ଲଣ୍ଡନ ଶାଢ଼ି ୱାକାଥନ୍‌ରେ ଓଡ଼ିଶାର ୨୫ ମହିଳା

ଭୁବନେଶ୍ୱର,୧୦।୮(ଶର୍ମିଷ୍ଠା ପାଣିଗ୍ରାହୀ)ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ିର ଅନନ୍ୟ ଏବଂ ଅପୂର୍ବ ଝଲକ ଦେଖିବାକୁ ମିଳିଛି ଲଣ୍ଡନର ରାଜରାସ୍ତାରେ। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ ଇନସ୍ପାୟାରିଂ ଇଣ୍ଡିଆନ ୱିମେନ ଗ୍ରୁପ୍‌ ସହଯୋଗରେ ବ୍ରିଟିଶ ୱିମେନ ଇନ ଶାରିଜ (ବି.ଡବ୍ଲୁ.ଆଇ.ଏସ୍‌) ସଂସ୍ଥା ତରଫରୁ ଶାଢ଼ି ୱାକାଥନ ଆୟୋଜିତ ହୋଇଥିଲା। ପ୍ରତିଷ୍ଠାତା ସଭାପତି ଡ. ଦୀପ୍ତି ଜୈନଙ୍କ ନେତୃତ୍ୱରେ ଆୟୋଜିତ ଏହି ରଙ୍ଗାରଙ୍ଗ ଶାଢ଼ି ଶୋଭାଯାତ୍ରାରେ ଭାରତର ୧୬ଟି ରାଜ୍ୟରୁ ୭୦୦ରୁ ଊଦ୍ଧର୍‌ବ ମହିଳା ଭାଗ ନେଇଥିଲେ। ୱାକାଥନ ଐତିହାସିକ ଟ୍ରାଫାଲଗର ଛକଠାରୁ ଆରମ୍ଭ ହୋଇ ଡାଉନିଂ ଷ୍ଟ୍ରିଟ୍‌ ଦେଇ ଯାଇ ସଂସଦ ଛକ ନିକଟରେ ସମାପ୍ତ ହୋଇଥିଲା। ଏଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରତିଯୋଗୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ୱାକାଥନରେ ଡ. ରେଣୁକା ଜେନାଙ୍କ ନେତୃତ୍ୱରେ ଓଡ଼ିଶାର ୨୫ଜଣ ମହିଳା ଭାଗ ନେଇଥିଲେ।
ସେମାନେ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଶାଢ଼ି ଯଥା ବୋମକାଇ, ଦୋଳବେଦି, ସମ୍ବଲପୁରୀ, ଖଣ୍ଡୁଆ, ପଶାପଲ୍ଲୀ, ଗୋପାଳପୁର ଟସର ଏବଂ କୋଟପାଡ଼ ଆଦି ପରିଧାନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା ଦଳରେ ଡ. ରେଣୁକା ଜେନା, ମୋନାଲିସା ସେନାପତି, ସ୍ବାତୀ ରେଖା, ରୀନା ମେହେର, ରଶ୍ମିତା ପାତ୍ର, ତନୟା ସେନ, ଗୀତା ଚନ୍ଦ୍ରା, ସୋନିକା ଗୋଏଲ, ପ୍ରିୟଦର୍ଶିନୀ ସାହୁ, ବନିତା ରାଉତ, ଡ. ଉଷା ରାଉତ, ନୀହାରିକା ସାହୁ, ଡସ୍‌. ଲିପି ପ୍ରଧାନ, ଡ. ସଂଯୁକ୍ତା ଦାସ, ଡ. ଇନ୍ଦ୍ରରମିତ୍‌ ସାହାନୀ, ପ୍ରଜ୍ଞା ଆରିହାନ, ମଧୁସ୍ମିତା ଜେନା, କିଞ୍ଜଲ ପଟେଲ, କନକଲତା ପଟେଲ, କ୍ରିଷ୍ଣା କର, ରଶ୍ମି ମିଶ୍ର, ଗୀତିକା ଗୋହେ, ସାଗରିକା ମହାନ୍ତି, ମମତା ମିଶ୍ର ଏବଂ ମଧୁଶ୍ରୀ ଘୋଷ ପ୍ରମୁଖ ସାମିଲ ଥିଲେ।
ଏହି ଅବସରରେ ଲୋକପ୍ରିୟ ରଙ୍ଗବତୀ ନୃତ୍ୟ ତଥା ଗୀତ ପରିବେଷଣ ହୋଇଥିଲା। ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନର ସାଂସ୍କୃତିକ ବିଭାଗ ମୁଖ୍ୟ ନନ୍ଦିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ୱାକାଥନରୁ ହୋଇଥିବା ଆୟକୁ ଭାରତର ବୁଣାକାର ବସ୍ତିଗୁଡ଼ିକର ବିକାଶ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ ବୋଲି ଆୟୋଜକମାନେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?