ବାପାଙ୍କୁ କିଡ୍‌ନୀ ଦାନ କଲେ ୨୨ ବର୍ଷୀୟା ଝିଅ

ଭବାନୀପାଟଣା/କୋକସରା,୨୩।୯: କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଗ୍ରାମର ସୁନିଲ ଗର୍ଗ (୪୭)ଙ୍କୁ ତାଙ୍କର ୨୨ ବର୍ଷର ଝିଅ ସଲୋନୀ କିଡ୍‌ନୀ ଦାନ କରି ନୂଆ ଜୀବନ ଦେଇଛନ୍ତି।

ସୁନିଲ ଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। କିଛିମାସ ତଳେ ତାଙ୍କର ଉଭୟ କିଡନୀ ଖରାପ ହୋଇଯାଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା। ଏନେଇ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ଏପରିକି ତୁରନ୍ତ କିଡ୍‌ନୀ ପ୍ରତ୍ୟାରୋପଣ କରିବା ପାଇଁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । କିଏ କିଡ୍‌ନୀ ଦାନ କରିବ ସେନେଇ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ହେଲେ ସୁନିଲଙ୍କ ୨୨ ବର୍ଷୀୟ ଝିଅ ସଲୋନୀ ବାପାଙ୍କୁ କିଡ୍‌ନୀ ଦାନ କରିବାକୁ ଆଗେଇ ଆସିଥିଲେ। ହେଲେ ବାପା ଓ ପରିବାର ଲୋକେ ତାଙ୍କୁ ମନା କରିଥିଲେ। ବାପାଙ୍କୁ କଡ୍‌ନୀ ଦାନ କରିବାକୁ ସଲୋନୀ ଅଡ଼ି ବସିଲେ। ଝିଅର ଜିଦ୍‌ ଆଗରେ ଶେଷରେ ପରିବାର ଲୋକଙ୍କୁ ହାର ମାନିବାକୁ ପଡିଥିଲା।

ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖରେ କିଡ୍‌ନୀ ପ୍ରତ୍ୟାରୋପଣ ପାଇଁ ଭର୍ତ୍ତି ହୋଇଥିଲେ ସୁନିଲ। ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡ୍‌ନୀ ପ୍ରତ୍ୟାରୋପଣ କରିଥିଲେ। ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସୁନିଲ ଓ ସଲୋନୀ ସୁସ୍ଥ ଅଛନ୍ତି । ସଲୋନୀ ବାପାଙ୍କୁ ନିଜ ଅଙ୍ଗ ଦାନ କରି ଝିଅର କର୍ତ୍ତବ୍ୟ କରିବା ସହ ଆତ୍ମତୃପ୍ତି ପାଇଥିବା କହିଛନ୍ତି । ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ ବୋଲି ପରିବାର ଓ ବନ୍ଧୁବାନ୍ଧବ କହିବା ସହ ସଲୋନୀଙ୍କୁ ପ୍ରଶଂସା କରିଛନ୍ତି । ଏହି ଖବର ପ୍ରଚାରିତ ହେବା ବିଭିନ୍ନ ମହଲରେ ସଲୋନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି। ସୁନିଲ ଓ ସନୋଲୀ ହସ୍ପିଟାଲରେ ଅଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ପରେ ଘରକୁ ଫେରିବେ ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

୧୬ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି: ବିଭିନ୍ନ ମହଲରୁ ଶୁଭେଚ୍ଛା

କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?