Posted inଫୁରସତ

୨୬ ଗର୍ଭପାତ ପରେ ମା’ ହେଲେ

ବେଜିଂ: ପ୍ରତ୍ୟେକ ମହିଳା ମା’ ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଅନେକ ସମୟରେ କୌଣସି କାରଣରୁ ମହିଳାଙ୍କ ଗର୍ଭପାତ ହୋଇଥାଏ। ଏପରି ଏକ ଘଟଣା ଚାଇନାର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ଏକ ରିପୋର୍ଟ ମୁତାବକ ମହିଳାଙ୍କ ୨୬ଥର ଗର୍ଭପାତ ପରେ ୩୭ ବର୍ଷ ବୟସରେ ସେ ମା’ ହୋଇଛନ୍ତି। ଫଳରେ ସେ ଏକ ଗିନିଜ୍‌ ୱାଲର୍‌ଡ ରେକର୍ଡ କରିଛନ୍ତି। ୨୦୧୯ରେ ମହିଳାଙ୍କୁ ୩୪ ବର୍ଷ ବୟସ ହୋଇଥିବାବେଳେ ତାଙ୍କର ଶେଷ ଗର୍ଭପାତ ହୋଇଥିଲା। ମହିଳାଙ୍କ ପ୍ରଥମ ଗର୍ଭପାତରେ ସେ ଭାଙ୍ଗିପଡି ନ ଥିଲେ। ହେଲେ ତାଙ୍କର ୨୬ତମ ଗର୍ଭପାତ ସମୟରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। କିନ୍ତୁ ସେ ହସ୍ପିଟାଲରେ ଆଉ କେତେ ଟେଷ୍ଟ କରିବା ପରେ ମହିଳା ଜଣଙ୍କ ଚଳିତ ଫେବୃୟାରୀରେ ଅନ୍ତଃସତ୍ତ୍ୱା ହୋଇଥିଲେ। ଗିନିଜ୍‌ ୱାଲର୍‌ଡ ରେକର୍ଡ ସୂଚନା ମୁତାବକ, ପୂର୍ବରୁ ଏହି ରେକର୍ଡଧାରୀ ମହିଳାଙ୍କ ୧୯ଥର ଗର୍ଭପାତ ପରେ ସେ ମା’ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri