ଟଏଲେଟ୍‌ ପେପର ପାଇଁ ଦୈନିକ ୨୭ ହଜାର ଗଛ ବଳି: ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷାକୁ ଅଣଦେଖା

ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଛି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ। ପ୍ରାକୃତିକ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରିବା ସହ ଏହାର ସୁରକ୍ଷା ଲାଗି ଏହି ଦିବସରେ ଲୋକମାନଙ୍କୁ ସଚେତନ କରାଯାଇଥାଏ। ସୁସ୍ଥ ପରିବେଶର ଆବଶ୍ୟକତା ଉପରେ ଏହି ଦିବସ ଗୁରୁତ୍ୱ ଦେବା ସହ ଏବେକାର ତଥା ଆଗାମୀ ପିଢ଼ିର ମଙ୍ଗଳକୁ ବି ସୁନିଶ୍ଚିତ କରେ। ପ୍ରକୃତି ସଂରକ୍ଷଣର ଆଉ ଏକ ଉଦ୍ଦେଶ୍ୟ ହେଉଛି, ବନ୍ୟଜନ୍ତୁ ଓ ଜୈବ ବିବଧତାର ସୁରକ୍ଷା। ଆମ ଚାରିପାଖରେ ରହୁଥିବା ଜୀବ ଯେମିତି ବିଲୁପ୍ତ ହୋଇ ନ ଯାଆନ୍ତି ସେଥିପାଇଁ ଏହି ଦିବସ ଆମକୁ ବି ଚେତାଇ ଦେଇଥାଏ।

 

ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ୱର, ୨୮।୭(ବ୍ୟୁରୋ): ଓଡ଼ିଶାରେ ୪୮୭ କି.ମି. ସାମୁଦ୍ରିକ ସୀମା ବ୍ୟାପିଛି। ଓଡ଼ିଶା ସମୁଦ୍ରରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଦେଖାଯାଆନ୍ତି। ହ୍ବେଲ୍‌ ସାର୍କ, ଅଲିଭ୍‌ ରିଡ୍‌ଲେ, ସ୍ପର୍ମ ହ୍ବେଲ, ବାର୍ଲିନ ହ୍ବେଲ୍‌ ସହିତ ବିଭିନ୍ନ ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଆନ୍ତି। ଦକ୍ଷିଣ ଓଡ଼ିଶା ଉପକୂଳର କିଛି ଜାଗାରେ କୋରାଲ ମଧ୍ୟ ଦେଖାଯାଉଛନ୍ତି। ଉତ୍ତର ଓଡ଼ିଶା ବିଶେଷକରି ବାଲେଶ୍ୱର, ଭଦ୍ରକ, ପାରାଦୀପରେ ହର୍ସସୁ କ୍ରାବ୍‌ ବା ଅଶ୍ୱ ଆକୃତି କଙ୍କଡ଼ା ମଧ୍ୟ ଦେଖା ଯାଉଛନ୍ତି। ତେବେ ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଦୃଷ୍ଟି ଦେଉ ନ ଥିବା କୁହାଯାଉଛି। ହ୍ବେଲ୍‌ ସାର୍କ ଏକ ବିରଳ ପ୍ରାଣୀ। ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନୁସାରେ ଏହା ସିଡ୍ୟୁଲ-୧ ଅନ୍ତର୍ଭୁକ୍ତ। ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେସନ ଅଫ୍‌ ନେଚର (ଆଇସିୟୁଏନ୍‌)ର ଅତି ବିଲୁପ୍ତପ୍ରାୟ (କ୍ରିଟିକାଲ ଏନ୍‌ଡେଞ୍ଜର୍‌ଡ) ପ୍ରାଣୀ ତାଲିକାରେ ଏହା ସ୍ଥାନ ପାଇଛି। ତେବେ ଏହି ପ୍ରାଣୀ ପ୍ରତି ବିପଦ ଥିବା ଜଣାପଡ଼ିଛି। ଗତ ଫେବୃୟାରୀ ଓ ମାର୍ଚ୍ଚରେ ଓଡ଼ିଶା ଉପକୂଳରେ ଅନେକ ଥର ହ୍ବେଲ୍‌ ସାର୍କ ମରିଛନ୍ତି। ଧାମରାରେ ଥରେ ଏହାକୁ ବିକ୍ରି କରାଯାଉଥିବା ବେଳେ ଜବତ କରାଯାଇଥିଲା। ତେଣୁ ଏମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ପରିଲକ୍ଷିତ ହେଉଛି। ଏ ସମ୍ପର୍କରେ ଗୋପାଳପୁରସ୍ଥିତ ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର ଇନ୍‌ଚାର୍ଜ ଡ. ଅନୀଲ ମହାପାତ୍ର କୁହନ୍ତି, ଆମ ରାଜ୍ୟରେ ସ୍ଥଳଭାଗରେ ଥିବା ପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଯେତେ ଗୁରୁତ୍ୱ ଦିଆଯାଉଛି, ଜଳଭାଗରେ ଥିବା ପ୍ରାଣୀଙ୍କୁ ସେତେ ଦିଆଯାଉ ନାହିଁ। ଜଳ ଭାଗରେ ବହୁ ପ୍ରଜାତିର ପ୍ରାଣୀ ଅଛନ୍ତି। ଯେଉଁମାନେ କି ସଙ୍କଟଗ୍ରସ୍ତ ବର୍ଗରେ ରହିଛନ୍ତି। ତେଣୁ ସେମାନଙ୍କ ପ୍ରତି ଗୁରୁତ୍ୱ ଦେବା ଉଚିତ୍‌। ସେମାନଙ୍କୁ ସୁରକ୍ଷା ସହିତ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଉଚିତ।
ପ୍ଲାଷ୍ଟିକ୍‌ ପ୍ରଦୂଷଣ: ଆମ ପରିବେଶର ସମସ୍ତ ଉପାଦାନକୁ ପ୍ରଦୂଷିତ କରିବାରେ ଲାଗିଛି ପ୍ଲାଷ୍ଟିକ। ୧୯୫୦ରେ ବିଶ୍ୱର ଜନସଂଖ୍ୟା ୨.୫ ବିଲିୟନ ଥିବାବେଳେ ୧.୫ ମିଲିୟନ ଟନ୍‌ ପ୍ଲାଷ୍ଟିକ ଉତ୍ପାଦନ ହେଉଥିଲା। ୨୦୧୬ରେ ବିଶ୍ୱ ଜନସଂଖ୍ୟା ୭ ବିଲିୟନରେ ପହଞ୍ଚତ୍ଛି ଏବଂ ୩୨୦ ମିଲିୟନ ଟନ୍‌ ପ୍ଲାଷ୍ଟିକ ଉତ୍ପାଦନ ହେଉଛି। ପ୍ରତିଦିନ ୮ ମିଲିୟନ ଟନ୍‌ ପ୍ଲାଷ୍ଟିକ ପ୍ରଦୂଷଣ ସମୁଦ୍ରକୁ ଯାଉଛି। ଏନେଇ ଡ. ଅନୀଲ ମହାପାତ୍ର କୁହନ୍ତି, ପ୍ଲାଷ୍ଟିକ୍‌ ପ୍ରଦୂଷଣ ସବୁ ପ୍ରାଣୀଙ୍କ ଉପରେ ପ୍ରଭାବ ପକାଉଛି। ବହୁ ପ୍ରାଣୀ ଏହାକୁ ଖାଦ୍ୟ ଭାବି ଖାଇ ଦେଉଛନ୍ତି। ସେମାନଙ୍କ ଶରୀରରୁ ମାଇକ୍ରୋ ପ୍ଲାଷ୍ଟିକ୍‌ ମିଳୁଛି। ଯଦିଓ ଓଡ଼ିଶା ଉପକୂଳରେ ସେଭଳି କୌଣସି ଷ୍ଟଡି କରାଯାଇନାହିଁ, ତେବେ ବିଶ୍ୱବ୍ୟାପୀ ଏହି ସମସ୍ୟା ଦେଖାଯାଉଛି।

ବନ୍ୟପ୍ରାଣୀ ଶିକାର, ଚୋରା କାରବାର

ପ୍ରକୃତି ଉପରେ ଏକ ବଡ଼ ମନୁଷ୍ୟକୃତ ବିପଦ ହେଲା ବନ୍ୟପ୍ରାଣୀ ଶିକାର ଏବଂ ଚୋରା କାରବାର। ଭାରତରେ ବନ୍ୟପ୍ରାଣୀ ଚୋରା କାରବାର ପାଇଁ ଚାଇନାକୁ ଦାୟୀ କରାଯାଉଛି। କିନ୍ତୁ ଶିକାର ଓ ଚୋରା କାରବାରକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ଭାରତରେ ୧୮୦୦ ପ୍ରଜାତିର ବନ୍ୟପ୍ରାଣୀ, ବୃକ୍ଷଲତା ଏବଂ ତାଙ୍କର ଉତ୍ପାଦକୁ କାରବାର କରିବା ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଦ୍ୱାରା ନିଷିଦ୍ଧ କରାଯାଇଛି। କିନ୍ତୁ ବନ୍ୟପ୍ରାଣୀ ଶିକାର କମିବାର ନଁା ଗନ୍ଧ ନାହିଁ। ଓଡ଼ିଶାର ସ୍ଥିତି ମଧ୍ୟ ବିଶେଷ ଭଲ ନାହିଁ। ୨୦୧୮-୨୦ ମଧ୍ୟରେ ରାଜ୍ୟରେ ୨ ମହାବଳ ବାଘ ଶିକାର ହୋଇଛନ୍ତ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୧୦ କଲରାପତରିଆ ବାଘ ଛାଲ ଜବତ କରିଛି। ବନ ବିଭାଗ ମଧ୍ୟ କିଛି ଛାଲ ଜବତ କରିଛି। ଚୋରା କାରବାର ବେଳେ ଅନେକ ବଜ୍ରକାପ୍ତା ଜୀବନ୍ତ ଉଦ୍ଧାର ହେବା ସହ ବହୁ ସମୟରେ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି।

୧୬ ବର୍ଷରେ କମିଛି ୩.୧ ଲକ୍ଷ ହେକ୍ଟର ଜଙ୍ଗଲ

ଭାରତରେ ସହରୀକରଣ ବଢ଼ିଚାଲିଥିବା ବେଳେ ବନ୍ୟଜନ୍ତୁଙ୍କ ବାସସ୍ଥାନ ଅଭାବ, ଜଙ୍ଗଲ ନଷ୍ଟ ଏବଂ ପ୍ରଦୂଷଣ ଭଳି ସମସ୍ୟା ଉତ୍କଟ ହେଲାଣି। ଦେଶରେ ୨୦୦୧ରେ ଜଙ୍ଗଲ ଓ ବୃକ୍ଷ ଆବରଣ ୧୦,୧୮୫,୪୩୬ ହେକ୍ଟର ଥିବାବେଳେ, ଏହା କ୍ରମାଗତ ହ୍ରାସ ପାଇ ୨୦୧୦ରେ ୧୦,୦୪୭,୯୫୦ ହେକ୍ଟର ଏବଂ ୨୦୧୮ରେ ୯,୮୭୪,୮୧୨ ହେକ୍ଟରକୁ ପହଞ୍ଚତ୍ଛି। ୨୦୦୨-୨୦୧୮ ମଧ୍ୟରେ ପ୍ରାଥମିକ ଜଙ୍ଗଲ ୩,୧୦,୬୨୪ ହେକ୍ଟର କ୍ଷୟ ହୋଇଛି। ବୃକ୍ଷ ଆବରଣ ସେହି ଅନୁପାତରେ ୨୦୦୨-୨୦୧୮ରେ ୧,୬୨୫,୩୯୭ ହେକ୍ଟର କମିଛି। ବିଭିନ୍ନ କାରଣରୁ ୨୦୧୮ ସୁଦ୍ଧା ଭାରତରୁ ୯୩ ସ୍ତନ୍ୟପାୟୀ ପ୍ରାଣୀ, ୯୩ ପକ୍ଷୀ, ୨୨୭ ମାଛ, ୩୯୬ ଉଚ୍ଚତର ବୃକ୍ଷ ସଙ୍କଟଗ୍ରସ୍ତ ପ୍ରଜାତିଙ୍କ ଭିତରେ ସ୍ଥାନ ପାଇବା ଘୋର ଚିନ୍ତାର କାରଣ ପାଲଟିଛି।

ଟଏଲେଟ୍‌ ପେପର ପାଇଁ ଦୈନିକ ୨୭ ହଜାର ଗଛ ବଳି

ମହାତ୍ମା ଗାନ୍ଧୀ କହିଥିଲେ,‘ପୃଥିବୀ ସବୁ ମଣିଷଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପ୍ରଚୁର ପରିମାଣରେ ସମ୍ପଦ ଭରି ଦେଇଛି, କିନ୍ତୁ ନିଜର ଅଭିଳାଷ ପୂରଣ ପାଇଁ ନୁହେଁ।’ କିନ୍ତୁ ଏବର ଲୋକେ ଆବଶ୍ୟତାଠାରୁ ଅଧିକ ସମ୍ପଦ ସୁଖ ପାଇଁ ବ୍ୟବହାର କରି ପ୍ରକୃତିକୁ ବିପଦକୁ ଠେଲି ଦେଉଛନ୍ତି। କାଗଜ କଥା ତ ଦୂର, କେବଳ ଟଏଲେଟ ପେପର ତିଆରି କରିବାରେ ବିଶ୍ୱରେ ଦିନକୁ ପ୍ରାୟ ୨୭,୦୦୦ ଗଛ କଟାଯାଉଛି। ବିଭିନ୍ନ ଉଦ୍ଦେଶ୍ୟରେ ପ୍ରତି ମିନିଟ୍‌ରେ ୧୦୦ ଏକର ଜଙ୍ଗଲ ଧ୍ୱଂସ କରାଯାଉଛି। ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରତିଦିନ ୫ ହଜାରରୁ ଉର୍ଦ୍ଧ୍ୱ ବନ୍ୟଜନ୍ତୁଙ୍କ ଆବାସ ନଷ୍ଟ କରାଯାଉଛି। ଏବେ ଜଳ, ବାୟୁ ଓ ବନ ସଂରକ୍ଷଣ କରିବାରେ ଅସମର୍ଥ ହୋଇଛି ମଣିଷ। ସବୁଜିମାର ସର୍ବନାଶ ପ୍ରକୃତିକୁ ଅସୁନ୍ଦର କରିବାରେ ଲାଗିଛି। ପାଣି, ପବନ, ମାଟି ପ୍ରଦୂଷିତ ହେବା ଯୋଗୁ ଦିନକୁ ହାରାହାରି ୧୩୭ଟି ପ୍ରଜାତିର ଜୀବ ବିଲପ୍ତହେବାରେ ଲାଗିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପମାତ୍ରା ବି ବୃଦ୍ଧିପାଇବାରେ ଲାଗିଛି। ପ୍ରକୃତି ସଂରକ୍ଷଣରେ ପୃଥିବୀ ଓ ଜୀବନର ସୁରକ୍ଷା ହୋଇପାରିବ। ପ୍ରାକୃତିକ ସମ୍ପଦର ସାମଗ୍ରିକ ପରିଚାଳନା, ସଂରକ୍ଷଣ ଓ ସୁରକ୍ଷା ପାଇଁ ଆଜି ଦିନରେ ସଙ୍କଳ୍ପ ନେବା ଆବଶ୍ୟକ।

ଅସମାପିକା ସାହୁ

 

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ନେପାଳ ବନ୍ୟା; ବାଲେନ ଶାହଙ୍କ ସହ କଥା ହେଲେ ମୋଦି, ସହାୟତା….

ନୂଆଦିଲ୍ଲୀ,୨୬।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି । ବନ୍ୟା ଯୋଗୁଁ ହୋଇଥିବା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri