ବଜେଟରେ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧।୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ ଟାରେ ଦେଶର ସାଧାରଣ ବଜେଟ ୨୦୨୩ ଉପସ୍ଥାପନ କରଛନ୍ତି। ଦେଶର ସ୍ବାଧୀନତାର ସୁବର୍ଣ୍ଣ ଯୁଗର ଏହା ହେଉଛି ପ୍ରଥମ ବଜେଟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆମେ ପ୍ରତ୍ୟେକ ବିଭାଗରେ ପହଞ୍ଚିବାକୁ ଚେଷ୍ଟା କରିଛୁ।

ବିଶେଷ କରି ଯୁବକ ଏବଂ ସମସ୍ତ ଶ୍ରେଣୀର ଲୋକଙ୍କୁ ଅର୍ଥନୈତିକ ଶକ୍ତି ଯୋଗାଇବା ପାଇଁ ଉଦ୍ୟମ କରାଯାଇଛି । ଦୁନିଆରେ ମାନ୍ଦାବସ୍ଥା ସତ୍ତ୍ୱେ ଆମର ବର୍ତ୍ତମାନର ଅଭିବୃଦ୍ଧି ପୂର୍ବାନୁମାନ ପ୍ରାୟ ୭ ପ୍ରତିଶତ ରହିଛି ଏବଂ ଚ୍ୟାଲେଞ୍ଜ ସମୟରେ ଭାରତ ଦ୍ରୁତ ବିକାଶ ଆଡକୁ ଗତି କରୁଛି। ସମଗ୍ର ବିଶ୍ୱ ଲୋକମାନେ ଭାରତର ବିକାଶକୁ ପ୍ରଶଂସା କରିଛନ୍ତି ଏବଂ ଏହି ବଜେଟ ହେଉଛି ଆସନ୍ତା ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ। କୋଭିଡ ଟିକାକରଣ ଅଭିଯାନ ଦେଶକୁ ଏକ ନୂତନ ସ୍ତରକୁ ନେଇଛି ଏବଂ ବିଶ୍ୱ ଭାରତର ଶକ୍ତିକୁ ସ୍ବୀକୃତି ଦେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତର ଲୋକଙ୍କ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି। ମୁଣ୍ଡପିଛା ଆୟ ବାର୍ଷିକ ୧.୯୭ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଅପେକ୍ଷା ଭାରତୀୟ ଅର୍ଥନୀତି ଅଧିକ ସଂଗଠିତ ହୋଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନ ଅବସ୍ଥା ଉପରେ ଦୃଶ୍ୟମାନ ହୋଇଛି।

ସରକାର ୨୨୦ କୋଭିଡ ଟିକା ପ୍ରଦାନ କରିଛନ୍ତି। ସେହିପରି ପିଏମ ସୁରକ୍ଷା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୪୪.୬କୋଟି ଲୋକ ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ମାଧ୍ୟମରେ କୋଟି କୋଟି ଚାଷୀ ଲାଭ ପାଇଛନ୍ତି। ୨୮ମାସରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଇଛି, ଯାହା ଏକ ଛୋଟ କଥା ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?