ଡିଆଇଜି ପଣ୍ଡିତଙ୍କ କଳାକାରନାମା: ୨୭ ଜୁଲାଇ ରାତିରେ…

ଭୁବନେଶ୍ୱର, ୩୧।୭(ସତ୍ୟଜିତ୍‌ ରାଉତ): ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓଙ୍କ କାରନାମା ଏବେ ସାରା ରାଜ୍ୟରେ ଆଲୋଚନାରେ କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ରାତିରେ ପଶି ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ବାଧ୍ୟ କରିବା ଘଟଣା ସାରା ପୋଲିସ ବିଭାଗକୁ ନିନ୍ଦିତ କରିଥିବା ବରିଷ୍ଠ ଅଧିକାରୀମାନେ ମତପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୨୭ତାରିଖ ଶନିବାର ରାତି ପ୍ରାୟ ୧୦ଟାରେ ଅର୍ଥନୈତିକ ଅପରାଧ ଶାଖାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସକୁ ସେ ଯାଇଥିଲେ। ସେଠାରେ ଉକ୍ତ ମହିଳା ଅଧିକାରୀଙ୍କୁ ପଣ୍ଡିତ ପ୍ରଥମେ ପ୍ରେମ ନିବେଦନ କରିଥିଲେ। ଏପରି କି ବିବାହ କରିବାକୁ ଜିଦ୍‌ ଧରିଥିଲେ। ଏହି ସମୟରେ ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀ ପଳାଇଆସିଥିଲେ। ଏତେ ରାତିରେ ପଣ୍ଡିତଙ୍କୁ ଘରେ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରକୁ ଆସିବାର କାରଣ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପଣ୍ଡିତ ଉତ୍‌କ୍ଷିପ୍ତ ହୋଇ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାଡ଼ ମାରିଥିଲେ। ଖବର ପାଇ କ୍ୟାପିଟାଲ ଥାନାର ଏକ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଞ୍ଚତ୍ଥିଲା। ଏପରିକି କ୍ୟାପିଟାଲ ଥାନାଧିକାରୀ ଓ ଜୋନ୍‌ ଏସିପି ମଧ୍ୟ ସେଠାକୁ ଯାଇଥିଲେ। ଅନ୍ୟପକ୍ଷରେ ହୋହାଲ୍ଲା ଶୁଣି ଆଖପାଖ ଅଞ୍ଚଳର ଲୋକ ମଧ୍ୟ ରୁଣ୍ଡ ହୋଇଯାଇଥିଲେ। ପ୍ରଥମେ ମହିଳାଙ୍କ ସ୍ବାମୀଙ୍କୁ ପୋଲିସ ପକ୍ଷରୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପୋଲିସର ବୁଝାଶୁଝା ପରେ ଘଟଣାସ୍ଥଳରୁ ପଣ୍ଡିତ ଚାଲିଯାଇଥିଲେ। ଏହି ଘଟଣାକୁ ନେଇ ମହିଳାଙ୍କ ସ୍ବାମୀ ଥାନାରେ ଏତଲା ଦେବାକୁ ଅଡି ବସିଥିଲେ। ହେଲେ ଏସିପି ଓ ଆଇଆଇସି ତାଙ୍କୁ ବୁଝାଶୁଝା କରି ନେଇ ଅଟକାଇଥିଲେ। ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଣ୍ଡିତଙ୍କୁ ସୁରକ୍ଷା ଦେବାକୁ ପୋଲିସ ବାବୁମାନେ ଭରପୂର ଚେଷ୍ଟା କରିଥିଲେ। ଏସମ୍ପର୍କରେ ଡିସିପି ପ୍ରତୀକ ସିଂ କହିଛନ୍ତି, ଘଟଣା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରକାଶ ଯେ, ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଣ୍ଡିତ ଆମେରିକାରେ ପ୍ରାୟ ୧ବର୍ଷ ପ୍ରଶିକ୍ଷଣ ନେଇ ଚଳିତ ମାସରେ ଭୁବନେଶ୍ୱର ଫେରିଥିଲେ। ସେ ୨୦୧୮ ରେ ୬ମାସ କ୍ରାଇମ୍‌ବ୍ରାଞ୍ଚରେ କାମ କରିଥିବାବେଳେ ସେଠାରେ ମହିଳା ଇନ୍ସପେକ୍ଟରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୀର୍ଘ ପ୍ରାୟ ୬ବର୍ଷ ଧରି ଏହି ସମ୍ପର୍କ ରହିଥିବା ପୋଲିସ ମହଲରେ ଚର୍ଚ୍ଚା ଚାଲିଛି। ଅପରପକ୍ଷରେ ପଣ୍ଡିତ ବିବାହିତ ହୋଇଥିବାବେଳେ ସେ ଏବେ ସ୍ତ୍ରୀଙ୍କ ଠାରୁ ଅଲଗା ରହୁଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ପଣ୍ଡିତଙ୍କ ମତାମତ ଆଣିବାକୁ ତାଙ୍କ ମୋବାଇଲ୍‌ ଫୋନ୍‌ ୯୭୭୭୨୮୮୮୮୯ରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ କୌଣସି ଉତ୍ତର ମିଳିପାରି ନାହିଁ। ଏହି ଘଟଣାରେ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ଏକ ଅଭିଯୋଗ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆବେଦନ କରିଛନ୍ତି।
ଏନେଇ ଜଣେ ଅବସରପ୍ରାପ୍ତ ପୋଲିସ ଡିଜି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଜଣେ ଅଧିକାରୀଙ୍କୁ ନିଲମ୍ବନ କରିବା ହେଉଛି ତାଙ୍କ କ୍ୟାରିୟରରେ କାଳି ବୋଳି ଦେବା ଭଳି। ନିଲମ୍ବନ କରିବା ପୂର୍ବରୁ ଭାବିଚିନ୍ତି କରିବା କଥା। ସେ ଆଇପିଏସ୍‌ ଅଧିକୀରୀ ଜଣଙ୍କ ଉକ୍ତ ମହିଳା ଅଧିକାରୀଙ୍କ କ୍ୱାର୍ଟର୍ସକୁ କାହିଁକି ଯାଇଥିଲେ, ସେଠାରେ କ’ଣ ହୋଇଥିଲା, କିଏ ଏହି ଘଟଣା ଦେଖିଛି ଏସବୁ ବୁଝାଶୁଝା କରି କାର୍ଯ୍ୟାନୁଷ୍ଠାନ ନେବା କଥା। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କ’ଣ ପ୍ରମାଣ ଥିଲା, ଯାହା ଫଳରେ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କଲେ ତାହା ସେ ଜାଣିଥିବେ। ଏହି ଘଟଣାରେ ତଦନ୍ତ କଲେ ସତ ଘଟଣା ଜଣାପଡ଼ିବ। ତେବେ ଯଦି ଏହି ଘଟଣା ସତ ହୋଇଥିବ ତାହା ନିହାତି ଖରାପ ଓ ଅତି ନିନ୍ଦନୀୟ ବୋଲି ପୂର୍ବତନ ପୋଲିସ ଡିଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?