Posted inଜାତୀୟ

ଜର୍ମାନୀରେ କଷ୍ଟଡିରେ ଥିବା ୨୯ ମାସର ଶିଶୁକୁ ଉଦ୍ଧାର କରିବାକୁ ମୋଦି ସରକାରଙ୍କୁ ଗୁହାରି କଲେ ମାଆ

ନୂଆଦିଲ୍ଲୀ,୧୧।୮: ଜର୍ମାନୀରେ ଜଣେ ଭାରତୀୟ ଶିଶୁ ଆରିହା ଶାହା କଷ୍ଟଡିରେ ଥିବା ବିଷୟ ଏବେ ଖୁବ ଚର୍ଚ୍ଚାରେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଆରିହାଙ୍କୁ ଜର୍ମାନୀର ଫୋଷ୍ଟର କେୟାରରେ ଗତ ୨୨ ମାସ ହେଲା ରଖାଯାଇଛି। ବର୍ତ୍ତମାନ ଆରିହାଙ୍କ ମାତାପିତା ଏହି ପ୍ରସଙ୍ଗରେ ସହାୟତା ପାଇଁ ମୋଦି ସରକାରଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଆରିହାଙ୍କ ମା’ ଦିଲ୍ଲୀର ଜନ୍ତର ମନ୍ତ୍ରରେ ଏହାକୁ ନେଇ ପ୍ରଦର୍ଶନ କରିଛନ୍ତି। ବାଳିକା ଶିଶୁକୁ ଜର୍ମାନୀର ଭାରତୀୟ ସମ୍ପ୍ରଦାୟ ସହିତ ସ୍ବାଧୀନତା ଦିବସ ପାଳନ କରିବାକୁ ଅନୁମତି ଦେବାକୁ ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆରିହାଙ୍କ ମା ଧରା ଶାହା କହିଛନ୍ତି, ‘ଜୁନରେ କୋର୍ଟ ଆରିହା ଶାହାଙ୍କୁ ସମ୍ପୂର୍ଣ୍ଣ ହେପାଜତକୁ ନେଇ ଜର୍ମାନ ଶିଶୁ ସେବାକୁ ହସ୍ତାନ୍ତର କରିଥିଲେ। ଏହା କୋର୍ଟଙ୍କ ଏକପାଖିଆ ନିଷ୍ପତ୍ତି ଥିଲା। ଆମକୁ କହିବାର ସୁଯୋଗ ଦିଆଯାଇ ନ ଥିଲା। ଆମକୁ ଭାରତୀୟ ଜିନିଷ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଉ ନାହାଁନ୍ତି … ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ ଆମ ନିକଟରେ କୌଣସି ସୂଚନା ନାହିଁ। ଆରିହାଙ୍କ ସୁରକ୍ଷାକୁ ନେଇ ଆମେ ବହୁତ ଚିନ୍ତିତ।’
ମା’ ଧରା ଶାହା ଆହୁରି କହିଛନ୍ତି, ଆରିହାଙ୍କ ସାଂସ୍କୃତିକ ଅଧିକାରକୁ ସୁରକ୍ଷା ଦେବା ଆବଶ୍ୟକ। ଆମେ ଚାହୁଁ ଯେ ଆରିହା ଅଗଷ୍ଟ ୧୫ପାଳନ କରନ୍ତୁ।’ ଆରିହାଙ୍କୁ ବର୍ତ୍ତମାନ ୨୯ମାସ ବୟସ। ଯେତେବେଳେ ତାଙ୍କୁ ଜେଲରେ ରଖାଯାଇଥିଲା ସେତେବେଳେ ତାଙ୍କୁ ମାତ୍ର ୭ମାସ ହୋଇଥିଲା। ଅର୍ଥାତ୍‌ ଆରିହା ୨୨ମାସ ଧରି ମାତାପିତାଙ୍କ ବିନା ଜର୍ମାନୀରେ ରହୁଛନ୍ତି।
ତେବେ ଆରିହାଙ୍କ ମାତାପିତା ଅନେକ ମାସ ଧରି ନିଜ ଶିଶୁ କନ୍ୟାକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିରାଶ ହୋଇଛନ୍ତି। ଏହି ସମୟରେ, ଜର୍ମାନୀର ପାନକୋ କୋର୍ଟ ତାଙ୍କ ମାତାପିତାଙ୍କୁ ଆରିହାଙ୍କ ହେପାଜତ ଦେବାକୁ ମନା କରିଦେଇଥିଲେ। କୋର୍ଟ କହିଛନ୍ତି ଯେ ତାଙ୍କ ମାତାପିତା ହିଁ ଆରିହାଙ୍କୁ ହଇରାଣ କରିଥିଲେ।
ଶିଶୁ ଆରିହା ଶାହା ସେପ୍ଟେମ୍ବର ୨୦୨୧ରୁ ଜର୍ମାନୀରେ ଫୋଷ୍ଟର କେୟାରରେ ରହୁଛନ୍ତି। ଏହି କାରଣରୁ, ଆରିହାଙ୍କ ମାତାପିତା ଝିଅକୁ ଭାରତ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?