୨୪ ମହାଭାରତ

ମାୟାଧର ନାୟକ

 

୨୦୨୪ରେ ଭାରତୀୟ ଭୋଟର କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ରାଜନୈତିକ ନେତା ବାଛିବେ। ୨୪ ମହାଭାରତ ଯୁଦ୍ଧରେ ଶାସକ ପକ୍ଷ ୩୮ ଦଳ ବିରୋଧୀ ପକ୍ଷର ୨୬ ଦଳ ମଧ୍ୟରେ ଘମାଘୋଟ ଯୁଦ୍ଧହେବ। କିଛିଦଳ ଏପର୍ଯ୍ୟନ୍ତ ଏ ଦୁଇପକ୍ଷରେ ଯୋଗ ଦେଇନାହାନ୍ତି। ସେମାନେ ପରଖୁଛନ୍ତି – ଶୂଳିରେ ମଲେ ବେଶି ଲାଭ ନା ଫାଶୀରେ ମଲେ ବେଶି ଲାଭ। ବେଶିଲାଭ ଯୁଆଡ଼େ – ସେ ଆଡ଼କୁ ଯିବେ । ୨୪ ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ। ବର୍ତ୍ତମାନ ସାପ-ଶିଡ଼ି ଖେଳ ଆରମ୍ଭ ହୋଇଛି। ଧରିନିଅନ୍ତୁ ୬୪ଦଳ ମଧ୍ୟରେ ମାନସମନ୍ଥନ ଚାଲିଛି। ବାକି ଏ ଦେଶରେ ବିଭିନ୍ନ ରାଜ୍ୟରେ ଛୋଟ ଛୋଟ ଦଳ ଓ ଗୋଷ୍ଠୀ ପାଖାପାଖି ୪୪ଟି ଅଛନ୍ତି। ସବୁ ଦଳ, ଗୋଷ୍ଠୀ ମିଶିଲେ ୧୦୦ଦଳ ଏଥର ୨୪ ନିର୍ବାଚନ ମହାଭାରତ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଭାରତରେ କୌଣସି ନିର୍ବାଚନ ନୀତିଆଦର୍ଶରେ ପରିଚାଳିତ ହୋଇନି କି ହୋଇପାରିବ ନାହିଁ। ମୁହଁରେ ଯେତେ ବଡ଼ବଡ଼ କଥା, ଭାଷଣ, ପ୍ରତିଶ୍ରୁତି, ପ୍ରଚାର କଲେ ବି ବିନା ଲାଞ୍ଚରେ ଭୋଟ ଜିତିବା କଷ୍ଟକର। ଏବେ ଭୋଟ ଖଣ୍ଡକୁ ୫ ହଜାରରୁ ୧୦ହଜାର ଟଙ୍କା ଛୁଇଁଲାଣି। ୟା’ ସାଙ୍ଗକୁ ମଦ, ଭୋଜି, ପୁଣି ଆଇଁଷଭୋଜି ନ ହେଲେ ନ ଚଳେ। ତା’ହେଲେ ଏ ଦଳ-ନେତାମାନେ ଏ ବସ୍ତାବସ୍ତା ଟଙ୍କା ନିର୍ବାଚନବେଳକୁ ଆଣୁଛନ୍ତି କେଉଁଠୁ? ଯେଉଁମାନଙ୍କୁ ଜିତେଇ ଅଣାଯାଏ – ସେମାନେ ନକଲିରାଜା ବନିଯାଆନ୍ତି – ତାଙ୍କ ଦସ୍ତଖତରେ ଦେଶର ଖଣି, ପାଣି, ମାଟି, ଆକାଶକୁ ଦଖଲ କରିଯାଆନ୍ତି। କେନ୍ଦ୍ର ଓ ରାଜ୍ୟରେ ଥିବା ଶାସକ ଦଳମାନେ କେବେ ବି ଜନସ୍ବାର୍ଥକୁ ଦେଖନ୍ତି ନାହିଁ।
ବର୍ତ୍ତମାନ ଭାରତବର୍ଷରେ ଆଞ୍ଚଳିକ ଦଳଗୁଡ଼ିକର ଦବ୍‌ଦବା ଚାଲିଛି। ଏକଦା ଯେଉଁମାନେ କଂଗ୍ରେସ, ଜନତାପାର୍ଟି ଓ ଅନ୍ୟଦଳର ବଡ଼ନେତା ଥିଲେ – ସେମାନେ ନିଜନିଜ ରାଜ୍ୟରେ ଆଞ୍ଚଳିକ ଦଳଗଢ଼ି କ୍ଷମତାର ମହୁ ଅନେକବର୍ଷ ହେଲା ଚାଖିଲେଣି। ସେମାନଙ୍କ ଅବର୍ତ୍ତମାନରେ ସେମାନଙ୍କ ସମ୍ପର୍କୀୟମାନେ କ୍ଷମତାଭୋଗ କରିଛନ୍ତି, ଏବେ ବି କରୁଛନ୍ତି। ତେବେ ୨୪ ମହାଭାରତ ଯୁଦ୍ଧରେ ଉଭୟପକ୍ଷ ଅସ୍ତ୍ରଶସ୍ତ୍ର, ଖାଦ୍ୟ ସରଞ୍ଜାମ ଯୋଗାଡରେ ଲାଗିଛନ୍ତି। ଶାସକମାନଙ୍କ ପାଖରେ ଏସବୁ ଅଛି, ବଳକା ମଧ୍ୟ ଅଛି। କିନ୍ତୁ ଏମାନଙ୍କ ବିରୋଧରେ ଯେଉଁମାନେ ଯୁଦ୍ଧରେ ଅବତୀର୍ଣ୍ଣହେବେ- ସେମାନଙ୍କ ପାଖରେ ନିର୍ବାଚନ ଯୁଦ୍ଧାସ୍ତ୍ର ସରଞ୍ଜାମ କମ୍‌ ଅଛି। ନିର୍ବାଚନରେ ଭୋଟ ଦେବେ ଭିକାରିଠାରୁ କୋଟିପତି ପଯର୍ର୍‌ୟନ୍ତ। ସମସ୍ତଙ୍କର ଭୋଟ ଖଣ୍ଡ ମୂଲ୍ୟ ସମାନ। ସେମାନେ ଯାହାକୁ ଚାହିଁବେ – ତାକୁ ଦେଇପାରିବେ। ଯଦିଓ କେତେକ ବିକ୍ରୟଯୋଗ୍ୟ କୋଳାଶ୍ରିତ ଗଣମାଧ୍ୟମ ବେଳେବେଳେ ଭୋଟରମାନଙ୍କୁ ବିଭ୍ରାନ୍ତ କରିପକାନ୍ତି। ଏବେ ଶାସକମେଣ୍ଟ ବିରୋଧୀମେଣ୍ଟ ପରସ୍ପରକୁ ହରେଇବାପାଇଁ ଗର୍ଜନ ଆରମ୍ଭ କରିଦେଇଛନ୍ତି। ଭୋଟରମାନେ ସବୁ ଦେଖୁଛନ୍ତି, ଶୁଣୁଛନ୍ତି। ଉଭୟପକ୍ଷ ଭୋଟରଙ୍କୁ ମନେଇବା ପାଇଁ ଝାଳନାଳ। ରାଜକୋଷରୁ କୋଟିକୋଟି ଟଙ୍କା ମାଗଣାଖିଆଙ୍କ ପେଟ ଅଣ୍ଟିରେ ପୂରାଇ ଦେଉଛନ୍ତି। ମାଗଣା ସଂସ୍କୃତି ଯେତେ ବଳବତ୍ତର ହେଉଛି – ଅର୍ଥନୀତି ସେତେ ଦୁର୍ବଳ ହେଉଛି। ଭାରତର ଭୋଟର ଏ ଭିତିରି କଥା ସମସ୍ତେ ଜାଣୁ ନ ଥିଲେ। ୨୦୧୯ ନିର୍ବାଚନରେ ନେତାମାନେ ଯେତେ ପ୍ରତିଶ୍ରୁତି ଦେଇଥିଲେ – ସେସବୁ ପୂରଣ ହୋଇ ନ ଥିବାରୁ ଭୋଟରମାନେ ଖପ୍ପା। ଶାସକଦଳ ନେତାମାନେ ପୁଣିଥରେ ଗାଦିରେ ବସିବା ପାଇଁ ପାଗଳ। ଶାସକଦଳଗୁଡ଼ିକରେ ପ୍ରାୟ ୯୫ଭାଗ ନେତା ରାଜକୋଷ ଲୁଣ୍ଠନକାରୀ। ସରକାରଙ୍କ କଥାରେ ଯିଏ ନ ଚାଲିବ – ତାଙ୍କ ବିରୋଧରେ ଦି’ଟା ସାଂଘାତିକ ଅସ୍ତ୍ର ସିବିଆଇ, ଇ.ଡି. ପ୍ରୟୋଗ କରାଯାଉଛି। ଏଭଳି ହେଲେ ଜନତା ରକ୍ଷା ପାଇବେ ତ?
ବିଭିନ୍ନ ସାଇନ୍‌ବୋର୍ଡ ଝୁଲାଇ ରାଜନୀତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତାଲୋଭୀମାନେ। ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରୀର ରାଜନୀତି, ଚାନ୍ଦାଭେଦାର ରାଜନୀତି, ଗୋଲକଧନ୍ଦାର ରାଜନୀତି। ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳରେ । ଆଜି ଯିଏ ବିରୋଧୀ ଶିବିରରେ କାଲି ସିଏ ହାତ ମିଳାଉଛି ଶାସକ ଦଳର କାର୍ପଟଦାରମାନଙ୍କ ସହିତ। ଯେହେତୁ ନର୍ଦ୍ଦିଷ୍ଟ ଆଦର୍ଶ କିମ୍ବା ଦୃଷ୍ଟିଭଙ୍ଗୀ ନାହିଁ – ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପାଂଶୁଳ ପର୍ବ ! ଦଳବଦଳର ଦାରୁଣ ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା। କାହାକୁ ବିଶ୍ୱାସ କରିବା । କାହା କଥାକୁ ବେଦର ଗାରଭଳି ଗ୍ରହଣ କରିନେବା । ଆଜିର ଭାରତୀୟ ରାଜନୀତିର ମୂଳଦୁଆ ଛିଡାହୋଇଛି ଗୋଟାଏ ବିଶାଳ ବିଶ୍ୱାସଭଙ୍ଗ ଉପରେ ! ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ସାରା ଦେଶକୁ। ଯିଏ ଯେତେ ବେଶି ଦୁର୍ନୀତିକରି ଧନ ଠୁଳକଲା, ସିଏ ବୋଲାଇଲା ସେତେବଡ ଛାମୁଆନେତା – ଯିଏ ଯେତେବେଶି ଗୁଣ୍ଡାପୋଷି ପାରିଲା, ସିଏ ହେଲା ସେତେ ବଡ କରିତ୍‌କର୍ମା କାର୍ପଟ୍‌ଦାର । କ୍ଷମତା ପାଗଳ ତଥାକଥିତ ନେତାମାନଙ୍କ ପାଇଁ ଏ ନିର୍ବାଚନ ଏକ ଜଘନ୍ୟ ଜୁଆଖେଳ, ମାତ୍ର ନିରୀହ, ନିରନ୍ନ ଜନସାଧାରଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ କାଳ। ଏ ନିର୍ବାଚନ ପ୍ରତି କାହାର ମନରେ ସରାଗ ନାହିଁ- ନେତାମାନେ ଲୋକମାନଙ୍କୁ ଜୋର କରି କେବଳ ଟାଣୁଛନ୍ତି ବଳିଖୁଣ୍ଟକୁ। ଭୋଟପାଲା ସରିଯିବା ପରେ କାହାର ଦେଖାମିଳିବ ନାହିଁ । ଆଜି ଯେଉଁମାନେ ଆସି ପାଦ ଧରୁଛନ୍ତି, ହାତ ଓଠ ଧରି ନେହୁରା ହେଉଛନ୍ତିି, ଭୋଟ ପରେ ସେମାନେ ଆମକୁ ଚିହ୍ନି ପାରିବେ ତ?
ଏବେ କେନ୍ଦ୍ର ସରକାର ବୋଲ ମାନିବା ଲୋକମାନଙ୍କୁ ବ୍ୟବସ୍ଥାପିକା ଓ ନ୍ୟାୟପାଳିକାରେ ନିଯୁକ୍ତି ଦେବାକୁ ଚକ୍ରାନ୍ତ ଚଳାଇଛନ୍ତି। କିନ୍ତୁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ନା ବଦଳି ନା ବରଖାସ୍ତ କରିପାରିବେ। ସେ ୨୦୨୪ନଭେମ୍ବର ପର୍ଯ୍ୟନ୍ତ ରହିବେ। ବର୍ତ୍ତମାନର ନିର୍ବାଚନ କମିଶନ ୨୦୨୪ ଫେବୃୟାରୀରେ ଅବସରନେବେ। ସେ ସ୍ଥାନରେ କେନ୍ଦ୍ର ଇଚ୍ଛା ମୁତାବକ ଲୋକ ବସି ଲୋକ ସଭା ନିର୍ବାଚନ ପରିଚାଳନା କରିପାରିବେ। ଏବେ ଲୋକ ସଭାରେ ଯେଉଁମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳ ବିଲ୍‌ ୨୦୨୩ ଆଗତ ହୋଇଛି, ସେଥିରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀ ରହିବେ। ତେବେ ଏହା ଏକ ଭୟଙ୍କର ଖେଳ ବୋଲି ବୁଝିବାକୁ ହେବ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?