ବଦଳିଲେ ୨୮ ମେଡିକାଲ ଅଫିସର

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ୨୮ ମେଡିକାଲ ଅଫିସରଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଉରକେଲା ଜେନେରାଲ ହସ୍ପିଟାଲ(ଆର୍‌ଜିଏଚ୍‌)ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଥିବା ଊର୍ମିଳା ମିଶ୍ରଙ୍କୁ ବ୍ଲଡ୍‌ ସେଫ୍ଟି ଓଡ଼ିଶା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବାରିପଦା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଇଏନ୍‌ଟି କନ୍‌ସଲ୍‌ଟାଣ୍ଟ ଡାକ୍ତର ବିଶ୍ୱନାଥ ଦାସଙ୍କୁ ପଦୋନ୍ନତି ଦିଆଯାଇ ସେଠାରେ ଇଏନ୍‌ଟି ସ୍ପେଶାଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏସ୍‌ଡିଏଚ ପାଟଣାଗଡର ସୁପରିଣ୍ଟେଣ୍ଡେଣ୍ଟ ଥିବା ଦିଲୀପ କୁମାର ବିଶ୍ୱାଳଙ୍କୁ ଡିଏଚ୍‌ଏସ୍‌ରେ ଏ.ଡି. ଭାବେ ବଦଳି କରାଯାଇଥିବ ବେଳେ କନ୍ଧମାଳ ଡିଏଚ୍‌ଏଚ୍‌ ସିନିୟର କନ୍‌ସଲ୍‌ଟାଣ୍ଟ(ଓ ଆଣ୍ଡ ଜି) ଗୀତାଞ୍ଜଳି ରଥଙ୍କୁ କଟକ ସିଟି ହସ୍ପିଟାଲ, ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟଙ୍କୁ କ୍ୟାପିଟାଲ ହସ୍ପିଟାଲ, କଳାହାଣ୍ଡି ଡିଏଚ୍‌ଏଚ୍‌ର ସରୋଜ ଜେନାଙ୍କୁ ଭଦ୍ରକ, କେନ୍ଦ୍ରାପଡା ଡିଏଚ୍‌ଏଚ୍‌ର ମୁରଲୀଧର ପାଢ଼ୀଙ୍କୁ ଭଦ୍ରକ, ପୁରୀ ଡିଏଚ୍‌ଏଚ୍‌ର ବରଦାକାନ୍ତ ମିଶ୍ରଙ୍କୁ ରାୟଗଡା, ପୁରୀ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ(ଓ ଆଣ୍ଡ ଜି) ପ୍ରଣବ ଶଙ୍କର ଦାଶଙ୍କୁ ପୁରୀ ଡିଏଚ୍‌ଏଚ୍‌ ମେଡିକାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କୋରାପୁଟ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ (ମେଡିସିନ) ରବୀନ୍ଦ୍ର ନାଥ ମିଶ୍ରଙ୍କୁ କୋରାପୁଟ ଡିଏଚ୍‌ଏଚ୍‌ ମେଡିକାଲ ଅଫିସର ଭାବେ ବଦଳି କରାଯାଇଥିବା ବେଳେ ଗଜପତି ଡିଏଚ୍‌ଏଚ୍‌ ଏଡିପିଏଚ୍‌ଓ ଥିବା ଚନ୍ଦା କାନୁନ୍‌ଗୋଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲ, ବରଗଡ଼ ଡିଏଚ୍‌ଏଚ୍‌ ସିନିୟର କନ୍‌ସଲଟାଣ୍ଟ ଥିବା ମନୋଜ ଅଧରଙ୍କୁ ସୋନପୁର ଡିଏଚ୍‌ଏଚ୍‌ ସିନିୟର କନ୍‌ସଲ୍‌ଟାଣ୍ଟ, ସୁନ୍ଦରଗଡ଼ ଡିଏଚ୍‌ଏଚ୍‌ର ଅଲେଖ ପ୍ରସାଦ ମହାପାତ୍ରଙ୍କୁ ସମ୍ବଲପୁର, ନବରଙ୍ଗପୁର ମେଡିକାଲ ଅଫିସର ସୁଶାନ୍ତ କୁମାର ବେହେରାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲ, ପୁରୀ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ(ମେଡିସିନ) କୈଳାସ ଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ସିଟି ହସ୍ପିଟାଲର ସନ୍ତୋଷ କୁମାର ରାଉତରାୟଙ୍କୁ ପୁରୀ ଡିଏଚ୍‌ଏଚ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ(ମେଡିସିନ) ଏବଂ ନୂଆପଡା ଡିଏଚ୍‌ଏଚ୍‌ର ବିଶ୍ୱମୋହନ ମିଶ୍ରଙ୍କୁ ଖୋର୍ଦ୍ଧା ଡିଏଚ୍‌ଏଚ୍‌ର ମେଡିକାଲ ଅଫିସର ଭାବେ ବଦଳି କରାଯାଇଛି। ନୂଆପଡା ଡିଏଚ୍‌ଏଚ୍‌ର ଅମୀୟ ଚରଣ ଜେନାମଣିଙ୍କୁ ନୂଆପଡା ଡିଏଚ୍‌ଏଚ୍‌, ନୟାଗଡ଼ ଡିଏଚ୍‌ଏଚ୍‌ର ଗୀତାଞ୍ଜଳୀ କରଙ୍କୁ କଟକ ସିଟି ହସ୍ପିଟାଲ, ନୂଆପଡ଼ା ଡିଏଚ୍‌ଏଚ୍‌ର ବିନୟ ବେହେରାଙ୍କୁ ବରଗଡ଼ ଡିଏଚ୍‌ଏଚ୍‌, ବରଗଡ଼ ଡିଏଚ୍‌ଏଚ୍‌ର ଦୁର୍ଗା ପ୍ରସାଦ ସାହୁଙ୍କୁ ସୋନପୁର ଏବଂ ପୁରୀ ଡିଏଚ୍‌ଏଚ୍‌ର ଲିପିକା ପଣ୍ଡାଙ୍କୁ କ୍ୟାପିଟାଲ ହସ୍‌ିଟାଲ ବଦଳି କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଡିଏଚ୍‌ଏଚ୍‌ର ଉମାକାନ୍ତ ଜେନାଙ୍କୁ ଭଦ୍ରକ, ଆରଜିଏଚ୍‌ ରାଉରକେଲାର ସୁବୋଧ ରଥଙ୍କୁ ସୁନ୍ଦରଗଡ଼, ନବରଙ୍ଗପୁର ଡିଏଚ୍‌ଏଚ୍‌ର ସୁଶାନ୍ତ ପଣ୍ଡାଙ୍କୁ ପୁରୀ ଡିଏଚ୍‌ଏଚ୍‌, କଳାହାଣ୍ଡି ଜିଲା କେସିଙ୍ଗା ସିଏଚ୍‌ସିର ଅରବିନ୍ଦ କଲସାଇଙ୍କୁ ବଲାଙ୍ଗୀର ଜିଲା ଲୋଇସିଙ୍ଗା ସିଏଚ୍‌ସି ଏବଂ ବିଜେପୁର ସିଏଚ୍‌ସି ଯଶୋବନ୍ତ ସାହୁଙ୍କୁ ସମ୍ବଲପୁର ହାତୀବାରି ସିଏଚ୍‌ସି ମେଡିକାଲ ଅଫିସର ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?