୨୭ରୁ ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକ

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ଆସନ୍ତା ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସେବ୍ୟାପୀ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ଲାଗି ‘ଜନ ଭାଗୀଦାରି’ ପାଇଁ ପ୍ରୟାସ କରାଯାଉଛି। ଏପ୍ରିଲ ୨୭ରୁ ୨୯ ତାରିଖ ୩ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ୱାର୍କିଂ ଗ୍ରୁପ୍‌’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମଙ୍ଗଳବାର ଆଇଏମ୍‌ଏମ୍‌ଟିରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋନାଲ ମିଶ୍ର ସୂଚନା ଦେଇଛନ୍ତି।
ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁଭାଷ ସରକାର ଉଦ୍‌ଘାଟନ କରିବେ। ଏହି ଅଧିକାରୀସ୍ତରୀୟ ବୈଠକରେ ପ୍ରାଥମିକ ସାକ୍ଷରତା ଓ ପରିସଂଖ୍ୟାନ, ପ୍ରଯୁକ୍ତିବିଦ୍ୟା ଆଧାରିତ ଶିକ୍ଷାଦାନ, ଭବିଷ୍ୟତର କାର୍ଯ୍ୟପନ୍ଥା ଏବଂ ଗବେଷଣା ସହଭାଗିତା ଭଳି ୪ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ବୈଠକର ପୂର୍ବ ଦିନ ଏପ୍ରିଲ ୨୬ରେ ଭୁବନେଶ୍ୱରସ୍ଥିତ ଆଇଏମ୍‌ଏମ୍‌ଟି ଠାରେ ଜି-୨୦ର ପ୍ରତିନିଧିମଣ୍ଡଳୀ ‘ଭବିଷ୍ୟତର କାର୍ଯ୍ୟପନ୍ଥା’ ଉପରେ ସେମିନାର ଏବଂ ପ୍ରଦର୍ଶନୀରେ ଯୋଗଦେବେ। ଏହାବ୍ୟତୀତ ଏପ୍ରିଲ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଆଇଏମ୍‌ଏମ୍‌ଟି ଠାରେ ‘ଭବିଷ୍ୟତର କାର୍ଯ୍ୟପନ୍ଥା’ ଉପରେ ଜି-୨୦କୁ ନେଇ ପୃଥକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିରେ ଜି-୨୦ ଦେଶ ସମୂହ, ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ ଭଳି ୭୫ଟି ଅନୁଷ୍ଠାନ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ସମୂହଙ୍କୁ ଯୋଡ଼ିବା ମୁଖ୍ୟ ଉଦ୍ଦେଶ୍ୟ ରହିବ। ଏହି ଅବସରରେ ଏପ୍ରିଲ ୨୩ରୁ ୨୫ ତାରିଖ ମଧ୍ୟରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ୍‌ ସମ୍ବଲପୁର, ଆଇଏମ୍‌ଏମ୍‌ଟି ଭୁବନେଶ୍ୱର, ଇଣ୍ଡିଆନ ସ୍କୁଲ ଅଫ ବିଜ୍‌ନେସ୍‌ ହାଇଦ୍ରାବାଦ, ଡେଲୋଏଟ, ସିଆଇଆଇ, ୟୁଏସଆଇବିସି ଭଳି ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଅନ୍ତଃରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଶରେ ଅଧିକ ଗୁରୁତ୍ୱ ଦିଆଯିବ। ସେହିପରି ଜି-୨୦ର ବିଭିନ୍ନ ବୈଠକ ଓ କାର୍ଯ୍ୟକ୍ରମରେ ଓଡ଼ିଶାର ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ପ୍ରଦର୍ଶନ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ। ଜି -୨୦ ପାଇଁ ରାଜ୍ୟ ସରକାର ମଧ୍ୟ ସହଯୋଗ ଯୋଗାଇଦେବା ନେଇ ଆଲୋଚନା ହୋଇଥିବା ଯୁଗ୍ମ ସଚିବ ନିତା ପ୍ରସାଦ କହିଛନ୍ତି। ୨୮ ତାରିଖରେ ପ୍ରତିନିଧି ମଣ୍ଡଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ସେମାନଙ୍କୁ ଓଡ଼ିଶାର ଉତ୍କର୍ଷ କଳା, ସଂସ୍କୃତି, ହସ୍ତତନ୍ତ, ହସ୍ତଶିଳ୍ପ ଉପହାର ସ୍ବରୂପ ପ୍ରଦାନ କରାଯିବ। ରାଜ୍ୟର ଅସ୍ମିତା ସହ ଯୋଡ଼ିବା ପାଇଁ ସମସ୍ତଙ୍କୁ ପାରମ୍ପରିକ ବ୍ୟଞ୍ଜନ ସହ ମାଣ୍ଡିଆଯୁକ୍ତ ଖାଦ୍ୟ ପରଷାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?