତ ଚିତାବାଘ ଏବଂ ବଜ୍ରକାପ୍ତା ଶରୀରର ବିଭିନ୍ନ ଅଂଶ ବ୍ୟବହାର କରୁଛନ୍ତି।

ଏହି ସଂସ୍ଥା କହିଛି ଏହା ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ ଉପରେ ଧ୍ୟାନ ଦେଇଛି କାରଣ ସେମାନେ ସର୍ବସାଧାରଣରେ ତାଲିକାଭୁକ୍ତ ଏବଂ ସେମାନଙ୍କ ୱେବସାଇଟରେ ଚିତାବାଘ କିମ୍ବା ବଜ୍ରକାପ୍ତାର ଅଂଶଥିବା ଉତ୍ପାଦ ପ୍ରଦର୍ଶନ କରିଥାନ୍ତି। ଟିସିଏମ ଉତ୍ପାଦଗୁଡିକ ବିଭିନ୍ନ ବିଲୁପ୍ତ ପ୍ରାଣୀଙ୍କ ଅଂଶକୁ ଉପାଦାନ ଭାବରେ ବ୍ୟବହାର କରିବାରେ ଜଣାଶୁଣା।

ଏନଜିଓର ଆଇନ ତଥା ନୀତି ବିଶେଷଜ୍ଞ ଅବିନାଶ ବାସ୍କର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି, ଏତେ ବଡ ବଡ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଏହି ପ୍ରକାର ଔଷଧ କମ୍ପାନୀରେ ବିନିଯୋଗ କରୁଥିବା ଅତ୍ୟନ୍ତ ନୈରାଶ୍ୟଜନକ।

ବେଜିଂ ଟୋଙ୍ଗ ରେନ ଟାଙ୍ଗ ଏବଂ ତିଆନ୍ଜିନ ଫାର୍ମାସ୍ୟୁଟିକାଲ ଗ୍ରୁପକୁ ଏକାଧିକ ଇମେଲ ଏବଂ ନ୍ୟୁଜ ଏଜେନ୍ସି ରଏଟର୍ସର ପକ୍ଷରୁ ମତାମତ ମଗା ଯାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମନ୍ତବ୍ୟ ପାଇଁ ଜିଲିନ ଆଡୋଙ୍ଗ ଫାର୍ମାସ୍ୟୁଟିକାଲ ଗ୍ରୁପ ସହିତ ଯୋଗାଯୋଗ କରା ଯାଇ ପାରି ନାହିଁ।

ଏଜେନ୍ସି କହିଛି ୱେଲ୍ସ ଫାର୍ଗୋ ଆଣ୍ଡ କୋ ସମେତ କିଛି ନିବେଶକ କହିଛନ୍ତି ସେମାନେ ଟିସିଏମ ସଂସ୍ଥାରେ ବିନିଯୋଗ ହୋଇଥିବା ପାଣ୍ଠି ବିକ୍ରି କରିଛନ୍ତି କିମ୍ବା କମ୍ପାନୀରେ ସେମାନଙ୍କର ଅଂଶଧନ ବିକ୍ରି କରିଛନ୍ତି। ଏଚଏସବିସି ଗ୍ଲୋବାଲ ଆସେଟ ମ୍ୟାନେଜମେଣ୍ଟ କାନାଡା ଏବଂ ରୟାଲ ବ୍ୟାଙ୍କ ଅଫ କାନାଡା ରିପୋର୍ଟ କରିଛନ୍ତି କମ୍ପାନୀଗୁଡିକରେ ସେମାନଙ୍କର ବିନିଯୋଗ କେବଳ ପାସ କିମ୍ବା ଟ୍ରାକର ପାଣ୍ଠିରେ ସୀମିତ ଥିଲା ।

ପରିବେଶ ଗୋଷ୍ଠୀ କହିଛି ଡଏଚ ବ୍ୟାଙ୍କ, ଏଚଏସବିସି ହୋଲଡିଂ, ସିଟିଗ୍ରୁପ ଏବଂ ବ୍ଲାକରକ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି। ରଏଟର୍ସ ପକ୍ଷରୁ ପଚାରା ଯାଇଥିବା ପ୍ରଶ୍ନର ଉତ୍ତର ନେଇ ସିଟିଗ୍ରୁପ, ଡଏଚ ବ୍ୟାଙ୍କ ଏବଂ ବ୍ଲାକରକ କିଛି କହିବାକୁ ମନା କରି ଦେଇଛନ୍ତି। ଏହି ସକ୍ରିୟ ଗୋଷ୍ଠୀ ଚାଇନା ସରକାରଙ୍କୁ ଏହାର ଘରୋଇ ବଜାରରେ ସମସ୍ତ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଲୁପ୍ତ ପ୍ରାଣୀଙ୍କ ଅଂଶ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?