Posted inଫୁରସତ

ନା ଧନ, ନା ସମ୍ପତ୍ତି… ଏହି ଗୋଟିଏ କାରଣ ପାଇଁ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ଯୁବତୀ

କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୨୫ ବର୍ଷୀୟ ଡାନିଏଲ ରିଫ୍‌ ଏବଂ ୭୧ ବର୍ଷୀୟ ରିକି ମାଷ୍ଟର ହାଓ୍ବାର୍ଡ ରିଫ୍‌ଙ୍କ କ୍ଷେତ୍ରରେ। ଦୀର୍ଘବର୍ଷର ବୟସାଗତ ତଫାତ ଥିଲେ ହେଁ ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି।

ଡାନିଏଲ-ହାଓ୍ବାର୍ଡଙ୍କ ପ୍ରେମକାହାଣୀ ବେଶ ହୃଦୟସ୍ପର୍ଶୀ। ଦୀର୍ଘଦିନରୁ ଡାନିଏଲ ଏକ ରହସ୍ୟମୟ ରୋଗରେ ପୀଡ଼ିତ ହୋଇଥିଲେ। ଶୋଇବା ସତ୍ତ୍ୱେ ତାଙ୍କୁ ଥକ୍କା ଲାଗୁଥିଲା। ଭୋକ ଲାଗୁ ନ ଥିଲା। ହେଲେ ତାଙ୍କ ଓଜନ ବଢ଼ୁଥିଲା। ହାଡ ଏବଂ ମାଂସପେଶୀରେ ସର୍ବଦା ଯନ୍ତ୍ରଣା ହେଉଥିଲା। ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କଲେ ହେଁ ରୋଗ ସମ୍ପର୍କରେ କିଛି ଜଣାପଡ଼ି ନ ଥିଲା। ଡାନିଏଲଙ୍କୁ ଲାଭ ନ ମିଳିବା ଯୋଗୁ ୨୦୧୯ରେ ସେ ହାଓ୍ବାର୍ଡଙ୍କ ସହ ଏକ ସେଶନ କରିଥିଲେ। ହାଓ୍ବାର୍ଡ କିଛି ଦିନ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ଡାନିଏଲ ଠିକ ହୋଇଯାଇଥିଲେ। ଏସବୁ ମଧ୍ୟରେ ଡାନିଏଲ୍‌ ହାଓ୍ବାର୍ଡଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା।

ଏକଦା ଡାନିଏଲ ପ୍ରେମ ନିବେଦନ କରିବାକୁ ଭାବି ହାଓ୍ବାର୍ଡଙ୍କୁ ତାଙ୍କ ବୟସ ପଚାରିଥିଲେ। ସେତେବେଳେ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ଅର୍ଥାତ ଉଭୟଙ୍କ ମଧ୍ୟରେ ୪୬ ବର୍ଷର ବୟସାଗତ ତଫାତ। ହେଲେ ଡାନିଏଲଙ୍କୁ ଫରକ ପଡ଼ି ନ ଥିଲା। ସେ ଏକାଠି ରହିବା ସହ ବିବାହ କରିଥିଲେ। ଦୁହେଁ ସିନା ଜୀବନରେ ଖୁସି ଥିଲେ, ଯିଏ ତାଙ୍କୁ ଦେଖୁଥିଲା ଜେଜେ ନାତୁଣୀ ବୋଲି କହୁଥିଲା। ଏପରିକି ଅନେକ ସ୍ଥାନରେ ତାଙ୍କର ମଜା ଉଡାଯାଇଥିଲା। ଦିନକୁ ଦିନ ଏହା ବଢ଼ିବା ପରେ ଡାନିଏଲ ସବୁକିଛି ନ ଶୁଣିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କୁ କୌଣସି ଫରକ ପଡ଼ୁ ନ ଥିବା ବେଳେ ଦୁହେଁ ସୁଖରେ ଘର ସଂସାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅବିବାହିତ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟା: ନିଜେ କଲେ ଖୁଲାସା

ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ ବ୍ୟବସାୟାଙ୍କ ମଧ୍ୟରୁ ଅନ୍ୟତମ। ୧୯୩୭ ଡିସେମ୍ବର ୨୭ରେ ଗୁଜରାଟର ସୁରତରେ ଜନ୍ମ ହୋଇଥିଲେ ରତନ...

ଆମ ସମ୍ବିଧାନ କଥା

ଭାରତ ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ଏହି ଗଣତାନ୍ତ୍ରିକ ରାଷ୍ଟ୍ର ଭାରତୀୟ ସମ୍ବିଧାନ ଦ୍ୱାରା ଶାସିତ। ଯେଉଁ ସମ୍ବିଧାନ ପୃଥିବୀର ସବୁଠାରୁ ଲମ୍ବା ହସ୍ତଲିଖିତ...

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ...

ଏଟିଏମ୍‌ରୁ ଟଙ୍କା ପରିବର୍ତ୍ତେ ବାହାରୁଛି ଗଞ୍ଜେଇ

କରୋନା ଯୋଗୁ ବିଶ୍ୱରେ ଅନେକ ପରିର୍ତ୍ତନ ଘଟିଛି। ଲୋକମାନେ ଏବେ ବିନା ଯୋଗାଯୋଗରେ ନିଜ କାମ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ସମୟରେ...

ପାହାଡ଼ ଉପରେ ଫସିରହିଥିଲେ ବିଦେଶୀ ଦମ୍ପତ୍ତି: ଡ୍ରୋନ୍‌ ଜରିଆରେ ମିଳିଲା ସନ୍ଧାନ

ଚେନ୍ନାଇ,୨୦।୪: ତାମିଲନାଡୁର ତିରୁନବନ୍ନାମଲାଇ ଜିଲାରେ ଥିବା ଏକ ପାହାଡ ଉପରୁ ପୋଲିସ ଜଣେ ଯୁବା ବିଦେଶୀ ଦମ୍ପତ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। କିଛି ଦିନ...

୧୩ ହଜାର ବର୍ଷର ପାଦଚିହ୍ନ

ମଣ୍ଟ୍ରିଆଲ,୨୩।୫: ପଶ୍ଚିମ କାନାଡାର ଉପକୂଳବର୍ତ୍ତୀ ଦ୍ୱୀପରେ ହାରାହାରି ୧୩ ହଜାର ବର୍ଷ ପୁରାତନ ପାଦଚିହ୍ନ ଆବିଷ୍କୃତ ହୋଇଛି। ଏ ନେଇ ପ୍ଲସ୍‌ ଜର୍ନାଲରେ ଗତ ବୁଧବାର...

ମନକଥା ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି

ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...

Advertisement
Archives

Model This Week