Odisha Elections 2024

ଲଣ୍ଡନ ଶାଢ଼ି ୱାକାଥନ୍‌ରେ ଓଡ଼ିଶାର ୨୫ ମହିଳା

ଭୁବନେଶ୍ୱର,୧୦।୮(ଶର୍ମିଷ୍ଠା ପାଣିଗ୍ରାହୀ)ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ିର ଅନନ୍ୟ ଏବଂ ଅପୂର୍ବ ଝଲକ ଦେଖିବାକୁ ମିଳିଛି ଲଣ୍ଡନର ରାଜରାସ୍ତାରେ। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ ଇନସ୍ପାୟାରିଂ ଇଣ୍ଡିଆନ ୱିମେନ ଗ୍ରୁପ୍‌ ସହଯୋଗରେ ବ୍ରିଟିଶ ୱିମେନ ଇନ ଶାରିଜ (ବି.ଡବ୍ଲୁ.ଆଇ.ଏସ୍‌) ସଂସ୍ଥା ତରଫରୁ ଶାଢ଼ି ୱାକାଥନ ଆୟୋଜିତ ହୋଇଥିଲା। ପ୍ରତିଷ୍ଠାତା ସଭାପତି ଡ. ଦୀପ୍ତି ଜୈନଙ୍କ ନେତୃତ୍ୱରେ ଆୟୋଜିତ ଏହି ରଙ୍ଗାରଙ୍ଗ ଶାଢ଼ି ଶୋଭାଯାତ୍ରାରେ ଭାରତର ୧୬ଟି ରାଜ୍ୟରୁ ୭୦୦ରୁ ଊଦ୍ଧର୍‌ବ ମହିଳା ଭାଗ ନେଇଥିଲେ। ୱାକାଥନ ଐତିହାସିକ ଟ୍ରାଫାଲଗର ଛକଠାରୁ ଆରମ୍ଭ ହୋଇ ଡାଉନିଂ ଷ୍ଟ୍ରିଟ୍‌ ଦେଇ ଯାଇ ସଂସଦ ଛକ ନିକଟରେ ସମାପ୍ତ ହୋଇଥିଲା। ଏଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରତିଯୋଗୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ୱାକାଥନରେ ଡ. ରେଣୁକା ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୨୫ଜଣ ମହିଳା ଭାଗ ନେଇଥିଲେ।
ସେମାନେ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଶାଢ଼ି ଯଥା ବୋମକାଇ, ଦୋଳବେଦି, ସମ୍ବଲପୁରୀ, ଖଣ୍ଡୁଆ, ପଶାପଲ୍ଲୀ, ଗୋପାଳପୁର ଟସର ଏବଂ କୋଟପାଡ଼ ଆଦି ପରିଧାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା ଦଳରେ ଡ. ରେଣୁକା ଜେନା, ମୋନାଲିସା ସେନାପତି, ସ୍ବାତୀ ରେଖା, ରୀନା ମେହେର, ରଶ୍ମିତା ପାତ୍ର, ତନୟା ସେନ, ଗୀତା ଚନ୍ଦ୍ରା, ସୋନିକା ଗୋଏଲ, ପ୍ରିୟଦର୍ଶିନୀ ସାହୁ, ବନିତା ରାଉତ, ଡ. ଉଷା ରାଉତ, ନୀହାରିକା ସାହୁ, ଡସ୍‌. ଲିପି ପ୍ରଧାନ, ଡ. ସଂଯୁକ୍ତା ଦାସ, ଡ. ଇନ୍ଦ୍ରରମିତ୍‌ ସାହାନୀ, ପ୍ରଜ୍ଞା ଆରିହାନ, ମଧୁସ୍ମିତା ଜେନା, କିଞ୍ଜଲ ପଟେଲ, କନକଲତା ପଟେଲ, କ୍ରିଷ୍ଣା କର, ରଶ୍ମି ମିଶ୍ର, ଗୀତିକା ଗୋହେ, ସାଗରିକା ମହାନ୍ତି, ମମତା ମିଶ୍ର ଏବଂ ମଧୁଶ୍ରୀ ଘୋଷ ପ୍ରମୁଖ ସାମିଲ ଥିଲେ।
ଏହି ଅବସରରେ ଲୋକପ୍ରିୟ ରଙ୍ଗବତୀ ନୃତ୍ୟ ତଥା ଗୀତ ପରିବେଷଣ ହୋଇଥିଲା। ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନର ସାଂସ୍କୃତିକ ବିଭାଗ ମୁଖ୍ୟ ନନ୍ଦିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୱାକାଥନରୁ ହୋଇଥିବା ଆୟକୁ ଭାରତର ବୁଣାକାର ବସ୍ତିଗୁଡ଼ିକର ବିକାଶ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା...

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି? ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ପ୍ରାର୍ଥୀ...

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୨୪ ଅବପାତ!

ଭୁବନେଶ୍ୱର,୧୮।୫: ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ: ଏହି ଜିଲାରୁ ଧରାପଡିଲା ସର୍ବାଧିକ

ଭୁବନେଶ୍ୱର,୧୮।୫: ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଶନିବାର ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri