Posted inଫୁରସତ

କରୋନାରୁ ମୁକ୍ତି ପାଇବା ପାଇଁ ପବ୍‌ ମାଲିକ ବାର୍‌ରେ ବାନ୍ଧିଲେ ବିଦ୍ୟୁତ ତାର: ସତ୍ୟତା ଜାଣିଲେ ହେବେ ଚକିତ

କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ଅଣଦେଖା କରୁଛନ୍ତି। ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଏହି ସମୟରେ, ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର କର୍ଣ୍ଣୱାଲର ଜଣେ ପବ୍‌ ମାଲିକ ତାଙ୍କ ବାର୍‌ରେ ସାମାଜିକ ଦୂରତା ବଜାୟ ରଖିବାକୁ ଏକ ନିଆରା ପଦକ୍ଷେପ ନେଇଛନ୍ତି।

କର୍ଣ୍ଣୱାଲର ସେଣ୍ଟଜଷ୍ଟ ନାଗରରେ ଅବସ୍ଥିତ ପ୍ରସିଦ୍ଧ ବାର୍‌ ‘ଷ୍ଟାର୍‌ ଇନ’ରେ ସାମାଜିକ ଦୂରତା ପାଇଁ ବିଦ୍ୟୁତ୍‌ ତାର ବ୍ୟବହାର କରାଯାଉଛି। ଏହି ବାରରେ ଯେଉଁଠାରେ ମଦ ଦିଆଯାଏ, ସେଠାରେ ବହୁତ ସୀମିତ ସ୍ଥାନ ଅଛି। ଏଭଳି ପରିସ୍ଥିତିରେ ବାରର ମାଲିକ ଜନି ମ୍ୟାକଫେଡେନ୍‌ ସାମାଜିକ ଦୂରତା ରଖିବା ପାଇଁ ସେହି ସ୍ଥାନରେ ବିଦ୍ୟୁତ୍‌ ତାର ଗୁଡାଇ ଦେଇଛନ୍ତି।

ଖବରଅନୁଯାୟୀ, ବାର୍‌ ମାଲିକ କହିଛନ୍ତି ଯେ, ସମସ୍ତଙ୍କ ଭଲ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଯେତେବେଳେ ତାଙ୍କୁ ପଚରାଯାଇଥିଲା କି’ ତାରରେ ତାରରେ କରେଣ୍ଟ ଅଛି କି ନାହିଁ, ସେ ମନା କରିଥିଲେ। ଏହା କେବଳ ଲୋକଙ୍କୁ ଭୟଭୀତ କରିବାରେ ସାହାଯ୍ୟ କରେ।

ସେ କହିଛନ୍ତି ଯେ, କୋଭିଡ -୧୯ରେ ଜାରି ହୋଇଥିବା ଲକଡାଉନରୁ ମୁକ୍ତି ପାଇବା ପରେ ଯେତେବେଳେ ଲୋକମାନେ ପବ୍‌ରେ ପହଞ୍ଚିବା ଆରମ୍ଭ କରିଥିଲେ, ସେତେବେଳେ ସାମାଜିକ ଦୂରତା ପାଇଁ ଅନେକ ଅସୁବିଧା ହୋଇଥିଲା। ଏହି କାରଣରୁ, ମଦ୍ୟପାନ କରାଯାଉଥିବା ସ୍ଥାନକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା।

ପବ୍‌ ମାଲିକ କହିଛନ୍ତି ଯେ, ଏହି ତାରକୁ ଦେଖି ଗ୍ରାହକମାନେ ଅନୁଭବ କରନ୍ତି ଯେ, ଏଥିରେ ଏକ କରେଣ୍ଟ ଅଛି। ସେମାନେ ଏହାର ନିକଟତର ହୁଅନ୍ତି ନାହିଁ। ବାସ୍ତବରେ ଏଥିରେ କରେଣ୍ଟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ଦେଇ ନାବାଳିକା କନ୍ୟାଙ୍କୁ ବିବାହ କରିଦେଲେ ପରିବାର ଲୋକେ, ଆଉ ତା’ ପରେ…

ଗୋଟିଏ ଝିଅର ବିବାହ ବୟସ ହୋଇ ନ ଥିବା ବେଳେ ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଛନ୍ତି। ବିଚରା ଝିଅଟି ବିବାହ ଡ୍ରେସ୍‌, ମେକ୍‌ଅପ୍‌...

ଗଛଲତାକୁ ବି ହୋଇଥାଏ କଷ୍ଟ: ରିସର୍ଚ୍ଚ ରିପୋର୍ଟ

ତେଲ୍‌ ଅଭିବ୍‌: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ...

ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର...

୩ ସ୍ବାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଛନ୍ତି ମହିଳା, ଝିଅ ଫଟୋ ଶେୟାର କରି ଲେଖିଲେ…

ଜଣେ ଯୁବତୀ ନିଜ ପରିବାରର ଭିନ୍ନ ଏକ କାହାଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରକିଲ ସୋୟକା ନାମକ ଜଣେ ୟୁଜର ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି,...

ଏହି ପ୍ରସିଦ୍ଧ ଗାୟକଙ୍କ ଚଷମା ୧ କୋଟି ଟଙ୍କାରେ ନିଲାମ

ଯେଉଁମାନେ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି, ସେମାନେ ଜନ୍‌ ଲେନନ୍‌ଙ୍କ ନାଁ ନିଶ୍ଚୟ ଶୁଣିଥିବେ। ଦ ବିଟଲ୍ସ ନାମରେ ପ୍ରସିଦ୍ଧ ଜନ୍‌ଙ୍କ ଚଷମା ନିକଟରେ ୧...

କଫିନ୍‌ ଭିତରେ ଶାନ୍ତି

ନୂଆଦିଲ୍ଲୀ: କଫିନ୍‌ ଭିତରେ ଶୋଇଲେ ଶାନ୍ତି ମିଳିବ। ମନ ହାଲକା ଲାଗିବ। ଏକଥା ଶୁଣିବା ମାତ୍ରେ ସମସ୍ତଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହେବ ନିଶ୍ଚୟ। ଏଭଳି ଏକ...

କରୋନା ସଂକ୍ରମଣ: ରାସ୍ତାରେ ପଡ଼ିଥିବା ୫୦୦ ଟଙ୍କିଆ ନୋଟ୍‌କୁ ବି ଛୁଇଁଲେନି ଲୋକେ !

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲୋକେ ରାସ୍ତାଘାଟରେ ପଡ଼ିଥିବା କୌଣସି ସନ୍ଦିଗ୍ଧ ବସ୍ତୁକୁ ଛୁଇଁବାକୁ ମଧ୍ୟ ଚାହୁଁ ନାହାଁନ୍ତି। ଦିଲ୍ଲୀର...

କଇଁଚି ବଦଳରେ ଦାନ୍ତରେ ଫିତା କାଟିଲେ ପାକିସ୍ତାନର ଏହି ମନ୍ତ୍ରୀ; ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସାରା ବିଶ୍ୱରେ ପାକିସ୍ତାନର ଛବି କିଭଳି ସେ ବିଷୟରେ ସମସ୍ତେ ଅବଗତ। ଅନେକ ଥର ଦେଶର ନେତାମାନେ ଏପରି କିଛି କାର୍ଯ୍ୟ କରିଥାନ୍ତି, ଯାହା ହସର...

Advertisement
Archives

Model This Week