୨୫ରୁ ବିଧାନସଭା ମୌସୁମୀ ଅଧିବେଶନ : ୨୪ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ତଥା ମୌସୁମୀ ଅଧିବେଶନ ଚଳିତ ମାସ ୨୫ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ରେ ଶାସକ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସେହିଦିନ ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଦଳର ସମସ୍ତ ବିଧାୟିକା, ବିଧାୟକଙ୍କୁ ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି।
ବିଧାନସଭାରେ କିପରି ଭାବେ ବିରୋଧୀଙ୍କୁ ମୁକାବିଲା କରାଯିବ, ସେ ନେଇ ଆଲୋଚନା ହେବ। ପ୍ରଥମଥର ପାଇଁ ଭାଜପା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ୨୦୦୦ରୁ ୨୦୦୮ ଯାଏ ଭାଜପା ଶାସକ ବିଜେଡିର ସହଯୋଗୀ ଦଳ ଭାବେ ରହିଆସିଥିଲା। କନ୍ଧମାଳ ଦଙ୍ଗା ଘଟଣା ପରେ ବିଜେଡି ଗୈରିକ ଦଳ ସହ ମେଣ୍ଟ ସମ୍ପର୍କ ତୁଟାଇଥିଲା। ଅପରପକ୍ଷରେ ଭାଜପା ଓ କଂଗ୍ରେସର ବିଧାୟକ ଦଳ ବୈଠକ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଏଯାବତ୍‌ ଦିଆଯାଇନାହିଁ।


All Right Reserved By Dharitri.Com

ଗଞ୍ଜାମରେ ଦୋକାନୀମାନଙ୍କ ପାଇଁ ନୂଆ ନିୟମ: ରଖିବେ ଗ୍ରାହକଙ୍କ ତଥ୍ୟ; ସାମାଜିକ ଦୂରତା-ମାସ୍କ ବ୍ୟବହାର ନିଶ୍ଚିତ, ନହେଲେ ହେବ ସିଜ୍‌

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)- ରାଜ୍ୟର କରୋନା ଆକ୍ରାନ୍ତ ଜିଲାଗୁଡ଼ିକ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ଏହି ସଂଖ୍ୟା ୨୧୦ ରହିଛି। ତେବେ ଜିଲାରେ...

ଯୋଦ୍ଧାର ସମ୍ମାନ, ଖାକିରେ ଦାଗ: ହାତଗଣତି ଅଫିସରଙ୍କ ପାଇଁ ବଦନାମ ପୋଲିସ

ଲୋକଙ୍କ ଧନଜୀବନର ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ହେଉଛି ପୋଲିସର ପ୍ରଥମ କାମ। ଏଥିପାଇଁ ଖାକିକୁ ଆବଶ୍ୟକ ଆଇନଗତ କ୍ଷମତା ଦିଆଯାଇଛି। ଜଣେ ସଚ୍ଚୋଟ, ଦକ୍ଷ...

ଜାତୀୟ କୃମିନାଶକ ଦିବସ ପାଇଁ ସମନ୍ବୟ କମିଟି ବୈଠକ: ଅଗଷ୍ଟ ୮ରେ ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ): ମାଟିରୁ ଶରୀରକୁ କୃମି ସଂକ୍ରମଣ ହୋଇଥାଏ। ବିଶ୍ୱରେ ୨୪୧ ନିୟୁତରୁ ଅଧିକ ଶିଶୁ କୃମିଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶାରେ ପ୍ରାୟ ୩୬ ପ୍ରତିଶତ...

କାଜୁବାଦାମ ଉତ୍ପାଦନରେ ତୃତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ କେନ୍ଦ୍ର କାଜୁ ଓ କୋକା ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର...

ଓଡିଶୀ ନୃତ୍ୟଶିଳ୍ପୀ ମିନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ. ମିନତି ମିଶ୍ରଙ୍କ ସୋମବାର ଭୋରୁ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ...

ଫନୀ ପରେ ଅମ୍ଫନ୍‌ ଦେଇଗଲା ଦୁଃଖ

ପୁରୀ ଅଫିସ,୨୩ା୫: ବାତ୍ୟା ଫନୀରେ ପୁରୀ ଜିଲାର ପାନଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ପବନ ମାଡ଼ରେ ଧରାଶାୟୀ ହୋଇଥିଲା ହଜାର ହଜାର ପାନବରଜ। ଧାର, କରଜ...

୪୫,୯୬୫ ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି କାଳିଆ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨ଶହ ୯୦ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ତେବେ ହିତାଧିକାରୀଙ୍କ ମଧ୍ୟରୁ...

ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍‌ଟିଓ...

Leave a comment

Your email address will not be published. Required fields are marked *