Posted inଜାତୀୟ

୨୬ ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଚାନ୍ଦା

ନୂଆଦିଲ୍ଲୀ,୨୫ା୪:୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ ଯାଇଛି। ତେବେ ବିଜେଡି, ଏଆଇଏଡିଏମ୍‌କେ, ଏନ୍‌ଡିପିପି, ଏସ୍‌ଡିଏଫ୍‌, ଏଆଇଏଫ୍‌ବି, ପିଏମ୍‌କେ ଏବଂ ଜେକେଏନ୍‌ସି ପାଇଥିବା ଚାନ୍ଦା ସମ୍ପର୍କରେ ଘୋଷଣା କରି ନ ଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରେ କୁହାଯାଇଛି। ଏମାନଙ୍କୁ ବାଦ୍‌ ଦେଇ ଅନ୍ୟ ୨୬ ଆଞ୍ଚଳିକ ଦଳ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ଘୋଷଣାନାମା ଅନୁଯାୟୀ ସେମାନେ ୫,୧୦୦ଟି ଚାନ୍ଦାରୁ ମୋଟ ୧୮୯.୮୦୧ କୋଟି ଟଙ୍କା ପାଇଛନ୍ତି। ମୋଟ ଚାନ୍ଦାର ୮୫.୪୬ ପ୍ରତିଶତ ବା ୧୬୨.୨୧ କୋଟି ଟଙ୍କା ୫ଟି ଆଞ୍ଚଳିକ ଦଳକୁ ମିଳିଛି। ସେହି ଦଳଗୁଡ଼ିକ ହେଲେ ଟିଆର୍‌ଏସ୍‌, ଏଏପି, ଜେଡିୟୁ, ସମାଜବାଦୀ ପାର୍ଟି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସ। ଟିଆର୍‌ଏସ୍‌, ଏଏପି, ସମାଜବାଦୀ ପାର୍ଟି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସର ଚାନ୍ଦା ପରିମାଣ ପୂର୍ବ ବର୍ଷ ତୁଳନାରେ ବଢ଼ିଥିବାବେଳେ ଜେଡିୟୁ ଚାନ୍ଦା ହ୍ରାସ ପାଇଛି। ତେଲଙ୍ଗାନା ୧୪ ଚାନ୍ଦାରୁ ସର୍ବାଧିକ ୪୦.୯୦ କୋଟି ଟଙ୍କା ପାଇଥିବାବେଳେ ଏଏପି ୨,୬୧୯ଟି ଚାନ୍ଦାରୁ ମୋଟ ୩୮.୨୪ କୋଟି ପାଇଛି। ଜେଡିୟୁକୁ ୩୩.୨୬ କୋଟି ଟଙ୍କା ମିଳିଥିବାବେଳେ ଏସ୍‌ପି ଏବଂ ଓ୍ବାଇଏସ୍‌ଆର୍‌-କଂଗ୍ରେସ ଯଥାକ୍ରମେ ୨୯.୮୦ କୋଟି ଏବଂ ୨୦ କୋଟି ଟଙ୍କା ପାଇଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦-୨୧ ବର୍ଷରେ ଆର୍‌ଏଲ୍‌ଟିପି, ଜେଏମ୍‌ଏମ୍‌, ପିଡିଏଫ୍‌ ଏବଂ ଡିଏମ୍‌ଡିକେ ଦଳକୁ ଆଦୌ ଚାନ୍ଦା ମିଳି ନ ଥିବାବେଳେ ୨୦୨୧-୨୨ ବର୍ଷରେ ସେମାନେ ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଆର୍‌ଏଲ୍‌ଟିପିକୁ ୩ ଲକ୍ଷ ଟଙ୍କା, ଜେଏମ୍‌ଏମ୍‌କୁ ୧ ଲକ୍ଷ, ପିଡିଏଫ୍‌କୁ ୮୦,୦୦୦ ଏବଂ ଡିଏମ୍‌ଡିକେକୁ ୫୦, ୦୦୦ ଟଙ୍କା ଚାନ୍ଦା ମିଳିଛି। ଏଆଇଏଡିଏମ୍‌କେ, ଏସ୍‌ଡିଏଫ୍‌, ଏଆଇଏଫ୍‌ବି, ପିଏମ୍‌କେ ଏବଂ ଏଆଇୟୁଡିଏଫ୍‌ ଚାନ୍ଦାରେ ସର୍ବାଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ବିଜେଡି, ଏନ୍‌ଡିପିପି ଏବଂ ଜେକେଏନ୍‌ସି ୨୦୨୦-୨୧ ଏବଂ ୨୦୨୧-୨୨ରେ ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କୌଣସି ଚାନ୍ଦା ପାଇ ନ ଥିବା ଏଡିଆର୍‌ ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri