Posted inଫୁରସତ

୧ ଘଣ୍ଟାରେ ତିଆରି କଲେ ୨୪୯କପ୍‌ ଚା

ଦକ୍ଷିଣ ଆମେରିକାର ଇନଗର ଭାଲେଣ୍ଟିନ୍‌ ଚା’କୁ ନେଇ କରିଛନ୍ତି ଏକ ଅଜବ ରେକର୍ଡ। ସେ ଏକ ଘଣ୍ଟାରେ ୨୪୯ କପ୍‌ ଚା ତିଆରି କରି ଏହି ରେକର୍ଡ କରିଛନ୍ତି। ତେବେ ସେ ଏହି ରେକର୍ଡ ନିଜ ସଉକ ପାଇଁ ନୁହେଁ ବରଂ ଏକ ବଡ଼ କାରଣ ପାଇଁ କରିଛନ୍ତି। ୨୦୧୮ରେ ଯେତେବେଳେ ଦକ୍ଷିଣ ଆଫ୍ରିକାର ବୁପର୍ଥଲରେ ଲୋକମାନେ ନୂଆବର୍ଷର ସ୍ବାଗତ ପାଇଁ ଲାଗି ରହିଥିଲେ ସେତେବେଳେ ଏକ ଅଘଟଣ ଘଟିଥିଲା। ସେଠାକାର ପାହାଡ଼ସ୍ଥିତ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ସେହି ନିଆଁ ଚାରିଆଡେ ବ୍ୟାପିଗଲା। ଅନେକ ଘର ଜାଳିପୋଡି ଛାରଖାର ହୋଇଗଲା। ପ୍ରାୟ ୨୦୦ ଲୋକ ବାସହୀନ ହୋଇଗଲେ। ସେହି ଲୋକଙ୍କ ଭିତରେ ଇନଗର ବି ଥିଲେ। ନିଆଁରେ ତାଙ୍କ ଘର ପୋଡ଼ିବା ସହ ପର୍ଯ୍ୟଟନ ବିଭାଗରେ ଥାଇ ସେ ଯେଉଁସବୁ ଗେଷ୍ଟ ହାଉସ୍‌ର ସଞ୍ଚାଳନ କରୁଥିଲେ ସେଗୁଡିକ ବି ପୋଡି ଛାରଖାର ହୋଇଯାଇଥିଲା। ୪ ବର୍ଷ ପରେ ବହୁକଷ୍ଟରେ ସେ ନିଜେ ଠିଆ ହେବା ସହ ନିଜ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳ ରୂପେ ପୁଣିଥରେ ଚର୍ଚ୍ଚାର ପରସର ଭୁକ୍ତ କରିବାକୁ ପ୍ରୟାସ ଆରମ୍ଭ କଲେ। ସେଇଥିପାଇଁ ସେ ଏକ ବିଶ୍ୱ ରେକର୍ଡ କରିବାକୁ ମନ ବଳାଇଲେ। ଯଦ୍ଦ୍ବାରା ତାଙ୍କ ସହର ପୁଣିଥରେ ଚର୍ଚ୍ଚାକୁ ଆସିଯିବ। ଆଉ ୧ ଘଣ୍ଟାରେ ସର୍ବାଧିକ କପ୍‌ ଚା ତିଆରି କରିବାର ଓ୍ବାଲର୍‌ଡ ରେକର୍ଡ କଲେ। ଏଥିରେ ସେ ଦକ୍ଷିଣ ଆଫ୍ରିକାରେ ମିଳୁଥିବା ରୁଇବୋସ ନାମକ ଏକ ହର୍ବାଲ ଚା ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri