୩୧୮ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୧,୦୩୭ ଛାତ୍ରୀଛାତ୍ର

ଭଦ୍ରକ ଅଫିସ,୧୦ା୩: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ବା ସମେଟିଭ୍‌-୨ ପରୀକ୍ଷା। ଜିଲାର ମୋଟ୍‌ ୩୧୮ଟି ଉଚ୍ଚ ବିଦ୍ୟାଳୟର ୨୧୦୩୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୭ଟି ବ୍ଳକରେ ମୋଟ୍‌ ୧୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଚାନ୍ଦବାଲି ବ୍ଲକରେ ସର୍ବାଧିକ ୨୦ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ଭଦ୍ରକ ବ୍ଲକରେ ୧୯ଟି, ବାସୁଦେବପୁରରେ ୨୨ଟି, ଭଣ୍ଡାରିପୋଖରୀରେ ୧୦ଟି, ବନ୍ତରେ ୧୩ଟି, ଧାମନଗରରେ ୧୭ଟି ଓ ତିହିଡିରେ ୧୪ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି। ୧୧ଟି ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ମାନ୍ୟତା ଦିଆଯାଇଛି। ନୋଡାଲ ସେଣ୍ଟରଗୁଡ଼ିକରେ କଡ଼ା ନିରାପତ୍ତା ମଧ୍ୟରେ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ହୋଇଛି। ସେଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଇବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଜିଲା ତମାମ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଅଙ୍ଗନଓ୍ବାଡି ସୁପରଭାଇଜର ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ପରୀକ୍ଷା କେନ୍ଦ୍ରର ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଛି। ଅନୁରୂପ ଭାବେ ବିଡିଓ ଏବଂ ତହସିଲଦାରଙ୍କୁ ପରୀକ୍ଷା କେନ୍ଦ୍ରଗଡ଼ିକର ତଦାରଖ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଘ ଛାଲ ବେପାରୀଙ୍କୁ ଗିରଫ କଲା ପୋଲିସ

ଜୁନାଗଡ଼,୧୯।୧: ଛତିଶଗଡ଼ ପୋଲିସ ୨ଜଣ ବାଘ ଛାଲ ବେପାରୀଙ୍କୁ ଧରିବାରେ ସଫଲ ହୋଇଛି। ପୋଲିସ ତାଙ୍କଠାରୁ ୨ଟି ବାଘ ଛାଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ...

ମାସ୍କ ନ ପିନ୍ଧି ଜରିମାନା ଗଣିଲେ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ...

୧୧ଟା ସୁଦ୍ଧା ୩୨% ମତଦାନ

ଝାରସୁଗୁଡ଼ା ଅଫିସ,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସକାଳ ୭ଟାରୁ ଭୋଟ...

ବାର୍‌ହା ଫାଶରେ ବାଘ

ତିଗିରିଆ,୪।୧(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଏକ କଲରାପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁ ଘଟିଛି। ବାରହା...

ସୁନାଲଟିଠାରେ କୁସୁମୀ ବ୍ୟାରେଜର ଶୁଭାରମ୍ଭ : ୩ହଜାର ହେକ୍ଟର ଜମିକୁ କରିବ ଜଳସେଚନ

ନୟାଗଡ଼ ଅଫିସ,୧ା୧୨- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ପଞ୍ଚାୟତ ସୁନାଲଟିଠାରେ କୁସୁମୀ ବ୍ୟାରେଜ (ଜଳସେଚନ ପ୍ରକଳ୍ପ) କାର୍ଯ୍ୟର ଶନିବାର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ...

୨ ସଂଖ୍ୟାଲଘୁ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ ପଠାଇଲା ପ୍ରଶାସନ

ପାଟପୁର,୧୬ା୪- ପାଟପୁର ଥାନା ଅଞ୍ଚଳରେ ସନ୍ଦେହଜନକ ଭାବେ ବୁଲୁଥିବା ୨ ସଂଖ୍ୟାଲଘୁ ଯୁବକଙ୍କୁ ପାଟପୁର ପୋଲିସ ଧରି ପ୍ରଶାସନ ଜରିଆରେ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ପାଟପୁର...

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ...

କିମ୍ବଦନ୍ତୀର ମୂକସାକ୍ଷୀ: ପବିତ୍ର ନାରାୟଣୀଙ୍କ ପୋଖରୀବନ୍ଧ୍ୟା ସ୍ନାନ କଲେ ହୁଅନ୍ତି ସନ୍ତାନବତୀ

ଖଣ୍ଡପଡ଼ା,୨ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ପଥରଚକଡ଼ା ଗ୍ରାମ ନିକଟସ୍ଥ ପୌରାଣିକ କିମ୍ବଦନ୍ତୀର ମୂକସାକ୍ଷୀ ପାଲଟିଥିବା ମା’ ନାରାୟଣୀ ପୀଠସ୍ଥିତ ପୋଖରୀଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌...

Advertisement
Archives

Model This Week