୫ ଦିନରେ ୨୪୪୨ ମାମଲା

ବାରିପଦା ଅଫିସ,୬ା୪: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ନେଇ ସପ୍ତାହବ୍ୟାପି ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନରେ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲାରେ ଏପ୍ରିଲ ୧ରୁ ଜିଲା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ତେବେ ୫ଦିନ ମଧ୍ୟରେ ବିନା ହେଲମେଟ, ଯାନବାହାନ ଚଳାଚଳ ସମୟରେ ମୋବାଇଲରେ କଥାବାର୍ତ୍ତା, ସିଟ ବେଲ୍ଟ, ଦ୍ରୁତ ଚାଳନା, ମଦପିଇ ଗାଡ଼ି ଚାଳନା ଆଦି ବିଭିନ୍ନ ମାମଲାରେ ମୋଟ ୨୨ଲକ୍ଷ ୧୮ହଜାର ୧୬୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ହେଲମେଟରେ ପରିବହନ ବିଭାଗ ପକ୍ଷରୁ ୨୪୩ ଓ ପୋଲିସ ପକ୍ଷରୁ ୧୮୯୨ଟି, ଦ୍ରୁତ ଚାଳନାରେ ୧୦୧ଟି, ବିନା ସିଟବେଲ୍ଟରେ ପରିହନ ବିଭାଗ ପକ୍ଷରୁ ୨୩ଟି, ମୋବାଇଲ କଥାବାର୍ତ୍ତାରେ ପରିବହନ ବିଭାଗ ପକ୍ଷରୁ ୯ଟି, ମଦପିଇ ଗାଡ଼ି ଚଳାଇବାରେ ପରିହନ ବିଭାଗ ପକ୍ଷରୁ ୨୯ ଓ ପୋଲିସ ପକ୍ଷରୁ ୧୭ଟି, ଦ୍ରବ୍ୟ ପରିବହନ ଗାଡିରେ ଯାତ୍ରୀ ପରିବହନକୁ ନେଇ ବିଭାଗ ପକ୍ଷରୁ ୨ଟି, ଓଭର ଲୋଡ୍‌କୁ ନେଇ ୩ଟି, ୩ଜଣ ବସି ଗାଡି ଚଳାଇବାରେ ବିଭାଗ ପକ୍ଷରୁ ୩୬ଟି, ଭୁଲ ରାସ୍ତାରେ ଗାଡ଼ି ଚାଳନାକୁ ନେଇ ୨ଟି, ନାବାଳକ ଗାଡି ଚାଳନାରେ ବିଭାଗ ପକ୍ଷରୁ ୩ଟି ଏବଂ ବିଭିନ୍ନ କାରଣରୁ ୯ଟି ଗାଡ଼ିକୁ ଜବତ କରାଯାଇଛି ା ୫ଦିନ ମଧ୍ୟରେ ପରିହନ ବିଭାଗ ପକ୍ଷରୁ ମୋଟ ୫୧୩ଟି ଓ ପୋଲିସ ପକ୍ଷରୁ ୧୯୨୯ଟିକୁ ମିଶାଇ ମୋଟ ୨୪୪୨ଟି ଚାଲାଣ କଟାଯାଇଛି। ଏହି ସବୁ ବାବଦରେ ଅଦ୍ୟାବଧି ଘଟଣାସ୍ଥଳରୁ ପରିବହନ ବିଭାଗ ପକ୍ଷରୁ ୫୫ହଜାର ୮୬୫ଟଙ୍କା ଓ କାର୍ଯ୍ୟାଳୟରେ ୮ଲକ୍ଷ ୮୦ହଜାର ଟଙ୍କାକୁ ମିଶାଇ ମୋଟ ୯ଲକ୍ଷ ୩୫ହଜାର ୮୬୫ଟଙ୍କ ଏବଂ ପୋଲିସ ପକ୍ଷରୁ ଘଟଣା ସ୍ଥଳରୁ ୧୨ଲକ୍ଷ ୮୨ହଜାର ୩ଶହ ଟଙ୍କା ଆଦାୟ କରାଯାଇଛି ା ତେବେ ମଦ୍ୟପାନ କରି ଗାଡ଼ି ଚଳାଇବା ବାବଦରେ ୧୦ହଜାର ଜରିମାନା ଓ ନାବାଳକ ଗାଡ଼ି ଚାଳନାରେ ଜରିମାନା ବାବଦରେ ୨୫ହଜାର ପୈଠ କରିବାକୁ ନେଇ ଉଭୟ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?