ଗୋଟିଏ ନିଯୁକ୍ତି ୩.୨ କୋଟି

୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରରେ ଭାଜପା ସରକାର ଗଢ଼ିଆସିଥିଲା। ନାମକୁମାତ୍ର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର କୁହାଯାଉଥିଲେ ମଧ୍ୟ ସହଯୋଗୀ ଦଳଗୁଡ଼ିକର କୌଣସି ଗୁରୁତ୍ୱ ରହୁ ନ ଥିଲା। ୨୦୨୪ ନିର୍ବାଚନରେ ଭାଜପାର ‘୪୦୦ ପାର୍‌’ ଧ୍ୱନି ବିଫଳ ହେବା ଯୋଗୁ ଏବକାର ସ୍ଥିତି ବଦଳିଛି। ସହଯୋଗୀ ଦଳଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ତାହାର ଏକମାତ୍ର କାରଣ ହେଲା ଭାଜପା ୨୭୨ ଆସନ ଜିଣିପାରିନାହିଁ। ତେଣୁ ଏହାକୁ ମୋଦି ୩.୦ ସରକାର ପରିବର୍ତ୍ତେ ଏନ୍‌ଡିଏ ସରକାର କହିଲେ ବୋଧହୁଏ ସତ୍ୟର ଅଧିକ ନିକଟତର ହୋଇପାରିବ। ଏହାର ପ୍ରମାଣ ଆରମ୍ଭରୁ ମିଳିଲାଣି। ଉଦାହରଣ ସ୍ବରୂପ, ଭାଜପାର ବୈଚାରିକ ଉପଦେଷ୍ଟା ଭାବେ ଜଣାଶୁଣା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ତୁଙ୍ଗ ନେତାମାନେ ସରକାର ବିରୋଧରେ କଠୋର ମନ୍ତବ୍ୟ ଦେବା ଆରମ୍ଭ କଲେଣି। ତାହାସହିତ ମନ୍ତ୍ରିମଣ୍ଡଳ ଭିତରୁ ମଧ୍ୟ ଏପାଖସେପାଖ ମନ୍ତବ୍ୟ ଶୁଣିବାକୁ ମିଳିଲାଣି। ଯଥା ବର୍ତ୍ତମାନ କେନ୍ଦ୍ର ଇସ୍ପାତ ଓ ଭାରି ଶିଳ୍ପ ମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌) ନେତା ଏଚ୍‌. ଡି. କୁମାରସ୍ବାମୀ ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମେରିକୀୟ ସେମିକଣ୍ଡକ୍ଟର କମ୍ପାନୀ ‘ମାଇକ୍ରନ୍‌ ଟେକ୍ନୋଲୋଜି’ ଗୁଜରାଟରେ ୨.୫ ବିଲିୟନ ଡଲାର ପୁଞ୍ଜିନିବେଶରେ ଏକ କାରଖାନା ସ୍ଥାପନ କରିବାକୁ ଯାଉଛି। ଚୁକ୍ତି ଅନୁଯାୟୀ ଉକ୍ତ କାରଖାନାରେ ପ୍ରତ୍ୟେକଟି ନିଯୁକ୍ତି ସୃଷ୍ଟି ପାଇଁ କମ୍ପାନୀ ସରକାରଙ୍କଠାରୁ ୩.୨ କୋଟି ଟଙ୍କା ସବ୍‌ସିଡି ନେବାକୁ ଥିବାରୁ ତାହା ଉପରେ କୁମାରସ୍ବାମୀ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ ହିସାବ ଅନୁଯାୟୀ ଯଦି କମ୍ପାନୀ ୫,୦୦୦ ନିଯୁକ୍ତି ସୃଷ୍ଟି କରିବ, ତାହା ହେଲେ ଏଥିପାଇଁ ଭାରତକୁ ୨ ବିଲିୟନ ଡଲାର ଦେବାକୁ ପଡ଼ିବ, ଯାହାକି କମ୍ପାନୀ ନିବେଶର ୭୦ ପ୍ରତିଶତ। କୁମାରସ୍ବାମୀଙ୍କ ଏହି କଥାରୁ ବୁଝାପଡୁଛି ଯେ ‘ମାଛ ତେଲରେ ମାଛ ଭାଜିବା’ର ପ୍ରକ୍ରିୟା ଚାଲିଆସିଥିଲା। ଗୋଟିଏ କମ୍ପାନୀକୁ ଅତ୍ୟଧିକ ପରିମାଣର ପାଣ୍ଠି ଯୋଗାଇ ନିଯୁକ୍ତି ସୃଷ୍ଟି କରିବା ଯଥାର୍ଥ ନୁହେଁ ବୋଲି ସେ କହିବା ସହ ବେଙ୍ଗାଲୁରୁର ଛୋଟ ଶିଳ୍ପସଂସ୍ଥାଗୁଡ଼ିକରେ ଅନେକ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯାଇଥିବା ବେଳେ ସେମାନଙ୍କୁ କେତେ ସୁବିଧା ଦିଆଯାଇଛି ବୋଲି କୁମାରସ୍ବାମୀ ମଧ୍ୟ ପ୍ରଶ୍ନ କରିଥିଲେ। ତାଙ୍କ ଏଭଳି ମନ୍ତବ୍ୟ ଦେଶରେ ଝଡ଼ ସୃଷ୍ଟି କରିବା ପରେ ସେ ବର୍ତ୍ତମାନ ସଫେଇ ଦେବାକୁ ଯାଇ କହିଛନ୍ତି ଯେ, ନିଯୁକ୍ତି ସୃଷ୍ଟି ସମ୍ବନ୍ଧୀୟ ଦିଆଯାଇଥିବା ମତକୁ ଭିନ୍ନ ଭାବେ ଉପସ୍ଥାପିତ କରାଯାଇଛି।
ସରକାରଙ୍କ ନୀତି ନେଇ କୁମାରସ୍ବାମୀ ଏତେଗୁଡ଼ିଏ କଥା କହିବା ପରେ ଏବେ ସେଥିରୁ ଓହରିଯିବା ସମ୍ଭବତଃ ଦର୍ଶାଉଛି ଯେ, ତାଙ୍କ ଉପରେ ଚାପ ପଡ଼ିଛି। ଏଭଳି ସ୍ଥଳେ ସାଧାରଣରେ ଚିନ୍ତା କରାଗଲେ କୁମାରସ୍ବାମୀ ପ୍ରଥମେ କରିଥିବା ଯୁକ୍ତିର ଅନେକ ଓଜନ ଅଛି। ସମସ୍ତେ ଜାଣନ୍ତି ଭାରତ ଘୋର ବେକାରି ସମସ୍ୟା ଦେଇ ଗତି କରୁଛି। ଏଠାରେ ବୈଦେଶିକ ପୁଞ୍ଜିନିବେଶର ଯଥେଷ୍ଟ ଆବଶ୍ୟକତା ରହିଛି, ଯେହେତୁ ଯୁବପିଢ଼ିଙ୍କ ମଧ୍ୟରୁ ଅନେକଙ୍କ ହାତରେ କାମ ନାହିଁ। କିନ୍ତୁ ଚାକିରି ସୃଷ୍ଟି କରିବା ନାମରେ କରଦାତାଙ୍କ ଅର୍ଥକୁ ତ୍ରୁଟିପୂର୍ଣ୍ଣ ଭାବେ ବିଦେଶୀ କମ୍ପାନୀଙ୍କୁ ଧରାଇଦେବା ସବୁଠୁ ବଡ଼ ଅପରାଧ। ଏଠି ଗୋଟିଏ ଘଟଣା କୁମାରସ୍ବାମୀ ପଦାକୁ ଆଣିଲେ। ତାଙ୍କ ଉପରେ ତୁରନ୍ତ ଚାପ ପଡ଼ିଲା। ଚାପ ପଡ଼ିବା ମାତ୍ରକେ କୁମାରସ୍ବାମୀ ସ୍ପଷ୍ଟୀକରଣ ଦେବା ପାଇଁ ବାଧ୍ୟ ହୋଇଥିବା ଭଳି ମନେହେଉଛି। ଅର୍ଥାତ୍‌ ଏଥିରୁ ଏତିକି ବୁଝିହେବ ଯେ ବିଗତ ଦଶନ୍ଧିରେ ଆହୁରି ଅନେକ ଏହିଭଳି ନିଷ୍ପତ୍ତି ଏବଂ କାର୍ଯ୍ୟ ନିଶ୍ଚିତ ଭାବେ କରାଯାଇଛି। ଏହି ଗୋଟିଏ ଘଟଣା ସଚ୍ଚୋଟ ସରକାରର ଧ୍ୱନିକୁ ପଙ୍କ୍‌ଚର କରିଦେଇଛି।
ଗତ ୧୦ ବର୍ଷର କେନ୍ଦ୍ର ସରକାରଙ୍କ ଶାସନ ଦେଖିଲେ ଜନସାଧାରଣ ବିଭିନ୍ନ କ୍ଷେତ୍ରରେ କ୍ଷତି ସହିଆସିଛନ୍ତି। ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ହାତଗଣତି ଶୀର୍ଷ ନେତା ବିନା କାହାରି ପରାମର୍ଶ, ଏପରିକି ମନ୍ତ୍ରିମଣ୍ଡଳର ସମ୍ପୃକ୍ତ ମନ୍ତ୍ରୀଙ୍କ ସହ ବିଚାରବିମର୍ଶ ନ କରି ଅନେକ ନିଷ୍ପତ୍ତି ନେଇଥିଲେ। ଏବେ ସରକାର ଗଢ଼ାଯିବା ପରେ କେତେକ ଘଟଣାକୁ ସେହିଭଳି ମୋଡ଼ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ସେଥିମଧ୍ୟରୁ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ ୨୦୧୦ର ଏକ ମାମଲାରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଲାଗୁ କରିବା ସକାଶେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ମଞ୍ଜୁରୀ ପ୍ରଦାନ କରିଥିବାରୁ ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସ୍ବାଭାବିକ। ୧୪ ବର୍ଷ ପରେ ଉକ୍ତ ମାମଲାର ବିଚାର ପାଇଁ ଅନୁମତି ଦିଆଯିବା ବିଷୟକୁ ତର୍ଜମା କରାଯିବା ଆବଶ୍ୟକ।
ଏଭଳି ପ୍ରଚ୍ଛଦପଟରେ ମେଣ୍ଟ ସରକାରର ଭାଗୁଆଳି ଦଳଗୁଡ଼ିକ ଏକ ସନ୍ତୁଳିତ ଶାସନ ପାଇଁ ଉଦ୍ୟମ କରିବା ଦରକାର। ତାଙ୍କ ନିଜ ରାଜ୍ୟରେ କିମ୍ବା ଆସନରେ ତିଷ୍ଠି ରହିବାକୁ ହେଲେ ସେମାନଙ୍କୁ ସ୍ବର ଉଠାଇବାକୁ ପଡ଼ିବ। ନୀରବ ରହିଗଲେ ବିଜୁ ଜନତା ଦଳର ପରିଣତି ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?