Posted inଖେଳ

ସମସ୍ତ ପ୍ରସାରଣ-ଡିଜିଟାଲ ରେକର୍ଡ ଭାଙ୍ଗିଲା ୨୦୨୩ ବିଶ୍ୱକପ

ନୂଆଦିଲ୍ଲୀ,୨୭।୧୨: ନଭେମ୍ବରରେ ଭାରତରେ ଶେଷ ହୋଇଥିବା ବିଶ୍ୱକପ ୨୦୨୩ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଦେଖାଯାଇଥିବା ଆଇସିସି ଇଭେଣ୍ଟରେ ପରିଣତ ହୋଇଛି। ଏହି ବିଶ୍ୱକପ ପୂର୍ବ ଆଇସିସି ଇଭେଣ୍ଟର ପ୍ରସାରଣ ଏବଂ ଡିଜିଟାଲ ରେକର୍ଡକୁ ଭାଙ୍ଗି ଦେଇଛି। ଯେକୌଣସି ଆଇସିସି ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଏକ ଟ୍ରିଲିୟନ ଲାଇଭ ମିନିଟ୍‌ର ମାର୍କ ଅତିକ୍ରମ କରିଛି। ଏହାର ଅର୍ଥ ହେଉଛି ସମୁଦାୟ ଦର୍ଶକଙ୍କ ଦ୍ୱାରା ଦେଖାଯାଇଥିବା ଲାଇଭ ମିନିଟ ସଂଖ୍ୟା ଏକ ଲକ୍ଷ କୋଟି ମିନିଟ ଅତିକ୍ରମ କରିଛି।
୨୦୧୧ରେ ଭାରତରେ ଆୟୋଜିତ କ୍ରିକେଟ ବିଶ୍ୱକପ ତୁଳନାରେ ଏହା ୩୮% ଅଧିକ ଥିଲା। ଇଂଲଣ୍ଡରେ ଅନୁଷ୍ଠିତ ଶେଷ ବିଶ୍ୱକପ ୨୦୧୯ ତୁଳନାରେ ଏଥର ମଧ୍ୟ ୧୭% ଦର୍ଶକ ଅଧିକ ଥିଲେ। କେବଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଫାଇନାଲ ମ୍ୟାଚ ମୋଟ ୮୭.୬ ବିଲିୟନ ଲାଇଭ ମିନିଟ ଦେଖାଯାଇଥିଲା। ୨୦୧୧ ବିଶ୍ୱକପ ଫାଇନାଲ ଅପେକ୍ଷା ଏହା ୪୬% ଅଧିକ ଥିଲା।
ଏଠାରେ ଭାରତୀୟ ଦର୍ଶକ ସର୍ବାଧିକ ଦେଖିଥିଲେ। କେବଳ ଡିଜନି + ହଟଷ୍ଟାରରେ ଭାରତୀୟମାନେ ୪୨୨ ବିଲିୟନ ମିନିଟ ବିତାଇଥିଲେ। ୨୦୧୧ ତୁଳନାରେ ଏହା ମଧ୍ୟ ୫୪% ଅଧିକ ଥିଲା। ୨୦୧୯ ତୁଳନାରେ ଏହା ୯% ଅଧିକ ମିନିଟ ମଧ୍ୟ ପାଇଛି।
ଡିଜନି + ହଟଷ୍ଟାର ଏହି ବିଶ୍ୱକପକୁ ମାଗଣାରେ ଟେଲିକଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା। ଅର୍ଥାତ୍‌ ବିଶ୍ୱକପ ମ୍ୟାଚ ଦେଖିବା ପାଇଁ କୌଣସି ସବସ୍କ୍ରିପସନ ଚାର୍ଜ ନ ଥିଲା। ଏହି ବିଶ୍ୱକପ ଏତେ ସଂଖ୍ୟକ ଦର୍ଶକ ପାଇବାର ଏହା ମଧ୍ୟ ଏକ ବଡ଼ କାରଣ। କିଛି ମ୍ୟାଚରେ ଲାଇଭ ଦର୍ଶକଙ୍କ ନୂଆ ରେକର୍ଡ ମଧ୍ୟ କରାଯାଇଥିଲା।
ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ଏକ ସମୟରେ ୫୯ ମିଲିୟନ ଦର୍ଶକ ପାଇଥିଲେ। ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲକୁ ଏକକାଳୀନ ୫୩ ନିୟୁତ ଦର୍ଶକ ମଧ୍ୟ ଦେଖିଥିଲେ। ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ୪୪ ନିୟୁତ ଦର୍ଶକ, ଭାରତ-ନ୍ୟୁଜିଲାଣ୍ଡ ଗ୍ରୁପ ମ୍ୟାଚରେ ୪୩ ମିଲିୟନ ଦର୍ଶକ ଏବଂ ଭାରତ-ପାକିସ୍ଥାନ ମ୍ୟାଚରେ ୩୫ ମିଲିୟନ ଦର୍ଶକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri