ପାଠକଙ୍କ ୨୯.୮୩ ଲକ୍ଷର ସମ୍ପତ୍ତି ଜବତ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯ ଲକ୍ଷ ୮୩ ହଜାର ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡ୍ରିଂ ଆକ୍ଟ (ପିଏମ୍‌ଏଲ୍‌ଏ)-୨୦୦୨ ଆଧାରରେ ପାଠକଙ୍କ ଏହି ଆୟବର୍ହିଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଇଡି ପକ୍ଷରୁ ଶୁକ୍ରବାର ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ୨୦୨୦ ନଭେମ୍ବର ୨୭ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସେ ଜେଲ ଯାଇ ପରବର୍ତ୍ତୀ ସମୟରେ ଜାମିନ୍‌ରେ ବାହାରିଥିଲେ। ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ୨୦୨୧ ମେ’ରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଅଭୟକାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ବେଆଇନ ଭାବେ ଟଙ୍କା କାରବାର ହୋଇଥିବା ତଦନ୍ତବେଳେ ଜଣାପଡିଥିଲା। ଏହାପରେ ବେଆଇନ୍‌ ଅର୍ଥ କାରବାରର ଖିଅ ଖୋଜିବାକୁ ଇଡି ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ଅଭୟକାନ୍ତ ବ୍ୟାପକ ଦୁର୍ନୀତି କରି ଲକ୍ଷାଧିକ ଟଙ୍କା ହାତେଇଥିଲେ। ଏହିସବୁ ଟଙ୍କା ଓ ସମ୍ପତ୍ତି ସେ ନିଜ ସହ ପରିବାର ଲୋକଙ୍କ ନାମରେ ରଖିଥିଲେ, ଯାହା ତାଙ୍କ ଚାକିରି ଆୟଠାରୁ ବହୁଗୁଣ ଅଧିକ ବୋଲି ଇଡି ଜାଣିବାକୁ ପାଇଛି। ସେହିପରି ଅଭୟକାନ୍ତଙ୍କ ପୁଅ ଆକାଶ ଟାଟା କମ୍ପାନୀରେ ଚାକିରି ଦେବା ନଁାରେ କୋଟି କୋଟି ଟଙ୍କା ଠକେଇ କରିବା ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ। ଏଥିସହ ଅଭୟକାନ୍ତ ଓ ତାଙ୍କ ଝିଅ ଜେରାର ସମ୍ମୁଖୀନ ହେବା ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ଏହି ମାମଲାରେ ଛନ୍ଦି ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଧିପତ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି...

କମିବ ତାପମାତ୍ରା, ଜାରି ରହିବ ଶୀତ

ଭୁବନେଶ୍ୱର,୩ା୨(ବ୍ୟୁରେ): ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରି ଅନୁଭତ ହେବ। ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ...

ମୋ’ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ: ଦ୍ରୌପଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୭(ବ୍ୟୁରୋ): ସୋମବାର ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌.ଭି...

ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା...

ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ, ୧୭ା୧୦: ୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଥାନାଛକଠାରେ ଏକ ସଭାରେ ସମ୍ବୋଧିତ କରି ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣ ଭୋଗରାଇର...

କୁନି ପ୍ରଧାନ ହତ୍ୟା ମାମଲା: ନାତି ବଳରାମଙ୍କୁ ଆଜୀବନ ଜେଲ୍‌ ଦଣ୍ଡ

ଜଗତ୍‌ସିଂହପୁର ଅଫିସ,୨୧।୯: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ପ୍ରସନ୍ନପୁରର କୁନି ପ୍ରଧାନ(୮୩)ଙ୍କୁ ୨୦୧୪ ମସିହାରେ ତାଙ୍କ ନାତି ବଳରାମ ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ...

ମାଉସୀ ମା’ ପୋଡ଼ପିଠା ଖାଇଲେ ମହାପ୍ରଭୁ

ପୁରୀ ଅଫିସ, ୧୩।୭: ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋଜନ ପ୍ରିୟ। ସେଥିପାଇଁ ତାଙ୍କ ନିକଟରେ ପ୍ରତିଦିନ ୬୦ ପଉଟି ଭୋଗ ଓ ୫୬ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା...

ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଚନାମୁଣ୍ଡାବାସୀ

ପର୍ଲା, ୧୩।୧୨(ଡି.ଏନ.ଏ.)- ଖାସ୍‌କରି ଖରାଦିନେ ଲୋକ୍‌ ପାଏନ୍‌ ଲାଗି ଗୁଲ୍‌ଗୁଲା ହେବାର ଦେଖ୍‌ବାକେ ମିଲ୍‌ସି। ହେଲେ ଆଏଜ୍‌ ବି ଏନ୍‌ତା କେତେ ଗଁା ଅଛେ ଯେନ୍‌ଠାନେ...

Advertisement
Archives

Model This Week