ପିପିଲି ବିଡିଓଙ୍କ ଅଫିସ୍‌ ଆକାଉଣ୍ଟରୁ ୩.୭୦ କୋଟି ହଡ଼ପ ମାମଲା: ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ଷଡ଼ଯନ୍ତ୍ରକାରୀ ଗିରଫ

ଭୁବନେଶ୍ୱର,୧୧।୩(ସତ୍ୟଜିତ୍‌ ରାଉତ): ଚଞ୍ଚକତା କରି ୩୫ଟି ମୁଦ୍ରାଋଣ ଉଠାଇ ନେଲେ। ଏହାକୁ ଶୁଝିବାକୁ ପୁରୀ ଜିଲା ପିପିଲି ବିଡିଓ ଅଫିସ୍‌ ଆକାଉଣ୍ଟରୁ ୩.୭୦ କୋଟି ଟଙ୍କା ହଡ଼ପ କଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପିପିଲି ଦାଣ୍ଡମୁକୁନ୍ଦପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କ ଶାଖାର ପୂର୍ବତନ ମ୍ୟାନେଜର ସରୋଜ କାନ୍ତ ମହାପାତ୍ରଙ୍କୁ ଗିରଫ କରିଛି। ଏଥିସହ ସରୋଜଙ୍କ ସହପାଠୀ ତଥା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଏଞ୍ଜେଲ୍‌ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ଅଭିଯୁକ୍ତଦ୍ୱୟଙ୍କୁ ରବିବାର କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଶାଖାର ଆସିଷ୍ଟାଣ୍ଟ୍‌ ମ୍ୟାନେଜର ତନ୍ମୟ କୁମାର ମହାରଣାଙ୍କୁ ଗତ ବୁଧବାର ଛତିଶଗଡ଼ ରାୟପୁରରୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ସରୋଜ ୨୦୨୦ରେ ଭୋପାଳ ଏସ୍‌ଟିଏଫ୍‌ର ଏକ ଠକେଇ ମାମଲା ଏବଂ ଏଞ୍ଜେଲ୍‌ ଭୁବନେଶ୍ୱର ଖଣ୍ଡଗିରି ଥାନାର ୨୦୨୨ର ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିବା ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି। ଆଇଡିବିଆଇ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସନ୍ଦୀପ ପଟ୍ଟନାୟକଙ୍କ ଏତଲା ଆଧାରରେ ଫେବୃଆରୀ ୨୯ରେ ଇଓଡବ୍ଲ୍ୟୁ ମାମଲା (ନଂ.୩/ ୨୦୨୪) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁସାରେ, ୨୦୧୮ରେ ଆଇଡିବିଆଇ ଦାଣ୍ଡମୁକୁନ୍ଦପୁର ଶାଖାରେ ଥିବା ପିପିଲି ବିଡିଓ ଅଫିସ୍‌ର ଦୁଇଟି ଆକାଉଣ୍ଟରେ ସରକାରଙ୍କ ପକ୍ଷରୁ ୩.୭୦ କୋଟି ଟଙ୍କା ଜମା କରାଯାଇଥିଲା। ତତ୍‌କାଳୀନ ବିଡିଓ ଉକ୍ତ ଟଙ୍କାକୁ ଫ୍ଲେକ୍ସି ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଏଫ୍‌ଡି) କରିଦେବାକୁ କହିଥିଲେ ମଧ୍ୟ ଅଭିଯୁକ୍ତ ଅଧିକାରୀଦ୍ୱୟ ତାହା ନ କରି ହଡ଼ପ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ପ୍ରଥମେ ସେମାନେ ନିଜ ସମ୍ପର୍କୀୟଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଲେଖାଏ ୩୫ଟି ମୁଦ୍ରା ଲୋନ୍‌ କରି ବ୍ୟାଙ୍କର ୩.୭୦ କୋଟି ଟଙ୍କା ନେଇଯାଇଥିଲେ। ଏସବୁ ଟଙ୍କା ସହଯୋଗୀ ଏଞ୍ଜେଲ୍‌ଙ୍କ ଏସ୍‌ବିଆଇ ଆକାଉଣ୍ଟରେ ଜମା ହୋଇଥିଲା। ତେବେ ଅଡିଟ୍‌ବେଳେ ମୁଦ୍ରାଋଣ ବାବଦରେ ଜଣାପଡିଯିବା ଆଶଙ୍କାରେ ଅଧିକାରୀଦ୍ୱୟ ବିଡିଓଙ୍କ ଦୁଇ ଆକାଉଣ୍ଟରେ ଥିବା ସମସ୍ତ ୩.୭୦ କୋଟି ଟଙ୍କାକୁ ହଡପ କରିଥିଲେ। ସମସ୍ତ ଟଙ୍କାରେ ସେମାନେ ମୁଦ୍ରାଋଣ ଶୁଝିଦେବା ସହ ସେସବୁ ଲୋନ୍‌ ଆକାଉଣ୍ଟକୁ ବନ୍ଦ କରିଦେଇଥିଲେ। ହେଲେ ୨୦୨୨ରେ ବିଡିଓ ଏଫ୍‌ଏଫ୍‌ଡିର ତଥ୍ୟ ମାଗିଥିଲେ ବି ତାଙ୍କୁ ଦିଆଯାଇ ନ ଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ ପକ୍ଷରୁ ତଦନ୍ତ କରାଯିବାରୁ ଏହି ଠକେଇ ବିଷୟରେ ଜଣାପଡ଼ିଥିଲା। ଏଥିରେ ସରୋଜ ଓ ତନ୍ମୟଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri