Posted inଫୁରସତ

୨୫୦୦ ଟଙ୍କାରେ ବିଦେଶ ଭ୍ରମଣ

ଲଣ୍ଡନ: ଯୁବବର୍ଗଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ନାଇଟଆଉଟ୍‌ ଏକ ଟ୍ରେଣ୍ଡ ପାଲଟିଯାଇଛି। ଏହାର ଅର୍ଥ ସାଙ୍ଗମାନଙ୍କ ସହ ସାରା ରାତି ବୁଲିବା ସହ ମସ୍ତି କରିବା। ହେଲେ ଏହି ନାଇଟଆଉଟ୍‌କୁ ୩ ଭଉଣୀ ଏକ ଆଡ୍‌ଭେନ୍ଚର ଭାବେ ବ୍ୟବହାର କରିଛନ୍ତି। ସେମାନେ ନାଇଟଆଉଟ୍‌ ଭାବେ ଗୋଟିଏ ରାତି ବିଦେଶ ଯାଇ ଫେରି ଆସିଛନ୍ତି। ଇଂଲଣ୍ଡର ହୁଡର୍ସଫିଲ୍ଡର ବାସିନ୍ଦା ୨୪ ବର୍ଷୀୟା ବ୍ରୋଗନ ମୁରେ କଷ୍ଟମର ସର୍ଭିସରେ କାମ କରୁଥିବାବେଳେ ତାଙ୍କ ଦୁଇ ଭଉଣୀ ଅମେଲିଆ ଏବଂ ଇଜାବେଲ କେବିନ କ୍ରୁ ସଦସ୍ୟ ଭାବେ କାମ କରନ୍ତି। ୩ ଭଉଣୀ ଦିନେ ନାଇଟଆଉଟ୍‌ ଯିବାକୁ ପ୍ଲାନ କଲେ। ସେମାନେ ଲିଡ୍‌ସ ବ୍ରାଡ୍‌ଫୋର୍ଡ ଏୟାରପୋର୍ଟରୁ ରାତି ୮ଟା ୨୫ରୁ ଫ୍ଲାଇଟ୍‌ରେ ବସି ଆୟର୍ଲାଣ୍ଡର ରାଜଧାନୀ ଡୁବଲିନ୍‌ରେ ରାତି ୧୦ଟା ୩୦ରେ ପହଞ୍ଚିଗଲେ। ସେଠାରେ ରାତି ଯାକ ବୁଲାବୁଲି କରି ସକାଳ ୬ଟା ଫ୍ଲାଇଟ୍‌ରେ ଫେରିଆସିଲେ। ବ୍ରୋଗନ କହିଛନ୍ତି, ସେମାନେ ଆଉ ଥରେ ଏପରି ଟ୍ରିପ୍‌ରେ ଯିବାକୁ ପସନ୍ଦ କରିବେ। ତେବେ ତାଙ୍କ ଫ୍ଲାଇଟ ପାଇଁ ୨୫ ପାଉଣ୍ଡ ଅର୍ଥାତ୍‌ ୨୫୬୮ ଟଙ୍କା ଖର୍ଚ୍ଚ ହେଲା। ହେଲେ ଏୟାରପୋର୍ଟର ଖାଦ୍ୟ ୫୦୦୦ ଟଙ୍କା ଥିଲା, ଯାହା ବହୁତ ଅଧିକ ଥିଲା। ସେମାନେ କିନ୍ତୁ ବୁଲାବୁଲି କରିବା ସମୟରେ ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି। ସେମାନଙ୍କୁ ଏହି ଟ୍ରିପ୍‌ରେ କୌଣସି ଅସୁବିଧା ହୋଇ ନ ଥିବା କହିଛନ୍ତି। ଏହା ପୂର୍ବରୁ ସେମାନେ ଜାନୁୟାରୀରେ ସ୍ପେନ୍‌ ଟ୍ରିପ୍‌ରେ ଯାଇଥିଲେ। ଯେଉଁଥିରେ ସେମାନଙ୍କୁ ୨୩ ପାଉଣ୍ଡ ଅର୍ଥାତ୍‌ ୨୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?