ସମୁଦ୍ରରେ ୨୪ ଘଣ୍ଟା: ଗଣେଶଙ୍କ ମୂର୍ତ୍ତି ଯୋଗୁ ବଞ୍ଚିଲା ୫ମ ଶ୍ରେଣୀ ଛାତ୍ରଙ୍କ ଜୀବନ…

ଅହମଦାବାଦ,୨।୧୦ : ସୁରଟର ଏକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଡୁମାସ ବେଳାଭୂମିରେ ଥିବା ମନ୍ଦିରକୁ ଯାଇଥିଲେ। ଲଖନ ନାମକ ଏହି ବାଳକ ସମୁଦ୍ର କୂଳରେ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବା ପାଇଁ ଅଜାଣତରେ ଗଭୀର ଜଳକୁ ପଳାଇ ଯାଇଥିଲେ। ପରଦିନ ପର୍ଯ୍ୟନ୍ତ ପରିବାର ସଦସ୍ୟ ତାଙ୍କୁ ଖୋଜାଖୋଜି ଜାରି ରଖିଥିଲେ, କିନ୍ତୁ ତାଙ୍କୁ କେଉଁଠାରେ ପାଇ ନ ଥିଲେ। ସମସ୍ତେ ଭାବିଲେ ଆଉ ଜୀବିତ ନାହାନ୍ତି। କିନ୍ତୁ ଏହା ପରେ ଏକ ଚମତ୍କାର ଘଟଣା ଘଟିଲା। ପିଲାଟି ଜୀବନ୍ତ ଘରକୁ ଫେରି ଆସିଥିଲା।

ସୌଭାଗ୍ୟ ବଶତଃ ଲଖନ ଗଭୀର ସମୁଦ୍ରରେ ବୁଡ଼ି ରହିଥିବା ଗଣେଶ ମୂର୍ତ୍ତିଙ୍କର ସାହାରା ପାଇଥିଲେ। ସେ ମୂର୍ତ୍ତିକୁ ସମୁଦ୍ରରେ ୨୪ ଘଣ୍ଟା ଧରି ରହିଥିଲେ।

ଏହା ସମୁଦ୍ର ଉପକୂଳଠାରୁ ୧୮ ନ୍ୟୁଟିକାଲ ମାଇଲ ଦୂରରେ ସେ ସମୁଦ୍ରରେ ଭାସୁଥିଲେ। ଠିକ ସେତିକିବେଳେ ମତ୍ସ୍ୟଜୀବୀ ଡଙ୍ଗା ‘ନବଦୁର୍ଗା’ ସେହିବାଟେ ଯିବା ସମୟରେ ଲଖନ ପାଟି କରିବା ସହ ହାତ ହଲାଇ ଡାକିଥିଲେ। ମତ୍ସ୍ୟଜୀବୀମାନେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଲଖନଙ୍କୁ ଡଙ୍ଗାରେ ବସାଇ କୂଳକୁ ଆଣିଥିଲେ।
ଲଖନଙ୍କୁ ନାଭସାରୀର ଧୋଆଲି ବନ୍ଦରକୁ ଅଣାଯାଇଥିଲା। କୂଳରେ ପହଞ୍ଚିବା ପୂର୍ବରୁ ପୋଲିସକୁ ସୂଚନା ଦିଆଯାଇଥିଲା। ଡଙ୍ଗା ଆସିବା ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ଦଳ ପହଞ୍ଚିଥିଲେ। ପୋଲିସର ସୂଚନାନୁସାରେ, ୧୪ ବର୍ଷିୟ ଲଖନଙ୍କୁ ୩୬ ଘଣ୍ଟା ପରେ ତାଙ୍କ ପରିବାର ଲୋକେ ପାଇଥିଲେ। ନାବାଳକଙ୍‌ୁ ନାଭସାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶିଶୁଟିକୁ ଡାକ୍ତରଖାନାରେ ଦେଖିବା ପାଇଁ ଭିଡ଼ ଜମିଥିଲା। ବିଳମ୍ବିତ ରାତିରେ ଭାଜପା ସଭାପତି ତଥା ଏମପି ସିଆର ପାଟିଲ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ଶାଶୁ, ନଣଦେଇଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବିଧବା ମହିଳା

ଛତ୍ରପୁର,୨୭।୮(ଦିଲ୍ଲୀପ ସାମଲ): ଜଣେ ବିଧବା ମହିଳା ନିଜ ଶାଶୁ ଓ ନଣଦେଇଙ୍କ ନାଁରେ ଯୌତୁକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଛତ୍ରପୁର ଥାନାରେ ଏକ ଲିଖିତ…

ଅଲ୍‌ ଓଡ଼ିଶା ଲିଲି କପ୍‌ ବାସ୍କେଟବଲ୍‌ ଟୁର୍ଣ୍ଣାମେଣ୍ଟ: ଏମ୍‌-୩ ପାନ୍ଥର୍ସ କଟକ ଚମ୍ପିୟାନ

କଟକ ସଦର,୨୭।୮(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ଲିଲି ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ‘ଅଲ ଓଡ଼ିଶା ଲିଲି କପ୍‌’ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri