୨୪ ମହାଭାରତ

ମାୟାଧର ନାୟକ

 

୨୦୨୪ରେ ଭାରତୀୟ ଭୋଟର କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ରାଜନୈତିକ ନେତା ବାଛିବେ। ୨୪ ମହାଭାରତ ଯୁଦ୍ଧରେ ଶାସକ ପକ୍ଷ ୩୮ ଦଳ ବିରୋଧୀ ପକ୍ଷର ୨୬ ଦଳ ମଧ୍ୟରେ ଘମାଘୋଟ ଯୁଦ୍ଧହେବ। କିଛିଦଳ ଏପର୍ଯ୍ୟନ୍ତ ଏ ଦୁଇପକ୍ଷରେ ଯୋଗ ଦେଇନାହାନ୍ତି। ସେମାନେ ପରଖୁଛନ୍ତି – ଶୂଳିରେ ମଲେ ବେଶି ଲାଭ ନା ଫାଶୀରେ ମଲେ ବେଶି ଲାଭ। ବେଶିଲାଭ ଯୁଆଡ଼େ – ସେ ଆଡ଼କୁ ଯିବେ । ୨୪ ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ। ବର୍ତ୍ତମାନ ସାପ-ଶିଡ଼ି ଖେଳ ଆରମ୍ଭ ହୋଇଛି। ଧରିନିଅନ୍ତୁ ୬୪ଦଳ ମଧ୍ୟରେ ମାନସମନ୍ଥନ ଚାଲିଛି। ବାକି ଏ ଦେଶରେ ବିଭିନ୍ନ ରାଜ୍ୟରେ ଛୋଟ ଛୋଟ ଦଳ ଓ ଗୋଷ୍ଠୀ ପାଖାପାଖି ୪୪ଟି ଅଛନ୍ତି। ସବୁ ଦଳ, ଗୋଷ୍ଠୀ ମିଶିଲେ ୧୦୦ଦଳ ଏଥର ୨୪ ନିର୍ବାଚନ ମହାଭାରତ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଭାରତରେ କୌଣସି ନିର୍ବାଚନ ନୀତିଆଦର୍ଶରେ ପରିଚାଳିତ ହୋଇନି କି ହୋଇପାରିବ ନାହିଁ। ମୁହଁରେ ଯେତେ ବଡ଼ବଡ଼ କଥା, ଭାଷଣ, ପ୍ରତିଶ୍ରୁତି, ପ୍ରଚାର କଲେ ବି ବିନା ଲାଞ୍ଚରେ ଭୋଟ ଜିତିବା କଷ୍ଟକର। ଏବେ ଭୋଟ ଖଣ୍ଡକୁ ୫ ହଜାରରୁ ୧୦ହଜାର ଟଙ୍କା ଛୁଇଁଲାଣି। ୟା’ ସାଙ୍ଗକୁ ମଦ, ଭୋଜି, ପୁଣି ଆଇଁଷଭୋଜି ନ ହେଲେ ନ ଚଳେ। ତା’ହେଲେ ଏ ଦଳ-ନେତାମାନେ ଏ ବସ୍ତାବସ୍ତା ଟଙ୍କା ନିର୍ବାଚନବେଳକୁ ଆଣୁଛନ୍ତି କେଉଁଠୁ? ଯେଉଁମାନଙ୍କୁ ଜିତେଇ ଅଣାଯାଏ – ସେମାନେ ନକଲିରାଜା ବନିଯାଆନ୍ତି – ତାଙ୍କ ଦସ୍ତଖତରେ ଦେଶର ଖଣି, ପାଣି, ମାଟି, ଆକାଶକୁ ଦଖଲ କରିଯାଆନ୍ତି। କେନ୍ଦ୍ର ଓ ରାଜ୍ୟରେ ଥିବା ଶାସକ ଦଳମାନେ କେବେ ବି ଜନସ୍ବାର୍ଥକୁ ଦେଖନ୍ତି ନାହିଁ।
ବର୍ତ୍ତମାନ ଭାରତବର୍ଷରେ ଆଞ୍ଚଳିକ ଦଳଗୁଡ଼ିକର ଦବ୍‌ଦବା ଚାଲିଛି। ଏକଦା ଯେଉଁମାନେ କଂଗ୍ରେସ, ଜନତାପାର୍ଟି ଓ ଅନ୍ୟଦଳର ବଡ଼ନେତା ଥିଲେ – ସେମାନେ ନିଜନିଜ ରାଜ୍ୟରେ ଆଞ୍ଚଳିକ ଦଳଗଢ଼ି କ୍ଷମତାର ମହୁ ଅନେକବର୍ଷ ହେଲା ଚାଖିଲେଣି। ସେମାନଙ୍କ ଅବର୍ତ୍ତମାନରେ ସେମାନଙ୍କ ସମ୍ପର୍କୀୟମାନେ କ୍ଷମତାଭୋଗ କରିଛନ୍ତି, ଏବେ ବି କରୁଛନ୍ତି। ତେବେ ୨୪ ମହାଭାରତ ଯୁଦ୍ଧରେ ଉଭୟପକ୍ଷ ଅସ୍ତ୍ରଶସ୍ତ୍ର, ଖାଦ୍ୟ ସରଞ୍ଜାମ ଯୋଗାଡରେ ଲାଗିଛନ୍ତି। ଶାସକମାନଙ୍କ ପାଖରେ ଏସବୁ ଅଛି, ବଳକା ମଧ୍ୟ ଅଛି। କିନ୍ତୁ ଏମାନଙ୍କ ବିରୋଧରେ ଯେଉଁମାନେ ଯୁଦ୍ଧରେ ଅବତୀର୍ଣ୍ଣହେବେ- ସେମାନଙ୍କ ପାଖରେ ନିର୍ବାଚନ ଯୁଦ୍ଧାସ୍ତ୍ର ସରଞ୍ଜାମ କମ୍‌ ଅଛି। ନିର୍ବାଚନରେ ଭୋଟ ଦେବେ ଭିକାରିଠାରୁ କୋଟିପତି ପଯର୍ର୍‌ୟନ୍ତ। ସମସ୍ତଙ୍କର ଭୋଟ ଖଣ୍ଡ ମୂଲ୍ୟ ସମାନ। ସେମାନେ ଯାହାକୁ ଚାହିଁବେ – ତାକୁ ଦେଇପାରିବେ। ଯଦିଓ କେତେକ ବିକ୍ରୟଯୋଗ୍ୟ କୋଳାଶ୍ରିତ ଗଣମାଧ୍ୟମ ବେଳେବେଳେ ଭୋଟରମାନଙ୍କୁ ବିଭ୍ରାନ୍ତ କରିପକାନ୍ତି। ଏବେ ଶାସକମେଣ୍ଟ ବିରୋଧୀମେଣ୍ଟ ପରସ୍ପରକୁ ହରେଇବାପାଇଁ ଗର୍ଜନ ଆରମ୍ଭ କରିଦେଇଛନ୍ତି। ଭୋଟରମାନେ ସବୁ ଦେଖୁଛନ୍ତି, ଶୁଣୁଛନ୍ତି। ଉଭୟପକ୍ଷ ଭୋଟରଙ୍କୁ ମନେଇବା ପାଇଁ ଝାଳନାଳ। ରାଜକୋଷରୁ କୋଟିକୋଟି ଟଙ୍କା ମାଗଣାଖିଆଙ୍କ ପେଟ ଅଣ୍ଟିରେ ପୂରାଇ ଦେଉଛନ୍ତି। ମାଗଣା ସଂସ୍କୃତି ଯେତେ ବଳବତ୍ତର ହେଉଛି – ଅର୍ଥନୀତି ସେତେ ଦୁର୍ବଳ ହେଉଛି। ଭାରତର ଭୋଟର ଏ ଭିତିରି କଥା ସମସ୍ତେ ଜାଣୁ ନ ଥିଲେ। ୨୦୧୯ ନିର୍ବାଚନରେ ନେତାମାନେ ଯେତେ ପ୍ରତିଶ୍ରୁତି ଦେଇଥିଲେ – ସେସବୁ ପୂରଣ ହୋଇ ନ ଥିବାରୁ ଭୋଟରମାନେ ଖପ୍ପା। ଶାସକଦଳ ନେତାମାନେ ପୁଣିଥରେ ଗାଦିରେ ବସିବା ପାଇଁ ପାଗଳ। ଶାସକଦଳଗୁଡ଼ିକରେ ପ୍ରାୟ ୯୫ଭାଗ ନେତା ରାଜକୋଷ ଲୁଣ୍ଠନକାରୀ। ସରକାରଙ୍କ କଥାରେ ଯିଏ ନ ଚାଲିବ – ତାଙ୍କ ବିରୋଧରେ ଦି’ଟା ସାଂଘାତିକ ଅସ୍ତ୍ର ସିବିଆଇ, ଇ.ଡି. ପ୍ରୟୋଗ କରାଯାଉଛି। ଏଭଳି ହେଲେ ଜନତା ରକ୍ଷା ପାଇବେ ତ?
ବିଭିନ୍ନ ସାଇନ୍‌ବୋର୍ଡ ଝୁଲାଇ ରାଜନୀତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତାଲୋଭୀମାନେ। ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରୀର ରାଜନୀତି, ଚାନ୍ଦାଭେଦାର ରାଜନୀତି, ଗୋଲକଧନ୍ଦାର ରାଜନୀତି। ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳରେ । ଆଜି ଯିଏ ବିରୋଧୀ ଶିବିରରେ କାଲି ସିଏ ହାତ ମିଳାଉଛି ଶାସକ ଦଳର କାର୍ପଟଦାରମାନଙ୍କ ସହିତ। ଯେହେତୁ ନର୍ଦ୍ଦିଷ୍ଟ ଆଦର୍ଶ କିମ୍ବା ଦୃଷ୍ଟିଭଙ୍ଗୀ ନାହିଁ – ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପାଂଶୁଳ ପର୍ବ ! ଦଳବଦଳର ଦାରୁଣ ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା। କାହାକୁ ବିଶ୍ୱାସ କରିବା । କାହା କଥାକୁ ବେଦର ଗାରଭଳି ଗ୍ରହଣ କରିନେବା । ଆଜିର ଭାରତୀୟ ରାଜନୀତିର ମୂଳଦୁଆ ଛିଡାହୋଇଛି ଗୋଟାଏ ବିଶାଳ ବିଶ୍ୱାସଭଙ୍ଗ ଉପରେ ! ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ସାରା ଦେଶକୁ। ଯିଏ ଯେତେ ବେଶି ଦୁର୍ନୀତିକରି ଧନ ଠୁଳକଲା, ସିଏ ବୋଲାଇଲା ସେତେବଡ ଛାମୁଆନେତା – ଯିଏ ଯେତେବେଶି ଗୁଣ୍ଡାପୋଷି ପାରିଲା, ସିଏ ହେଲା ସେତେ ବଡ କରିତ୍‌କର୍ମା କାର୍ପଟ୍‌ଦାର । କ୍ଷମତା ପାଗଳ ତଥାକଥିତ ନେତାମାନଙ୍କ ପାଇଁ ଏ ନିର୍ବାଚନ ଏକ ଜଘନ୍ୟ ଜୁଆଖେଳ, ମାତ୍ର ନିରୀହ, ନିରନ୍ନ ଜନସାଧାରଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ କାଳ। ଏ ନିର୍ବାଚନ ପ୍ରତି କାହାର ମନରେ ସରାଗ ନାହିଁ- ନେତାମାନେ ଲୋକମାନଙ୍କୁ ଜୋର କରି କେବଳ ଟାଣୁଛନ୍ତି ବଳିଖୁଣ୍ଟକୁ। ଭୋଟପାଲା ସରିଯିବା ପରେ କାହାର ଦେଖାମିଳିବ ନାହିଁ । ଆଜି ଯେଉଁମାନେ ଆସି ପାଦ ଧରୁଛନ୍ତି, ହାତ ଓଠ ଧରି ନେହୁରା ହେଉଛନ୍ତିି, ଭୋଟ ପରେ ସେମାନେ ଆମକୁ ଚିହ୍ନି ପାରିବେ ତ?
ଏବେ କେନ୍ଦ୍ର ସରକାର ବୋଲ ମାନିବା ଲୋକମାନଙ୍କୁ ବ୍ୟବସ୍ଥାପିକା ଓ ନ୍ୟାୟପାଳିକାରେ ନିଯୁକ୍ତି ଦେବାକୁ ଚକ୍ରାନ୍ତ ଚଳାଇଛନ୍ତି। କିନ୍ତୁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ନା ବଦଳି ନା ବରଖାସ୍ତ କରିପାରିବେ। ସେ ୨୦୨୪ନଭେମ୍ବର ପର୍ଯ୍ୟନ୍ତ ରହିବେ। ବର୍ତ୍ତମାନର ନିର୍ବାଚନ କମିଶନ ୨୦୨୪ ଫେବୃୟାରୀରେ ଅବସରନେବେ। ସେ ସ୍ଥାନରେ କେନ୍ଦ୍ର ଇଚ୍ଛା ମୁତାବକ ଲୋକ ବସି ଲୋକ ସଭା ନିର୍ବାଚନ ପରିଚାଳନା କରିପାରିବେ। ଏବେ ଲୋକ ସଭାରେ ଯେଉଁମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳ ବିଲ୍‌ ୨୦୨୩ ଆଗତ ହୋଇଛି, ସେଥିରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବେ। ତେବେ ଏହା ଏକ ଭୟଙ୍କର ଖେଳ ବୋଲି ବୁଝିବାକୁ ହେବ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri