Posted inଫୁରସତ

୧ ଘଣ୍ଟାରେ ତିଆରି କଲେ ୨୪୯କପ୍‌ ଚା

ଦକ୍ଷିଣ ଆମେରିକାର ଇନଗର ଭାଲେଣ୍ଟିନ୍‌ ଚା’କୁ ନେଇ କରିଛନ୍ତି ଏକ ଅଜବ ରେକର୍ଡ। ସେ ଏକ ଘଣ୍ଟାରେ ୨୪୯ କପ୍‌ ଚା ତିଆରି କରି ଏହି ରେକର୍ଡ କରିଛନ୍ତି। ତେବେ ସେ ଏହି ରେକର୍ଡ ନିଜ ସଉକ ପାଇଁ ନୁହେଁ ବରଂ ଏକ ବଡ଼ କାରଣ ପାଇଁ କରିଛନ୍ତି। ୨୦୧୮ରେ ଯେତେବେଳେ ଦକ୍ଷିଣ ଆଫ୍ରିକାର ବୁପର୍ଥଲରେ ଲୋକମାନେ ନୂଆବର୍ଷର ସ୍ବାଗତ ପାଇଁ ଲାଗି ରହିଥିଲେ ସେତେବେଳେ ଏକ ଅଘଟଣ ଘଟିଥିଲା। ସେଠାକାର ପାହାଡ଼ସ୍ଥିତ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ସେହି ନିଆଁ ଚାରିଆଡେ ବ୍ୟାପିଗଲା। ଅନେକ ଘର ଜାଳିପୋଡି ଛାରଖାର ହୋଇଗଲା। ପ୍ରାୟ ୨୦୦ ଲୋକ ବାସହୀନ ହୋଇଗଲେ। ସେହି ଲୋକଙ୍କ ଭିତରେ ଇନଗର ବି ଥିଲେ। ନିଆଁରେ ତାଙ୍କ ଘର ପୋଡ଼ିବା ସହ ପର୍ଯ୍ୟଟନ ବିଭାଗରେ ଥାଇ ସେ ଯେଉଁସବୁ ଗେଷ୍ଟ ହାଉସ୍‌ର ସଞ୍ଚାଳନ କରୁଥିଲେ ସେଗୁଡିକ ବି ପୋଡି ଛାରଖାର ହୋଇଯାଇଥିଲା। ୪ ବର୍ଷ ପରେ ବହୁକଷ୍ଟରେ ସେ ନିଜେ ଠିଆ ହେବା ସହ ନିଜ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳ ରୂପେ ପୁଣିଥରେ ଚର୍ଚ୍ଚାର ପରସର ଭୁକ୍ତ କରିବାକୁ ପ୍ରୟାସ ଆରମ୍ଭ କଲେ। ସେଇଥିପାଇଁ ସେ ଏକ ବିଶ୍ୱ ରେକର୍ଡ କରିବାକୁ ମନ ବଳାଇଲେ। ଯଦ୍ଦ୍ବାରା ତାଙ୍କ ସହର ପୁଣିଥରେ ଚର୍ଚ୍ଚାକୁ ଆସିଯିବ। ଆଉ ୧ ଘଣ୍ଟାରେ ସର୍ବାଧିକ କପ୍‌ ଚା ତିଆରି କରିବାର ଓ୍ବାଲର୍‌ଡ ରେକର୍ଡ କଲେ। ଏଥିରେ ସେ ଦକ୍ଷିଣ ଆଫ୍ରିକାରେ ମିଳୁଥିବା ରୁଇବୋସ ନାମକ ଏକ ହର୍ବାଲ ଚା ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri