୨୮ ହଜାର କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ୱର,୨୩ା୯(ଅନିଲ ଦାସ): ୨୦୨୩-୨୪ ଆର୍ଥିକବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ୨୮ ହଜାର ୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ବିଧାନସଭା ଅଧିବେଶନର ପ୍ରଥମ ଦିବସରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହର ଅନୁମୋଦନ ପାଇଁ ଏହି ଅତିରିକ୍ତ ବଜେଟ ଆଗତ କରିଛନ୍ତି। ନିର୍ବାଚନକୁ ଆଉ କିଛି ମାସ ରହିଥିବା ବେଳେ ରାଜ୍ୟ ସରକାର ଏହି ବଜେଟରେ ଗ୍ରାମାଞ୍ଚଳ ଉପରେ ଅଧିକ ଫୋକସ କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳ ପରିବହନ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମାଞ୍ଚଳରେ ଉଦ୍ୟୋଗୀ ସୃଷ୍ଟି, କ୍ରୀଡ଼ା, ଦକ୍ଷତା ବିକାଶ ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି।
୨୦୨୩-୨୪ ଆର୍ଥିକବର୍ଷର ମୂଳ ବଜେଟ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଏହାର ପ୍ରାୟ ୧୨.୨୬ ପ୍ରତିଶତ ଅର୍ଥାତ୍‌ ୨୮ ହଜାର ୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି। ଏଥିସହିତ ଚଳିତ ଆର୍ଥିକବର୍ଷର ବଜେଟ ଆକାର ୨ ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ୪୦୮୩କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ମହିଳା ଏସ୍‌ଏଚ୍‌ଜି ଓ ବ୍ଲକସ୍ତରୀୟ ମିଶନ ଶକ୍ତି ଫେଡେରେଶନ ପାଇଁ ୭୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବଜେଟରେ ୨୮୬୪କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ବାବଦରେ ବ୍ୟୟବରାଦ କରାଯାଇଥିବାବେଳେ ୨୦ ହଜାର ୧୦୦କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚବାବଦ, ୪୬୬୪କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତ ଓ ପୌର ସଂସ୍ଥାକୁ ହସ୍ତାନ୍ତର ବାବଦରେ ୫୭୨କୋଟି ଟଙ୍କା ରଖାଯାଇଛି।
ବଜେଟରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ୧୩୦୨କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ‘ଲକ୍ଷ୍ମୀ’ ଯୋଜନାରେ ୫୫୬କୋଟି, ‘ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ର ପରିଧାନ’ ଯୋଜନା ପାଇଁ ୧୧୦କୋଟି, ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦କୋଟି, ସହରୀ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି, ବ୍ଲକସ୍ତରରେ ବସ୍‌ ଷ୍ଟାଣ୍ଡଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୧୪କୋଟି, ପଞ୍ଚାୟତିରାଜ ସଂସ୍ଥା ମାଧ୍ୟମରେ ସ୍କୁଲଗୁଡ଼ିକର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୫୩କୋଟି, ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨କୋଟି, ଲିଙ୍ଗଭିତ୍ତିକ ହିଂସା ପୀଡ଼ିତା ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣ ପାଇଁ ୩୮କୋଟି, ସଂଖ୍ୟାଲଘୁ ବର୍ଗର ବିବାହକୁ ସହାୟତା ପାଇଁ ୧୫ କୋଟି, ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ୱାର୍କିଂ କ୍ୟାପିଟାଲ ରିଭଲଭିଂ ଫଣ୍ଡ ପାଇଁ ୨୦କୋଟି ଟଙ୍କା ଲେଖାଏ ବ୍ୟୟବରାଦ ହୋଇଛି। ସେହିପରି ଯାଜପୁର ଓ କଳାହାଣ୍ଡିରେ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୨୭କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମଧୁବାବୁ ପେନ୍‌ସନ ଯୋଜନାରେ ୫୦୦କୋଟି, ଭିନ୍ନକ୍ଷମ କଲ୍ୟାଣ ପାଇଁ ୨୧୪କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ସେହିପରି ମୋ ସ୍କୁଲ ଅଭିଯାନକୁ ୨୧୨କୋଟି ଓ ଓଡ଼ିଶା ଆଦର୍ଶ ସ୍କୁଲ ପାଇଁ ୧୦୫.୫୪କୋଟି, ବେସରକାରୀ ହାଇସ୍କୁଲ ପାଇଁ ୬୦୦କୋଟି, ସରକାରୀ ହାଇସ୍କୁଲ ପାଇଁ ୬୪କୋଟି, ବିଶ୍ୱବିଦ୍ୟାଳୟ ଓ କଲେଜର ଭିତ୍ତିଭୂମି ବିକାଶ ପାଇଁ ୨୩୦କୋଟି, ବେସରକାରୀ କଲେଜଗୁଡ଼ିକ ଜିଆଇଏ ବାବଦରେ ୩୦୮କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ପାଇଁ ୪୪୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ସାମାଜିକ ସୁରକ୍ଷା ପାଇଁ ୭୭୧ କୋଟି, ସ୍ବାସ୍ଥ୍ୟସେବା ପାଇଁ ୮୬୨ କୋଟି, ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ପାଇଁ ୪୬୯ କୋଟି, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୧୧୩୬ କୋଟି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୬୫୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଅତିରିକ୍ତ ବିଜେଟରେ ରାଜସ୍ବ ବଳକା ସ୍ଥିତି ବଜାୟ ରହିବ। ବିତ୍ତୀୟ ନିଅଣ୍ଟ ସାମଗ୍ରିକ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩ ପ୍ରତିଶତ ମଧ୍ୟରେ ରହିବ ବୋଲି ସରକାର ଅନୁମାନ କରିଛନ୍ତି। ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ଋଣଭାର ଜିଏସ୍‌ଡିପିର ଅନୁପାତ ୧୦.୨୭ ପ୍ରତିଶତ ଅର୍ଥାତ୍‌ ୮୮ ହଜାର ୪୮୭ କୋଟି ଟଙ୍କା ରହିଛି। ସୁଧ ଦେୟ ଓ ରାଜସ୍ବ ଆୟର ଅନୁପାତ ୧.୯୪ ପ୍ରତିଶତ ରହିବ। ଅତିରିକ୍ତ ବଜେଟକୁ ମିଶାଇ ଚଳିତ ଆର୍ଥିକବର୍ଷର ପୁଞ୍ଜିନିବେଶ ଜିଏସ୍‌ଡିପିର ୬ ପ୍ରତିଶତରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି। ସେହିପରି ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଚଳିତବର୍ଷ ଖୋଲା ବଜାରରୁ କୌଣସି ଋଣ କରି ନାହାନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ ହୋଇଛି। ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟ ପାଇଁ ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri